Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_ihlq3coildt5kpbbdqoa18g6um, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Temperature: ୟୁରୋପ୍‌ରେ ରେକର୍ଡ ଭଙ୍ଗା ଗ୍ରୀଷ୍ମଲହରୀ: ପ୍ରତିଦିନ ବଢ଼ୁଛି ମୃତ୍ୟୁସଂଖ୍ୟା - CGPT.IN

Temperature: ୟୁରୋପ୍‌ରେ ରେକର୍ଡ ଭଙ୍ଗା ଗ୍ରୀଷ୍ମଲହରୀ: ପ୍ରତିଦିନ ବଢ଼ୁଛି ମୃତ୍ୟୁସଂଖ୍ୟା

1 month ago 21
ARTICLE AD BOX

ନୂଆଦିଲ୍ଲୀ: ୟୁରୋପରେ ରେକର୍ଡ ଭଙ୍ଗା ଗ୍ରୀଷ୍ମଲହରୀରୁ ଲୋକଙ୍କୁ ନିସ୍ତାର ମିଳୁନି। ଅସହ୍ୟ ଗରମ ଯୋଗୁ ପ୍ରତିଦିନ ୟୁରୋପରେ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଫ୍ରାନ୍ସରେ ଜୁନ୍‌ ଶେଷ ସପ୍ତାହରେ ଗ୍ରୀଷ୍ମଲହରୀ ଯୋଗୁ ୨,୦୨୫ ଅତିରିକ୍ତ ମୃତ୍ୟୁ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ଜୁନ୍‌ ୨୨ରୁ ୨୮ ସପ୍ତାହରେ ଫ୍ରାନ୍ସରେ ଅତିରିକ୍ତ ୨,୦୨୫ ମୃତ୍ୟୁ ହୋଇଛି ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଷ୍ଟିଫେନ ରିସ୍ତ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। 

ଏହି ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ତେବେ ଫ୍ରାନ୍ସରେ ଜୁନ୍‌ ଶେଷ ସପ୍ତାହରେ ମୃତ୍ୟୁସଂଖ୍ୟା ୨୧.୧ ପ୍ରତିଶତ ବଢ଼ିଛି। ୪୫ରୁ ୬୪ ବର୍ଷ ବୟସ ବର୍ଗ ମଧ୍ୟରେ ମୃତ୍ୟୁସଂଖ୍ୟା ଅଧିକ ବଢ଼ୁଛି। ତେବେ ଗ୍ରୀଷ୍ମଲହରୀ ଯୋଗୁ ୬୫ ବର୍ଷରୁ ଅଧିକ ବୟସର‌ ଲୋକଙ୍କର ସର୍ବାଧିକ ମୃତ୍ୟୁ ହୋଇଛି। ୟୁରୋପରେ ଦୁଇ ତୃତୀୟାଂଶ ଜନସଂଖ୍ୟା ଜୁନ୍‌ ୧୫ରୁ ୩୦ ମଧ୍ୟରେ ୩୫ ଡିଗ୍ରି ସେଲସିୟସ୍‌ରୁ ଅଧିକ ତାପମାତ୍ରାରେ ଆଉଟୁ ପାଉଟୁ ହୋଇଛନ୍ତି।

ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ

ଶେଷ ଥର ପାଇଁ ୟୁରୋପରେ ୨ ଦଶନ୍ଧି ତଳେ ୨୦୦୩ରେ ଏଭଳି ତାପମାତ୍ରା ବୃଦ୍ଧି ହୋଇଥିଲା। ୧୬ ଦିନର ଗ୍ରୀଷ୍ମଲହରୀରେ ଫ୍ରାନ୍ସରେ ୧୫ ହଜାର ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ଗ୍ରୀଷ୍ମଲହରୀ ମଧ୍ୟରେ ବେଲଜିୟମ , ନେଦରଲାଣ୍ଡ ଏବଂ ଫ୍ରାନ୍ସରେ ଜୁନ୍‌ ମାସରେ ୩୭୦୦ ଅଧିକ ମୃତ୍ୟୁ ହୋଇଛି। ବେଲଜିୟମରେ ଜୁନ୍‌ ୧୮ରୁ ୨୯ ମଧ୍ୟରେ ୧୨୨୨ ଅତିରିକ୍ତ ମୃତ୍ୟୁ ହୋଇଛି। ବେଲ୍‌ଜିୟମ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମଲହରୀ ପାଇଁ ଆମ ରାଷ୍ଟ୍ରରେ ଏତେ ସଂଖ୍ୟକ ମୃତ୍ୟୁ ଅତ୍ୟନ୍ତ ଅପ୍ରତ୍ୟାଶିତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.