Tamil Nadu: ବିମାନ ଟରବାଇନ୍ ଇନ୍ଧନ ଉପରେ ଭାଟ୍ ହ୍ରାସ ପାଇଁ ବିଜୟଙ୍କୁ କେନ୍ଦ୍ର ସରକାରଙ୍କ ପ୍ରଶଂସା

3 days ago 3
ARTICLE AD BOX

ଚେନ୍ନାଇ: ରାଜ୍ୟର ସମସ୍ତ ବିମାନବନ୍ଦରରେ ବିମାନ ଟରବାଇନ୍ ଇନ୍ଧନ (ଏଟିଏଫ୍‌) ଉପରେ ବଡ଼ଧରଣର ଭାଟ୍ ହ୍ରାସ କରିବାକୁ ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ବିଜୟଙ୍କ ପଦକ୍ଷେପ ଆକାଶଛୁଆଁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମଧ୍ୟରେ ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିଛି। 

ତାମିଲନାଡ଼ୁ ସରକାର ଚେନ୍ନାଇରେ ଭାଟ୍‌ ୨୯% ରୁ ୧୬%କୁ ଓ ରାଜ୍ୟର ଅନ୍ୟ ସମସ୍ତ ବିମାନବନ୍ଦରରେ ଭାଟ୍‌ ଦର ହ୍ରାସ କରି ୧% କରିଦେଇଛନ୍ତି।ବିଜୟଙ୍କ ଏହି ପଦକ୍ଷେପକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଖୁବ୍‌ ପ୍ରଶଂସା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ବିମାନ ଯାତ୍ରାକୁ ଅଧିକ ସୁଲଭ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏପରି ସମନ୍ୱୟ ଗୁରୁତ୍ୱପୂର୍ଣ୍ଣ। 

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି
ସୂଚନାଯୋଗ୍ୟ, ଏଟିଏଫ୍‌ ଜିଏସ୍‌ଟି ପରିସରରେ ଆସୁନାହିଁ। ତେଣୁ ରାଜ୍ୟଗୁଡ଼ିକ ନିକଟରେ ନିଜସ୍ୱ ହାରରେ ଭାଟ୍‌ ଆଦାୟ କରିବାର ସ୍ୱାଧୀନତା ରହିଛି। ଫେବ୍ରୁଆରିରେ ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି। ଇନ୍ଧନ ଉପାଦାନ ସାଧାରଣତଃ ପରିଚାଳନା ଖର୍ଚ୍ଚର ପ୍ରାୟ ୩୦-୪୦% ହୋଇଥାଏ। ଏହା ଏବେ ପ୍ରାୟ ୫୫- ୬୦% କୁ ବୃଦ୍ଧି ପାଇଛି।

ସ୍କୁଲ ଭିତରେ ପେଟ୍ରୋଲ ଢାଳି ଆତ୍ମହତ୍ୟା

Read Entire Article
LEFT SIDEBAR AD

Hidden in mobile, Best for skyscrapers.