ARTICLE AD BOX
ନୂଆଦିଲ୍ଲୀ : ଦୁଇ ଥର ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ରୋହନ ବୋପନ୍ନା ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟେନିସ୍ ଦଳରେ କରାଯାଇଥିବା ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଆହୁରି ପଢନ୍ତୁ :Ganja Seized ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ,୫ ଗିରଫ
ଲିଙ୍କଡଇନ୍ରେ ଏକ ବିବୃତି ଜାରି କରି ବୋପନ୍ନା ଏହି ଚୟନ ନିୟମର ସମ୍ଭାବ୍ୟ ପ୍ରଭାବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାରତର ମହିଳା ଏକକରେ ଏକ ନମ୍ବର ଓ ଦୁଇ ନମ୍ବର ଖେଳାଳିଙ୍କ ସମେତ ୫ ଜଣ ଖେଳାଳି କଠିନ ପରିଶ୍ରମ କରି ନିଜର ମାନ୍ୟତା ହାସଲ କରିଛନ୍ତି। ଏଥିରେ କୌଣସି ସର୍ଟକଟ୍ କିମ୍ବା ବିଶେଷ ସୁବିଧା ନଥିଲା। ଏହି ଖେଳାଳିମାନେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇ, ଯୋଗ୍ୟତା ହାସଲ କରିବା ସହ ନିଜ ସ୍ଥାନ ପ୍ରମାଣ କରିଛନ୍ତି। ତେଣୁ ଚୟନ ନିୟମର ପରିବର୍ତ୍ତନ ଏହି ଖେଳାଳିଙ୍କ କ୍ୟାରିୟର ଉପରେ କି ପ୍ରଭାବ ପକାଇବ, ସେ ନେଇ ବୋପନ୍ନା ପ୍ରଶ୍ନ ଉଠାଇଛନ୍ତି।
ଆହୁରି ପଢନ୍ତୁ :JICA-2 ଜାଇକା ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ-୨ର ଅଗ୍ରଗତି ସମୀକ୍ଷା
କ୍ରୀଡ଼ା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏସୀୟ କ୍ରୀଡ଼ା ଟେନିସ୍ ଦଳ ଚୟନ ପାଇଁ ଏସିଆର ଶ୍ରେଷ୍ଠ ୮ ମାନ୍ୟତା ମଧ୍ୟରେ ଥିବା ଖେଳାଳିଙ୍କୁ ମୁଖ୍ୟ ମାନଦଣ୍ଡ କରାଯାଇଛି। ଏହା ଫଳରେ ମାନସ ଧାମନେ, ବୈଷ୍ଣବୀ ଆଡକର, ସହଜା ୟାମଲାପଲ୍ଲୀ, ବୈଦେହୀ ଚୌଧୁରୀ ଓ ପ୍ରାର୍ଥନା ଥୋମ୍ବାରେଙ୍କ ଭଳି ଖେଳାଳି ବାଦ ପଡ଼ିଛନ୍ତି।

3 days ago
6


