Swami Laxmanananda Saraswati ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର 'ଗୁରୁ, ଗ୍ରନ୍ଥ ଏବଂ ଗରିମା' :ମୁଖ୍ୟମନ୍ତ୍ରୀ

6 days ago 4
ARTICLE AD BOX

ତାଳଚେରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ 

ଗୁରୁଜାଙ୍ଗ ହେବ ‘ଐତିହ୍ୟ ଗ୍ରାମ’ ଓ ‘ଆଦର୍ଶ ପଞ୍ଚାୟତ’

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର 'ଗୁରୁ, ଗ୍ରନ୍ଥ ଏବଂ ଗରିମା' ବୋଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅନୁଗୋଳ ଜିଲ୍ଲା ତାଳଚେର ନିକଟସ୍ଥ ଗୁରୁଜାଙ୍ଗଠାରେ ଆୟୋଜିତ ମହୋତ୍ସବରେ ଯୋଗଦେଇ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହାସହ ସ୍ୱାମୀଜୀଙ୍କ ସ୍ମୃତିପୂତ ପବିତ୍ର ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’  ଭାବେ ଗଢ଼ିତୋଳାଯିବା ସହ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ମହାନ ଆଦର୍ଶ, ଅଲୌକିକ ଅନୁଷ୍ଠାନ ଓ ସନାତନ ଧର୍ମର ଦୀପ୍ତିମନ୍ତ ମାର୍ଗଦର୍ଶକ। ଆଜିର ଆଧୁନିକ ଯୁଗରେ ସୁଖ-ସୁବିଧା ତ୍ୟାଗ କରି ସେ କନ୍ଧମାଳର ଦୁର୍ଗମ ଓ ଘଞ୍ଚ ଜଙ୍ଗଲରେ ରହି ଅସହାୟ ବନବାସୀଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେଠାରେ ଚକାପାଦ ଓ ଜଲେଶପଟ୍ଟା ଆଶ୍ରମ ଏବଂ କନ୍ୟା ଗୁରୁକୁଳ ପ୍ରତିଷ୍ଠା କରି ବନବାସୀ ଝିଅମାନଙ୍କୁ ସଂସ୍କୃତ ଶିକ୍ଷା ଓ ସଂସ୍କାରରେ ସ୍ୱାବଲମ୍ବୀ କରି ଗଢ଼ିତୋଳିଥିଲେ। ତାଙ୍କ ଦ୍ୱାରା ବୁଣାଯାଇଥିବା ସଂସ୍କୃତିର ମଞ୍ଜି ଆଜି ମହାଦ୍ରୁମରେ ପରିଣତ ହୋଇଛି ଏବଂ ଧର୍ମାନ୍ତରୀକରଣ ବିରୋଧରେ ସେ ଆରମ୍ଭ କରିଥିବା ସଚେତନତା ସମଗ୍ର ରାଜ୍ୟରେ ଏକ ଜାଗ୍ରତ ସନାତନୀ ସଙ୍କଳ୍ପ ଭାବେ ଛିଡ଼ା ହୋଇଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର 'ଗୁରୁ, ଗ୍ରନ୍ଥ ଏବଂ ଗରିମା' ବୋଲି ସେ କହିଥିଲେ।

Lakhmanananda saraswati: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ସମ୍ବଲପୁର ସାଂସଦ

ସ୍ୱାମୀଜୀଙ୍କ ଅତୁଳନୀୟ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ରାଜ୍ୟ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ‘ଫୁଲବାଣୀ ସରକାରୀ ମେଡିକାଲ କଲେଜ’କୁ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ’ ଭାବେ ନାମିତ କରାଯାଇଛି। ଏହାସହ ସ୍ୱାମୀଜୀଙ୍କ କର୍ମପୀଠ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ବିକାଶ ଏବଂ ଐତିହ୍ୟ ସଂରକ୍ଷଣ ପାଇଁ 'ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା' (CMSA) ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ୫ କୋଟି ଟଙ୍କା ବିନିଯୋଗରେ ଛାତ୍ରୀମାନଙ୍କ ପାଇଁ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ, ୩ କୋଟି ଟଙ୍କାରେ ଐତିହ୍ୟ ସ୍ଥଳର ସଂରକ୍ଷଣ ଏବଂ ପାନୀୟ ଜଳ ଯୋଗାଣ ପାଇଁ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

Swami Laxmanananda Saraswati: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ରିପୋର୍ଟ ଗାଏବ ଘଟଣା; ଦୋଷୀଙ୍କୁ ଛଡ଼ାଯିବନି: ମୁଖ୍ୟମନ୍ତ୍ରୀ

୨୦୦୮ ମସିହା ଜନ୍ମାଷ୍ଟମୀ ରାତ୍ରିରେ ସ୍ୱାମୀଜୀଙ୍କ ନିର୍ମମ ହତ୍ୟାକାଣ୍ଡକୁ ମନେପକାଇ ମୁଖ୍ୟମନ୍ତ୍ରୀ ତତ୍କାଳୀନ ସରକାରଙ୍କ ବିଫଳତା, ଅବହେଳା ଓ ତୁଷ୍ଟୀକରଣ ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ୍ ମହାପାତ୍ର କମିଶନ୍ ଏବଂ ଜଷ୍ଟିସ୍ ନାଇଡୁ କମିଶନ୍‌ଙ୍କ ରିପୋର୍ଟ ଓ ଫାଇଲ୍ ଲୋକସେବା ଭବନରୁ ଗାଏବ ହେବା ଅପରାଧୀଙ୍କୁ ବଞ୍ଚାଇବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହି ମଞ୍ଚରୁ ମୁଖ୍ୟମନ୍ତ୍ରୀ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ଦୃଢ଼ ଆଶ୍ୱାସନା ଦେଇଛନ୍ତି ଯେ, ସ୍ୱାମୀଜୀଙ୍କ ରକ୍ତର ପ୍ରତ୍ୟେକ ଟୋପାକୁ ନ୍ୟାୟ ମିଳିବ ଏବଂ ସତ୍ୟର ଉନ୍ମୋଚନ ନିଶ୍ଚିତ ହେବ।

Phulbani Medical College: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ହେବ ଫୁଲବାଣୀ ମେଡିକାଲ କଲେଜ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସଦାସର୍ବଦା ସ୍ୱାମୀଜୀଙ୍କ ସେବା ଓ ସନାତନୀ ନିଷ୍ଠାକୁ ଗଭୀର ସମ୍ମାନ ଜଣାଇ ଆସିଥିବା କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋଦୀଜୀଙ୍କ ‘ସବ୍‌କା ସାଥ୍, ସବ୍‌କା ବିକାଶ’ ଆଦର୍ଶ ଭିତରେ ସ୍ୱାମୀଜୀଙ୍କ ଅନ୍ତ୍ୟୋଦୟ ବିଚାରଧାରା ହିଁ ନିହିତ ରହିଛି। ଶେଷରେ ଆଜିର ଯୁବପିଢ଼ି (Gen Z) ନିଜର ମୂଳ ଶିକ୍ଷା, ସଂସ୍କୃତି, ବେଦ, ସଂସ୍କୃତ, ଗୋ-ସଂରକ୍ଷଣ ଓ ସନାତନୀ ପରମ୍ପରା ସହ ଯୋଡ଼ିହୋଇ ଦେଶଭକ୍ତି ଓ ସାହସର ସହ ସମାଜ ଗଠନରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। 

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସାଂସଦ ରୁଦ୍ର ନାରାୟଣ ପାଣି, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଏବଂ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ସ୍ୱାମୀ ଜୀବନ ମୁକ୍ତାନନ୍ଦ ଜୀ, ସ୍ୱାମୀ ସଚ୍ଚିଦାନନ୍ଦ ଜୀ ମହାରାଜଙ୍କ ସମେତ ବହୁ ସାଧୁସନ୍ଥ, ମାନ୍ୟଗଣ୍ୟ ଅତିଥି ଓ ରାଜ୍ୟର କୋଣ-ଅନୁକୋଣରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.