ARTICLE AD BOX
ନୂଆଦିଲ୍ଲୀ: ସିଚୁଏସନ୍ସିପ୍ ନା ସୋଲ୍ମେଟ୍? ରାତି ୨ଟାରେ ମନକୁ ଘାରୁଥିବା ଚିନ୍ତାରୁ କିପରି ମୁକ୍ତି ମିଳିବ? ସବୁକିଛି ଠିକ୍ ଥିଲେ ବି ଜୀବନ କାହିଁକି ଅର୍ଥହୀନ ଲାଗେ? ସୋସିଆଲ୍ ମିଡିଆରେ ଦେଖାଯାଉଥିବା ସବୁକିଛି କ’ଣ ସତ? ଏଭଳି ବିଭିନ୍ନ ପ୍ରଶ୍ନର ସାମ୍ନା କରିଛନ୍ତି ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର। ଆର୍ଟ ଅଫ୍ ଲିଭିଂର ୟୁଥ୍ ଡେସ୍କ ପକ୍ଷରୁ ଆୟୋଜିତ ଜାତୀୟ ଇଣ୍ଡକ୍ସନ୍ ପ୍ରୋଗ୍ରାମ୍ର ସପ୍ତମ ସଂସ୍କରଣରେ ଦେଶର ୧୩୦୦ରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଗୁରୁଦେବଙ୍କ ସହ ଯୋଡ଼ି ହୋଇଥିଲେ। ଆଇଆଇଟି, ଆଇଆଇଏମ୍, ଏନ୍ଆଇଟି ଓ ଏମ୍ସ୍ ସମେତ ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ନିଜ ମନର ବିଭିନ୍ନ ପ୍ରଶ୍ନ ରଖିଥିଲେ।
ଆହୁରି ପଢନ୍ତୁ :FIH Hockey: ଏଫ୍ଆଇଏଚ୍ ହକି ବିଶ୍ବକପ୍: ଶନିବାର ସେମି ପଥ ଲାଗି ନେଦରଲାଣ୍ଡ୍ସକୁ ଭେଟିବ ଭାରତ
ସିଚୁଏସନ୍ସିପ୍ ଓ ସୋଲ୍ମେଟ୍ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଗୁରୁଦେବ କହିଥିଲେ, ନିଜକୁ ଅନ୍ୟଜଣଙ୍କ ସ୍ଥାନରେ ରଖି ଚିନ୍ତା କରିବା ଦରକାର। ଆପଣ ଯଦି କାହାକୁ ନିଜର ସୋଲ୍ମେଟ୍ ଭାବେ ବାଛିଲେ, କିନ୍ତୁ ସେ ଆପଣଙ୍କୁ କେବଳ ସିଚୁଏସନ୍ସିପ୍ ଭାବେ ଦେଖିଲେ, ତେବେ ଆପଣ କ’ଣ ବାଛିବେ ବୋଲି ସେ ପ୍ରଶ୍ନ କରିଥିଲେ।
କାଶ୍ମୀରର ଜଣେ ଛାତ୍ରୀ ଜୀବନରେ ସବୁକିଛି ଠିକ୍ ଥିବା ସତ୍ତ୍ୱେ ଅର୍ଥହୀନତା ଅନୁଭବ ହେଉଥିବା କଥା କହିଥିଲେ। ଏହା ଆଜିର ଯୁବପିଢ଼ିର ଏକ ବଡ଼ ମାନସିକ ସଂଘର୍ଷ ବୋଲି କହି ଗୁରୁଦେବ ନିଜ ଶ୍ୱାସ ପ୍ରତି ସଚେତନ ହେବା ଓ ଭିତରର ଏକାକୀପଣରୁ ବାହାରି ଆସିବା ଉପରେ ଗୁରୁତ୍ୱ ଦେଇଥିଲେ।
ଆହୁରି ପଢନ୍ତୁ :ARM: ବାପାଙ୍କୁ ହରାଇବା ପରେ ପାଠପଢ଼ାରେ ଆର୍ଥିକ ବାଧା, ମାଗଣା ବସ୍ ପାସ୍ ସହ ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ଏଆରଏମ୍
‘ଯୁବାବସ୍ଥାର ଚିହ୍ନ ଦୁଷ୍ଟାମି’ ବୋଲି କହି ଗୁରୁଦେବ ଯୁବପିଢ଼ିକୁ ଜୀବନର ଉତ୍ସାହ ଓ ଚଞ୍ଚଳତା ବଜାୟ ରଖିବାକୁ କହିଥିଲେ। ତେବେ ନିଜର ମଜା କିମ୍ବା ଦୁଷ୍ଟାମି ଯେପରି ଅନ୍ୟକୁ କଷ୍ଟ ନଦିଏ, ସେଥିପ୍ରତି ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଭାରତୀୟ ଯୁବପିଢ଼ିକୁ ବିଶ୍ୱର ‘ପ୍ରକୃତ ସମ୍ପଦ’ ଭାବେ ବର୍ଣ୍ଣନା କରି ସେ କହିଥିଲେ, ବିଶ୍ୱର ଶୀର୍ଷ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ଅତିକମ୍ରେ ଜଣେ ଭାରତୀୟ ରହିଛନ୍ତି। କିନ୍ତୁ ସଫଳତା ପାଇଁ କେବଳ ପ୍ରତିଭା ନୁହେଁ, ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ଦୃଢ଼ ବ୍ୟକ୍ତିତ୍ୱ ଆବଶ୍ୟକ ବୋଲି ସେ କହିଥିଲେ।
ଆହୁରି ପଢନ୍ତୁ :Pranab Pattnaik: ଆରପାରିରେ ବର୍ଷୀୟାନ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ
ବିଫଳତାକୁ ନେଇ ନିରାଶ ନହେବାକୁ ପରାମର୍ଶ ଦେଇ ସେ କହିଥିଲେ, ଆରମ୍ଭରେ ବିଫଳ ହୋଇଥିବା ଅନେକ ବ୍ୟକ୍ତି ପରବର୍ତ୍ତୀ ସମୟରେ ବଡ଼ ଉଦ୍ୟୋଗୀ ହୋଇଛନ୍ତି। ସନ୍ଦେହ ରହିବା ସ୍ୱାଭାବିକ, କିନ୍ତୁ ଏହାକୁ ନିଜ ବ୍ୟକ୍ତିତ୍ୱର ଅଂଶ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ। ଡିଜିଟାଲ୍ ଯୁଗରେ ଯୁବପିଢ଼ିର ହ୍ରାସ ପାଉଥିବା ଧ୍ୟାନକ୍ଷମତା ଉପରେ ମଧ୍ୟ ସେ ଚିନ୍ତା ପ୍ରକାଶ କରିଥିଲେ। ଷ୍ଟ୍ରେସ୍ମୁକ୍ତ ମନ ହିଁ ଅଧିକ ଶକ୍ତିଶାଳୀ ଏବଂ ଏକାଗ୍ର ହୋଇପାରେ ବୋଲି ସେ କହିଥିଲେ।
ଆହୁରି ପଢନ୍ତୁ :US Open: ଏଥର ୟୁଏସ୍ ଓପନ୍ରେ ୧୦୮ ମିଲିଅନ୍ ଡଲାର ପୁରସ୍କାର ରାଶି
ରାଗ ଆସିଲେ ଗଭୀର ଶ୍ୱାସ ନେବା ସହ ପରିସ୍ଥିତିକୁ ହାସ୍ୟରେ ପରିଣତ କରିବାକୁ ଗୁରୁଦେବ ପରାମର୍ଶ ଦେଇଥିଲେ। ସୋସିଆଲ୍ ମିଡିଆର ସୂଚନାକୁ ନେଇ ମଧ୍ୟ ସେ ଯୁବପିଢ଼ିକୁ ସତର୍କ କରିଥିଲେ। “ସୋସିଆଲ୍ ମିଡିଆରେ ଯାହା ଆସୁଛି, ସବୁକୁ ସତ ବୋଲି ବିଶ୍ୱାସ କରନ୍ତୁ ନାହିଁ। ଏହାର ଅନେକ କିଛି ନକଲି ଏବଂ ଏଆଇ ଦ୍ୱାରା ସୃଷ୍ଟ” ବୋଲି ସେ କହିଥିଲେ।
ଯୁବପିଢ଼ିର ‘ଏଫ୍ଓଏମ୍ଓ’ (Fear of Missing Out) ପ୍ରବୃତ୍ତିକୁ ନେଇ ଗୁରୁଦେବ କହିଥିଲେ, ଭଲ ବନ୍ଧୁ ସେହି ବ୍ୟକ୍ତି, ଯାହାଙ୍କ ସହ କଥା ହେବା ପରେ ମନରୁ FOMO ଦୂର ହୋଇଯାଏ। ଜୀବନରେ ‘FOMO’ ବଦଳରେ ‘JOMO’—ଅର୍ଥାତ୍ Joy of Missing Out—ର ଆନନ୍ଦ ଅନୁଭବ କରିବା ଦରକାର ବୋଲି ସେ କହିଥିଲେ। ସମଗ୍ର ଆଲୋଚନାରେ ଗୁରୁଦେବ ଯୁବପିଢ଼ିକୁ ଅଧିକ ଆକାଂକ୍ଷୀ, ପ୍ରଶ୍ନକର୍ତ୍ତା ଓ ସାହସୀ ହେବା ସହ ଜୀବନରେ ଆତ୍ମବିଶ୍ୱାସ, ବିବେକ, ହାସ୍ୟବୋଧ ଓ ମାନସିକ ଦୃଢ଼ତା ବିକଶିତ କରିବାକୁ ଆହ୍ୱାନ ଦେଇଥିଲେ।

6 days ago
3


