ARTICLE AD BOX
ଭୁବନେଶ୍ବର: ଭାଇଭଉଣୀର ସ୍ନେହ, ବିଶ୍ବାସ ଓ ଭଲ ପାଇବାର ପର୍ବ ହେଉଛି ରାଖୀପୂର୍ଣ୍ଣିମା। ଏହି ପର୍ବ ସହ ମିଠାର ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି। ଭାଇକୁ ରାଖୀଟିଏ ପିନ୍ଧାଇ ମିଠା ଖୁଆଇବା ପରମ୍ପରା ରହିଛି। ସେଥିପାଇଁ ରାଖୀପୂର୍ଣ୍ଣିମାରେ ମିଠା ଦୋକାନଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥାଏ ଓ ବିକ୍ରି ମଧ୍ୟ ଉତ୍ସାହଜନକ ରହିଥାଏ। କିନ୍ତୁ ଚଳିତ ବର୍ଷ ମିଠା ବ୍ୟବସାୟରେ ସେଭଳି ଉତ୍ସାହର ଅଭାବ ରହିଥିଲା। ବେପାର ପ୍ରାୟତଃ ମାନ୍ଦା ଥିଲା। ଗତବର୍ଷର ରାଖୀପୂର୍ଣ୍ଣିମା ତୁଳନାରେ ଚଳିତ ବର୍ଷ ବେପାର ୩୦-୪୦ ପ୍ରତିଶତ ହ୍ରାସ ପାଇଥିବା ବ୍ୟବସାୟୀମାନେ କହିଛନ୍ତି। ଚଳିତ ବର୍ଷ ମିଠା ବେପାର ମାନ୍ଦା ରହିବାର କାରଣ ସମ୍ପର୍କରେ ବ୍ୟବସାୟୀମାନେ କହିଛନ୍ତି ଯେ ଚିନି ଦରରେ ଅହେତୁକ ବୃଦ୍ଧି ଓ ଭେଜାଲ ଛେନା ଉପରେ କର୍ତ୍ତୃପକ୍ଷ କରିଥିବା
The sweet: ମହାକାଳୀ ଅଟାକଳର ଧୁମ୍ ମିଠା ପଣା
ବ୍ୟାପକ ଚଢ଼ଉର ପ୍ରଭାବ ବଜାର ଉପରେ ପଡ଼ିଛି। ରାଖୀପୂର୍ଣ୍ଣିମା ସମୟରେ ସାଧାରଣତଃ ଚିନିସିରାଭିତ୍ତିକ ମିଠା ଅଧିକ ବିକ୍ରି ହୋଇଥାଏ। ବିଶେଷ କରି ରସଗୋଲା ଓ ସେହି ଧରଣର ମିଠାକୁ ଗ୍ରାହକମାନେ କିଣିଥାନ୍ତି। ପୂର୍ବ ବର୍ଷଗୁଡ଼ିକରେ ଯେତିକି ସଂଖ୍ୟକ ଗ୍ରାହକ ଦୋକାନକୁ ଆସୁଥିଲେ, ଚଳିତ ବର୍ଷ ସେହି ସଂଖ୍ୟା ଅଧା ପାଖାପାଖି ହ୍ରାସ ପାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ରାଖୀପୂର୍ଣ୍ଣିମା ଦୁଇଦିନ ପାଳନ କରାଯାଉଛି। ସେଥିପାଇଁ ଗ୍ରାହକ ସଂଖ୍ୟା କମିଥିବା ଆଶଙ୍କା କରାଯାଉଛି। କିଛି ଗ୍ରାହକ ଆଜି ଏହି ପର୍ବକୁ ପାଳନ କରିଥିବା ବେଳେ ଅନ୍ୟମାନେ ଆସନ୍ତାକାଲି ପାଳନ କରିବାକୁ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଗ୍ରାହକମାନେ ପୂର୍ବବର୍ଷ ତୁଳନାରେ କମ୍ ପରିମାଣର ମିଠା ନେଇଥିବା ବ୍ୟବସାୟୀମାନେ ସ୍ବୀକାର କରିଛନ୍ତି। ଗୋଟିଏ ପଟେ ଅଧିକାଂଶ ପରିବାରରେ ଡାଇବେଟିସ୍ ରୋଗୀ ଥିବାରୁ ଲୋକମାନେ କମ୍ ମିଠା କିଣୁଛନ୍ତି। ଅନ୍ୟପକ୍ଷରେ, ଛେନାର ଗୁଣବତ୍ତାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ମଧ୍ୟ ମିଠା ବିକ୍ରିକୁ ପ୍ରଭାବିତ କରିଛି। ବିଭିନ୍ନ ସ୍ଥାନରେ ଭେଜାଲ ଛେନା ବିକ୍ରି ଅଭିଯୋଗ ଆସୁଥିବାରୁ କିଛି ଗ୍ରାହକ ମିଠା କିଣିବାରେ ସତର୍କତା ଅବଲମ୍ବନ କରୁଛନ୍ତି। ବିଶେଷକରି ଛେନାପୋଡ଼, ରସଗୋଲା, ଛେନା ଝିଲ୍ଲୀ ଭଳି ମିଠା କିଣିବା ସମୟରେ ଗୁଣବତ୍ତା ଏକ ପ୍ରସଙ୍ଗ ଭାବେ ଉଭା ହୋଇଛି।
The sweet breeze: ଶୀତୁଆ ସନ୍ଧ୍ୟାରେ ଶିଶିର ସରସର ମିଠା ଆସର
ମିଠା ବ୍ୟବସାୟ ସମ୍ପର୍କରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସଭାପତି ବିମ୍ବାଧର ବେହେରା କହିଛନ୍ତି, ମିଠା ପ୍ରସ୍ତୁତିରେ ତିନି ପ୍ରମୁଖ ଜିନିଷ ଗ୍ୟାସ୍, ଚିନି ଓ ଛେନା ବ୍ୟବହାର ହୋଇଥାଏ। ଏହି ତିନିପ୍ରକାର ଜିନିଷର ଦର ବଢ଼ିଛି। ଗତବର୍ଷ ତୁଳନାରେ ଚିନି ଦର ଦୁଇଗୁଣା ପାଖାପାଖି ବଢ଼ିଛି। ଛେନା କେଜି ଦାମ୍ ୨୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଚିନି ମୂଲ୍ୟ କେଜି ୩୦-୩୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ତେଣୁ ମିଠା ପ୍ରସ୍ତୁତିରେ ପ୍ରତି କେଜି ପିଛା ଖର୍ଚ୍ଚ ବୃଦ୍ଧି ପାଇଛି। ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଦର ବଢ଼ିଥିଲେ ମଧ୍ୟ ସଂଘ ଅଧୀନରେ ଥିବା ବ୍ୟବସାୟୀମାନେ ଦରବୃଦ୍ଧି କରି ନଥିବା ସେ କହିଛନ୍ତି।

1 hour ago
1


