ЁЯФ┤Student union election: рмЖрм╕рм┐рм▓рм╛ рмЫрм╛рмдрнНрм░ рм╕рмВрм╕рмж рмирм┐рм░рнНрммрм╛рмЪрми рмлрм│: рмХрнЗрмЙрмБрмарм┐ рмХрм┐рмП рморм╛рм░рм┐рм▓рм╛ рммрм╛рмЬрм┐? рмЬрм╛рмгрмирнНрмдрнБ рм▓рм╛рмЗрмнрнНтАМ рмЕрмкрнНтАМрмбрнЗрмЯрнНтАМтАж

1 week ago 5
ARTICLE AD BOX
 рмХрнЗрмЙрмБрмарм┐ рмХрм┐рмП рморм╛рм░рм┐рм▓рм╛ рммрм╛рмЬрм┐? рмЬрм╛рмгрмирнНрмдрнБ рм▓рм╛рмЗрмнрнНтАМ рмЕрмкрнНтАМрмбрнЗрмЯрнНтАМтАж

ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିଛନ୍ତି। ବାଲଟ୍‌ ପେପର ଓ ବାକ୍ସ ପ୍ରସ୍ତୁତ ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍‌ରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି। ତେଣୁ  ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ର‌ତ୍ୟକ୍ଷ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଛାତ୍ରଛାତ୍ରୀ। ୧୨ଟି ବିଶ୍ବବିଦ୍ୟାଳୟର ବିଭିନ୍ନ ପଦବିରେ ୩୫୮ ପ୍ରାର୍ଥୀ ଏବଂ ମହାବିଦ୍ୟାଳୟରେ ୬,୮୯୧ ପ୍ରାର୍ଥୀ ରହିଛନ୍ତି। ସଭାପତି ପଦବିରେ ମୋଟ ୮୬୬ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତିରେ ୭୧୬ ଓ ସାଧାରଣ ସମ୍ପାଦକ ପଦବି ପାଇଁ ୬୧୬ ଜଣ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି।

ଏହାରି ମଧ୍ୟରେ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ନିର୍ବାଚନରେ ‌କିଏ କେଉଁଠି ବାଜି ମାରିଛି ଏହାର କ୍ରମାଗତ ଅପ୍‌ଡେଟ୍‌ ସମ୍ବାଦ ଡିଜିଟାଲରେ ଉପଲବ୍ଧ କରାଯାଉଛି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article