ARTICLE AD BOX
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାରର ବାଣର ଖୋଲା ବିକ୍ରୟକୁ ନେଇ ସୁପ୍ରିମକୋର୍ଟଚିନ୍ତା ପ୍ରକାଶ କରିଛନ୍ତି। କୋର୍ଟ ସରକାରଙ୍କୁ ତୁରନ୍ତ ଏହି ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଦାବି କରି ଏହାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି।କୋର୍ଟ କହିଛନ୍ତି ଯେ, ଆମେ କେବଳ ଲାଇସେନ୍ସପ୍ରାପ୍ତ ସବୁଜ ବାଣକୁ ଅନୁମୋଦନ କରିଛୁ। ଯାଞ୍ଚ୍ ପାଇଁ ପ୍ୟାକେଜିଂରେ ଏକ କ୍ୟୁଆର କୋଡ୍ ମୁଦ୍ରିତ ହେବା ଆବଶ୍ୟକ। କିନ୍ତୁ ଜଣାପଡ଼ିଛି ବଜାରରେ ସମସ୍ତ ପ୍ରକାରର ବାଣ ଉପଲବ୍ଧ ହେଉଛି।
ଜଷ୍ଟିସ୍ ଏମଏମ୍ ସୁନ୍ଦରେଶ ସରକାରଙ୍କ ଆଇନଜୀବୀ ଏଏସଜି ଐଶ୍ୱର୍ଯ୍ୟା ଭାଟିଙ୍କୁ କହିଛନ୍ତି ଯେ, ରିପୋର୍ଟରେ ଏକ ଚିତ୍ର ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି ଯେ, ଗତକାଲିର ନିର୍ଦ୍ଦେଶ ସତ୍ତ୍ୱେ ଏବେ ଦୋକାନଗୁଡ଼ିକରେ ସବୁ ପ୍ରକାର ବାଣ ଉପଲବ୍ଧ ହେଉଛି। ଦୟାକରି ଏହା ଉପରେ ଧ୍ୟାନ ଦିଅନ୍ତୁ।
ବିଚାରପତି କହିଛନ୍ତି, ଏହା କୁହାଯାଇଛି ଯେ, ସମସ୍ତ ପ୍ରକାରର ଫାଇବର, ଲାଇସେନ୍ସପ୍ରାପ୍ତ ହେଉ କିମ୍ବା ଅଣଲାଇସେନ୍ସପ୍ରାପ୍ତ,କ୍ୟୁଆର କୋଡ୍ ସହ କିମ୍ବା କ୍ୟୁଆର କୋଡ୍ ବିନା ଥିବା ବାଣ ବଜାରରେ ଉପଲବ୍ଧ ହେଉଛି।
ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ଆତସବାଜି ବ୍ୟବହାରକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟ କହିଥିଲେ, ଦୀପାବଳି ପର୍ବ ଧାର୍ମିକ, ସାମାଜିକ ଏବଂ ଭାବପ୍ରବଣ ଗୁରୁତ୍ୱ ରଖେ କିନ୍ତୁ ପରିବେଶକୁ କ୍ଷତି ପହଞ୍ଚାଇବା ଏହି ପର୍ବର ମୂଳ ଉଦ୍ଦେଶ୍ୟକୁ ନିଷ୍ଫଳ କରି ଦେଉଛି।
ନଭେମ୍ବର ୯ ତାରିଖରୁ ଫୋଟକା ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୭ ଏବଂ ୮ ତାରିଖରେ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇପାରିବ।
ହସ୍ପିଟାଲ, ନର୍ସିଂ ହୋମ୍, ସ୍କୁଲ, ବୃଦ୍ଧାଶ୍ରମ ଏବଂ ନୀରବତା ଜୋନ୍ ଠାରୁ ୩ ଶହ ମିଟର ଦୂରତା ମଧ୍ୟରେ ଫୋଟକା ଫୁଟାଇବା ଉପରେ ନିଷେଧ। ନଭେମ୍ବର ୯ ତାରିଖରୁ ଫୋଟକା ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
କ୍ଷତିପୂରଣ ରାଶି ମଞ୍ଜୁର କରିବା ବଦଳରେ ୫.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ

51 minutes ago
1


