ARTICLE AD BOX
ବେଜିଂ: ଭାରତୀୟ ଟେବଲ ଟେନିସ (ଟିଟି) ଯୋଡ଼ି ମାନବ ଠକ୍କର ଓ ମନୁଷ ଶାହ ଚଳିତ ଡବ୍ଲ୍ୟୁଟିଟି ଚାଇନା ସ୍ମାସ୍ର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୁଧବାର ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ି ୩-୨ (୧୧-୫, ୧୧-୬, ୨-୧୧, ୭-୧୧, ୧୨-୧୦)ରେ ସ୍ଥାନୀୟ ଖେଳାଳି ଚେନ୍ ଜୁନ୍ସୋଙ୍ଗ ଓ ଝୌ କ୍ବିହାଇଙ୍କୁ ହରାଇଥିଲେ।
ମିଶ୍ରିତ ଯୁଗଳରେ ପଦକ
ମଙ୍ଗଳବାର ମାନବ ପୁରୁଷ ଏକକର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ସେ ୩-୨ରେ ଫ୍ରାନ୍ସ ଭେଟେରାନ ସିମନ ଗୌଜିଙ୍କୁ ୩-୨ରେ ହରାଇଥିଲେ। ଗତ ଏସୀୟ କ୍ରୀଡ଼ାରେ ମାନବ ଭାରତୀୟ ଦଳରେ ଥିଲେ ଏବଂ ଖାଲି ହାତରେ ଫେରିଥିଲେ। ଏସୀୟ କ୍ରୀଡ଼ାରେ ଭାରତକୁ ଟିଟିରୁ କେବଳ ଗୋଟିଏ କାଂସ୍ୟ ପଦକ ମିଳିଥିଲା। ମନୁଷ ଓ ଦିୟା ଚିତାଲେ ମିଶ୍ରିତ ଯୁଗଳରେ ଏହି ପଦକ ଜିତିଥିଲେ।

2 weeks ago
4


