TCS : କର୍ମଚାରୀଙ୍କ ଉପରେ ନଜର ରଖି ବିବାଦରେ ଟିସିଏସ୍‌

6 days ago 5
ARTICLE AD BOX

ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ବିରୋଧରେ କର୍ମଚାରୀଙ୍କ ଉପରେ ନଜର ରଖିବା ଅଭିଯୋଗ ହୋଇଛି। ଏହା କର୍ମଚାରୀଙ୍କ ଲାପ୍‌ଟପ୍‌ ଓ ୱାର୍କଷ୍ଟେସନରେ ମନିଟରିଂ ଟୁଲ୍‌ ଲଗାଇଛି।

 କର୍ମଚାରୀଙ୍କ ଉପରେ ନଜର ରଖି ବିବାଦରେ ଟିସିଏସ୍‌

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ବିରୋଧରେ କର୍ମଚାରୀଙ୍କ ଉପରେ ନଜର ରଖିବା ଅଭିଯୋଗ ହୋଇଛି। ଏହା କର୍ମଚାରୀଙ୍କ ଲାପ୍‌ଟପ୍‌ ଓ ୱାର୍କଷ୍ଟେସନରେ ମନିଟରିଂ ଟୁଲ୍‌ ଲଗାଇଛି। ‌ଏହି ମାମଲାରେ ସଫେଇ ଦେଇ ଟିସିଏସ୍‌ କହିିଛି ଯେ ବ୍ୟବହାର କରାଯାଇଥିବା ଟୁଲ୍‌ କର୍ମଚାରୀଙ୍କ କୌଣସି ବ୍ୟକ୍ତିଗତ ଗତିବିଧି ଉପରେ ନଜର ରଖୁନାହିଁ। ଏହା ହେଉଛି ଏକ ସିଷ୍ଟମ୍‌ ସ୍ତରର ଟୁଲ୍‌ ଯାହା ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା କିଭଳି ଚାଲୁଛି, ଇଣ୍ଟରନେଟ୍‌ର ଗତି କିଭଳି ରହିିଛି ଓ କୌଣସି ସାଇବର୍‌ ଆକ୍ରମଣ ବିପଦ ରହିଛି ନା ନାହିଁ ତାହା ମୋଟାମୋଟି ଭାବେ ଜାଣିବାକୁ ଉଦ୍ୟମ କରୁଛି। ଏହା ପୂର୍ବରୁ ଆମେରିକୀୟ କମ୍ପାନି ମେଟା ଉପରେ ମଧ୍ୟ କର୍ମଚାରୀଙ୍କ ଉପରେ ନଜର ରଖିବା ଅଭିଯୋଗ ହୋଇଥିଲା। କର୍ମଚାରୀମାନେ କେଉଁ ୱେବସାଇଟ୍‌ ପରିଦର୍ଶନ କରୁଛନ୍ତି, କିବୋର୍ଡକୁ କିଭଳି ବ୍ୟବହାର କରୁଛନ୍ତି ଓ ମାଉସ୍‌କୁ କେତେ ଥର ସ୍ପର୍ଶ କରୁଛନ୍ତି ଭଳି ତଥ୍ୟକୁ ମେଟା ସଂଗ୍ରହ କରୁଥିଲା। ପ୍ରବଳ ବିରୋଧ ହେବାକୁ କମ୍ପାନି ସେହି ଟୁଲ୍‌କୁ ହଟାଇ ଦେଇଥିଲା। ତେବେ ଟିସିଏସ୍‌ରେ ବର୍ତ୍ତମାନ ସୁଦ୍ଧା କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଭଳି ଟୁଲ୍‌ ଲଗାଯାଇନଥିବା ଜଣାପଡ଼ିଛି।

ଦିଲ୍ଲୀରେ ଦିନକରେ ୧୧୪ ଏଚ୧ଏନ୍‌୧ ମାମଲା: ସମୀକ୍ଷା ବୈଠକ ଡାକିଲେ ଜେପି ନଡ୍ଡା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.