SIR: ଭୂତ ଭୋଟରଙ୍କୁ ରଖି କ୍ଷମତାରେ ରହିବାକୁ ବିରୋଧୀ ଚାହାନ୍ତି: ନୀତିନ ନବୀନ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଭୋଟର ତାଲିକାରେ ମୃତ ବ୍ୟକ୍ତି ଓ ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କ ନାମ ରଖି ବିରୋଧୀ ଦଳଗୁଡ଼ିକ କ୍ଷମତାରେ ରହିବାକୁ ଚାହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପିର ଜାତୀୟ ସଭାପତି ନୀତିନ ନବୀନ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ସମର୍ଥନ କରି ସେ ବିରୋଧୀ ଦଳଗୁଡ଼ିକୁ ‘ଅରାଜକତାବାଦୀ’ ବୋଲି କହିବା ସହ କୋଭିଡ୍‌-୧୯ ମହାମାରୀ ସମୟରେ ସେମାନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବୁଧବାର ଦିଲ୍ଲୀର ଚାନ୍ଦିନୀଚୌକରେ ବିଜେପି ପକ୍ଷରୁ ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରାରେ ଯୋଗଦେଇ ନବୀନ ଏହି ମନ୍ତବ୍ୟ ଦେଇଛନ୍ତି। ଲାଲକିଲ୍ଲା ନିକଟସ୍ଥ ଶ୍ରୀ ଜୈନ ଲାଲ ମନ୍ଦିର ଅଞ୍ଚଳରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଚାନ୍ଦିନୀଚୌକର ଟାଉନ୍‌ ହଲ୍‌ ଛକ ଆଡ଼କୁ ଅଗ୍ରସର ହୋଇଥିଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ବିଜେପିର ଦିଲ୍ଲୀ ଶାଖା ସଭାପତି ହର୍ଷ ମାଲହୋତ୍ରା ଓ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ପରବେଶ ବର୍ମା ଏଥିରେ ଯୋଗଦେଇଥିଲେ।

BJP: ଅରାଜକତା ସୃଷ୍ଟି କରି ମୋଦୀ ସରକାରକୁ ଭାଙ୍ଗିବାକୁ ଚାହୁଛନ୍ତି ରାହୁଲ ଗାନ୍ଧୀ: ବିଜେପିର ଅଭିଯୋଗ

ନବୀନ କହିଛନ୍ତି, ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କ ନାମ ରହିବା ସହ ଅନେକଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇଛି। କେତେକ ଭୋଟରଙ୍କ ଠିକଣା ମଧ୍ୟ ଜଣାପଡ଼ୁନାହିଁ। ଏପରି ତାଲିକାକୁ ସେ ‘ଭୂତ ଭୋଟର ତାଲିକା’ ବୋଲି ଅଭିହିତ କରିଛନ୍ତି। ଏସ୍‌ଆଇଆର୍‌ ମାଧ୍ୟମରେ ଏପରି ତ୍ରୁଟି ଦୂର କରିବାକୁ ବିଜେପି ଚାହୁଥିବା ବେଳେ ବିରୋଧୀ ଏହାକୁ ବିରୋଧ କରି ନିଜର ରାଜନୈତିକ ସ୍ୱାର୍ଥ ରକ୍ଷା କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.