ARTICLE AD BOX
ଭୁବନେଶ୍ୱର: ସହରାଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ସମସ୍ୟା ହ୍ରାସ କରିବା ସହ ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥା ଓ ଜଳାଶୟଗୁଡ଼ିକର ସୁରକ୍ଷା ପାଇଁ ଏକ ରାଜ୍ୟବ୍ୟାପୀ ଢାଞ୍ଚା ପ୍ରସ୍ତୁତ କରିବା ପ୍ରସଙ୍ଗରେ ଆଜି (ବୁଧବାର) ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ଜଳ ନିଷ୍କାସନ ପଥ, ଜଳାଶୟ, ଆର୍ଦ୍ରଭୂମି ଓ ବନ୍ୟାଜଳ ସଂରକ୍ଷଣ କ୍ଷେତ୍ରଗୁଡ଼ିକର ଚିହ୍ନଟ, ସୁରକ୍ଷା, ପୁନରୁଦ୍ଧାର ଓ ନିୟମିତ ନିରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ।
Demand: ବାଲିଶଙ୍କରା ଅଞ୍ଚଳରୁ ଉଭାନ ହେଲାଣି ପାଏନ ସିଙ୍ଗଡ଼ା: ଜଳାଶୟ ପ୍ରଦୂଷଣକୁ ନେଇ ଚିନ୍ତାରେ ଅଞ୍ଚଳବାସୀ, ସଫାସୁତୁରା ଓ ସଂରକ୍ଷଣ ପାଇଁ ଦାବି
ଭୁବନେଶ୍ୱରସ୍ଥିତ ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଭାଗ୍ୟଧର ମହାନ୍ତି, ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ (ଡ୍ରେନେଜ୍), ନଗର ଯୋଜନାବିଦ୍ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।
OIIPCRA Review: ଓଆଇଆଇପିସିଆରଏ ସମୀକ୍ଷା: ଜଳାଶୟ ଉନ୍ନତି ସହ କୃଷି ଓ ମତ୍ସ୍ୟଚାଷକୁ ଗୁରୁତ୍ୱ
ବୈଠକରେ, ଜଳ ନିଷ୍କାସନ ପଥ, ପୋଖରୀ, ଆର୍ଦ୍ରଭୂମି ଓ ଅନ୍ୟାନ୍ୟ ବନ୍ୟାଜଳ ସଂରକ୍ଷଣ କ୍ଷେତ୍ରଗୁଡ଼ିକର ବ୍ୟବସ୍ଥିତ ଚିହ୍ନଟ ଓ ମାନଚିତ୍ର ପ୍ରସ୍ତୁତି ନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ । ବିଶେଷକରି ଜଳବନ୍ଦୀ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ପ୍ରସ୍ତାବିତ ଏସ୍ଓପିର ମୁଖ୍ୟ ନୀତି ହେଉଛି ’ପ୍ରାକୃତିକ ଜଳ ନିଷ୍କାସନ ଓ ବନ୍ୟାଜଳ ସଂରକ୍ଷଣ କ୍ଷମତାରେ କୌଣସି ନିଟ୍ କ୍ଷତି ନହେବା’
Pollution: ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୋଳ: ମିଳୁନି ବିଶୁଦ୍ଧ ବାୟୁ, ପ୍ରଦୂଷିତ ଜଳାଶୟ
ପ୍ରାକୃତିକ ଜଳ ନିଷ୍କାସନ ପଥଗୁଡ଼ିକୁ ଜବରଦଖଲ, ଅନଧିକୃତ ପୋତିବା, ଅବରୋଧ ଓ ଜଳ ପ୍ରବାହର ଦିଗ ପରିବର୍ତ୍ତନ ଭଳି କାର୍ଯ୍ୟରୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ । ସହର ଯୋଜନା ଓ ଭିତ୍ତିଭୂମି ବିକାଶ ସମୟରେ ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥାର ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ବିଭିନ୍ନ ବିଭାଗ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା।
Highcourt: ଜଳାଶୟ ସୁରକ୍ଷା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ
ଏହି ଢାଞ୍ଚା ଅନୁଯାୟୀ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଜଳ ନିଷ୍କାସନ ନେଟୱର୍କ ଓ ଜଳାଶୟଗୁଡ଼ିକର ସର୍ଭେ, ଭୌଗୋଳିକ ଅବସ୍ଥିତି ନିର୍ଦ୍ଧାରଣ ଏବଂ ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍) ଆଧାରିତ ମାନଚିତ୍ର ପ୍ରସ୍ତୁତି କରାଯିବା ପ୍ରସ୍ତାବ ରହିଛି । ଏହି ତଥ୍ୟଗୁଡ଼ିକୁ ସହରାଞ୍ଚଳ ବିକାଶ ଯୋଜନା, ଜମି ବ୍ୟବହାର ଯୋଜନା ଏବଂ ସମନ୍ୱିତ ବର୍ଷାଜଳ ନିଷ୍କାସନ ମାଷ୍ଟର ପ୍ଲାନ୍ରେ ସାମିଲ କରାଯିବ । ଏହାଦ୍ୱାରା ଯୋଜନା ପ୍ରସ୍ତୁତି, ନିର୍ମାଣ ଅନୁମତି ପ୍ରକ୍ରିୟା ଓ ବନ୍ୟା ପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ ।
Politics Intensifies: ଜଳାଶୟକୁ ନେଇ ବଲାଙ୍ଗୀରରେ ତେଜିଲା ରାଜନୀତି
ପ୍ରସ୍ତାବରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଏବଂ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ଟାସ୍କଫୋର୍ସ ଗଠନର ବ୍ୟବସ୍ଥା ମଧ୍ୟ ରହିଛି । ଏହି କମିଟି ଓ ଟାସ୍କଫୋର୍ସଗୁଡ଼ିକ ଜଳ ନିଷ୍କାସନ ପଥ ଓ ଜଳାଶୟଗୁଡ଼ିକର ଚିହ୍ନଟ, ସୁରକ୍ଷା, ପୁନରୁଦ୍ଧାର ଏବଂ ନିରୀକ୍ଷଣ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବା ପ୍ରସ୍ତାବିତ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ପ୍ରସ୍ତାବିତ ଏସ୍ଓପି ବର୍ତ୍ତମାନ ଚିଠା ଆକାରରେ ବିଚାରାଧୀନ ରହିଛି । ଏହାର ଅନୁମୋଦନ, ଜାରି ଓ କାର୍ଯ୍ୟକାରିତା ପାଇଁ ଉପଯୁକ୍ତ ବ୍ୟବସ୍ଥା ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ। ଏ ସଂକ୍ରାନ୍ତରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ପ୍ରଚଳିତ ଆଇନ ଓ ନିୟମାବଳୀ ଅନୁଯାୟୀ ଗ୍ରହଣ କରାଯିବ ।

1 hour ago
1


