SSG's solar panel: ଏସ୍‌ଏସ୍‌ଜିର ସୋଲାର ପ୍ୟାନେଲ ଭାଙ୍ଗିଲେ ପନ୍ତ: ଛକାରେ ଗିଲକ୍ରିଷ୍ଟ, ଡବଲ୍ୟୁଟିସି ରନ୍‌ରେ ଗିଲ୍‌ଙ୍କୁ ଟପିଲେ

3 days ago 3
ARTICLE AD BOX

ଆହତ କଚଟିକୁ ଖାତିର ନକରି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ମଇଦାନକୁ ଓହ୍ଲାଇଥିବା ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟର ଋଷଭ ପନ୍ତ ପୁଣିଥରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂର ଝଲକ ଦେଖାଇଛନ୍ତି। ତାଙ୍କର ଏକ ବିଶାଳ ଛକା କଲମ୍ବୋର ଏସ୍‌ଏସ୍‌ସି ଷ୍ଟାଡିୟମ୍‌ର ଛାତ ଉପରେ ଲାଗିଥିବା ସୋଲାର ପ୍ୟାନେଲକୁ ଭାଙ୍ଗି ଦେଇଛି। ପନ୍ତ ୯୫ ମିଟର ଦୂରତା ବିଶିଷ୍ଟ ଏହି ବିଶାଳ ଛକାଟି ଶ୍ରୀଲଙ୍କା ଦ୍ରୁତ ବୋଲର ଲାହିରୁ କୁମାରାଙ୍କୁ ମାରିଥିଲେ। କୁମାରା ତାଙ୍କ ଆଘାତପ୍ରାପ୍ତ ହାତକୁ ଲକ୍ଷ୍ୟ କରି ପକାଇଥିବା  ସର୍ଟ ବଲ୍‌କୁ ଫାଇନ୍‌ ଲେଗ୍‌ ଉପରକୁ ଛକା ମାରି ଉଚିତ ଜବାବ ଦେଇଥିଲେ ପନ୍ତ। ବଲ୍‌ ଉପରେ ଉପରେ ସିଧା ଯାଇ ଷ୍ଟାଡିୟମ୍‌ ଛାତ ଉପର ସୋଲାର ପ୍ୟାନେଲରେ ବାଜିଥିଲା ଏବଂ ଏହା ଭାଙ୍ଗିଯାଇଥିଲା।

Chrome valley: କ୍ରୋମ୍‌ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍‌ ବ୍ୟବସାୟ!

ସୂଚନାଯୋଗ୍ୟ ଯେ ମ୍ୟାଚ୍‌ର ପ୍ରଥମ ଦିନରେ ମାତ୍ର ୧୫ଟି ବଲ୍‌ ଖେଳିବା ପରେ କଚଟିରେ ବଲ୍‌ ବାଜିବାରୁ ଯନ୍ତ୍ରଣା ଜର୍ଜରିତ ପନ୍ତ ଆହତ ଅବସର ହେବାକୁ ବାଧ୍ୟ ହୋଇଥିଲେ। ଦ୍ୱିତୀୟ ଦିନ ସକାଳେ ସାରାଂଶ ଜୈନଙ୍କ ୱିକେଟ୍‌ ପଡ଼ିବା ପରେ କିନ୍ତୁ ବ୍ୟାଟିଂ କରିବାକୁ ଆସିଥିଲେ। ଶ୍ରୀଲଙ୍କାର ଦ୍ରୁତ ବୋଲର୍‌ମାନେ ମିଳିତ ଭାବେ ତାଙ୍କ ଆଘାତକୁ ଲକ୍ଷ୍ୟ କରି ଲଗାତାର ସର୍ଟ ବଲ୍‌ ପକାଇଥିଲେ। ଏକାଧିକ ବଲ୍‌ ମଧ୍ୟ ତାଙ୍କ ଶରୀରରେ ଲାଗିଥିଲା। ଏକାଧିକ ଥର ଭାରତୀୟ ଫିଜିଓ ମଇଦାନକୁ ଆସି ପନ୍ତଙ୍କ ହାତର ଅବସ୍ଥା ଯାଞ୍ଚ କରିଥିଲେ। କିନ୍ତୁ ଆଘାତ ଓ ଶ୍ରୀଲଙ୍କା ବୋଲରଙ୍କ ରଣନୀତି, କିଛି ବି ପନ୍ତଙ୍କ ଆକ୍ରମଣାତ୍ମକ ମନୋଭାବକୁ ରୋକି ପାରିନଥିଲା। ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟ୍‌ ରକ୍ଷକ ଆଡାମ ଗିଲକ୍ରିଷ୍ଟ (୧୦୦ ଛକା, ୯୬ ଟେଷ୍ଟ୍‌)ଙ୍କୁ ଟପି ପନ୍ତ ବି ଟେଷ୍ଟ୍ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାରେ ତୃତୀୟ ସ୍ଥାନକୁ ଉଠିଥିଲେ। ପନ୍ତ ମଧ୍ୟ ନିଜ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ଟପି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ (ଡବଲ୍ୟୁଟିସି)ରେ ଭାରତର ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ।

Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.