ARTICLE AD BOX
ବୌଦ୍ଧ/କଣ୍ଟାମାଳ: ବୌଦ୍ଧ ବନଖଣ୍ଡ ଅଧିନ କଣ୍ଟାମାଳ ରେଞ୍ଜ ବାରପଦର ସେକ୍ସନର ଫରେଷ୍ଟର ବୁଲି ବେହେରାଙ୍କୁ ଆଜି ନିଲମ୍ବନ କରାଯାଇଛି। ଶ୍ରୀମତୀ ବେହେରାଙ୍କ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସୁଳିଆ ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଛ କଟାଯିବା ସହ ଚୋରାଚାଲାଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।
ଏହାର ତଦନ୍ତ କରି କଣ୍ଟାମାଳ ରେଞ୍ଜ ଅଫିସର ଏବଂ ଡିଏଫଓ ସେମାନଙ୍କ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ, ବ୍ରହ୍ମପୁର ମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପରେଷ୍ଟର ଶ୍ରୀମତୀ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶ୍ରୀମତୀ ବେହେରାଙ୍କୁ ବ୍ରହ୍ମପୁର ଡିଏଫଓ ଅଫିସରେ ଅବସ୍ଥାପିତ କରାଯାଇଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
Suspend: ଗୋମାଫିଆଙ୍କୁ ସାହାଯ୍ୟ: ପୁଲିସ ଏଏସ୍ଆଇ-କନଷ୍ଟେବଳ ନିଲମ୍ବିତ

1 month ago
17


