Sugar: ଅନ୍‌ଲାଇନ୍‌ରେ ୫ କେଜିରୁ ଅଧିକ ଚିନି ମଗାଇବା ମନା

9 hours ago 4
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ଚିନି ଦର ଦ୍ରୁତ ଗତିରେ ବଢ଼ିବା ସହ ଖୁଚୁରା ବଜାରରେ ଏହାର ଉପଲବ୍ଧତାକୁ ନେଇ ଚିନ୍ତା ବଢ଼ିଛି। ଆଗାମୀ ପର୍ବପର୍ବାଣୀ ଋତୁ ପୂର୍ବରୁ ଚାହିଦା ବଢ଼ିଥିବାରୁ ବଡ଼ ରିଟେଲର୍‌ ଓ ଅନଲାଇନ୍ ଗ୍ରୋସରି ପ୍ଲାଟଫର୍ମଗୁଡ଼ିକ ଚିନି କିଣା ଉପରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ଡି-ମାର୍ଟ ସମେତ କିଛି ରିଟେଲ ଶୃଙ୍ଖଳା ଏବଂ ବିଗ୍‌ବାସ୍କେଟ୍‌, ବ୍ଲିଙ୍କଇଟ୍‌ ଓ ସ୍ବିଗି ଇନଷ୍ଟାମାର୍ଟ ଭଳି କ୍ୱିକ୍-କମର୍ସ ପ୍ଲାଟଫର୍ମରେ ଗ୍ରାହକଙ୍କ ପାଇଁ ଚିନି କିଣିବାର ପରିମାଣ ସୀମିତ କରାଯାଇଛି। ଅନଲାଇନ୍‌ରେ ୫ ଜେକିରୁ ଅଧିକ ଚିନି ମଗାଇବା ଉପରେ କଟକଣା ଲାଗିଛି। ଗ୍ରାହକମାନେ ଥରରେ ଅନଲାଇନ୍‌ରେ ୨-୫ କେଜି ପର୍ଯ୍ୟନ୍ତ ଚିନି ମଗାଇପାରିବେ।

ନଭେମ୍ବରରୁ ଚିନି ଉତ୍ପାଦନରେ ଆସିପାରେ ସୁଧାର

ସରକାରୀ ତଥ୍ୟ ଅନୁସାରେ ଅଗଷ୍ଟ ୨୬ରେ ଦେଶରେ ଚିନିର ହାରାହାରି ଖୁଚୁରା ଦର କିଲୋପିଛା ୬୫.୦୫ ଟଙ୍କାରେ ପହଞ୍ଚିଛି। ଏହା ଗୋଟିଏ ଦିନ ପୂର୍ବର ୬୩.୯୭ ଟଙ୍କା ତୁଳନାରେ ଦରରେ ୧ ଟଙ୍କାରୁ ଅଧିକ ବୃଦ୍ଧି। ଗତ ଦୁଇ ମାସ ମଧ୍ୟରେ କେତେକ ଖୁଚୁରା ବଜାରରେ ଚିନି ଦରରେ ପ୍ରାୟ ୪୦% ବୃଦ୍ଧି ହୋଇଛି। ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଗଣେଶ ପୂଜା, ଦଶହରା ଓ ଦୀପାବଳି ଭଳି ପର୍ବ ଯୋଗୁଁ ଚିନିର ଚାହିଦା ସାଧାରଣତଃ ବଢ଼ିଥାଏ। ଏହି ପରିସ୍ଥିତିରେ ଚିନିର ମହଜୁଦ ଓ ବଜାର ଯୋଗାଣ ଉପରେ କେନ୍ଦ୍ର ସରକାର ମଧ୍ୟ କଟକଣା ଲଗାଇଛନ୍ତି। ଡିଲରମାନଙ୍କ ପାଇଁ ମହଜୁଦ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଅତିରିକ୍ତ ମହଜୁଦ ଓ କୃତ୍ରିମ ଅଭାବ ସୃଷ୍ଟି ରୋକିବାକୁ ନଜର ରଖାଯାଉଛି। ବଜାର ବିଶେଷଜ୍ଞଙ୍କ ମତରେ, ନୂଆ ଆଖୁ ଋତୁର ଚିନି ଉତ୍ପାଦନ ନଭେମ୍ବରରୁ ବଜାରକୁ ଆସିବା ପରେ ଯୋଗାଣ ସ୍ଥିତିରେ ସୁଧାର ଆସିପାରେ। ସେପର୍ଯ୍ୟନ୍ତ ପର୍ବ ଋତୁର ଅଧିକ ଚାହିଦା ଯୋଗୁଁ ଚିନି ଦର ଉପରେ ଚାପ ଜାରି ରହିବାର ଆଶଙ୍କା ରହିଛି।

ବଦ୍ରିନାଥ-ମାଣା ଉପରେ ୨୧୯ ଝୁଲନ୍ତା ହିମବାହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.