Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_g5vut5mlof5gmeeq14hut9a9cc, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
The 'Ocean Winner': ରହସ୍ୟ ହୋଇ ରହିଲା ‘ଓସେନ୍ ଵିନର’ ଦୁର୍ଘଟଣା: ୧୭୦ ଘଣ୍ଟାର ଅପରେସନ୍ ଶେଷ, ଫେରିଗଲେ ଉଦ୍ଧାର ୨ ଚୀନ ନାଗରିକ - CGPT.IN

The 'Ocean Winner': ରହସ୍ୟ ହୋଇ ରହିଲା ‘ଓସେନ୍ ଵିନର’ ଦୁର୍ଘଟଣା: ୧୭୦ ଘଣ୍ଟାର ଅପରେସନ୍ ଶେଷ, ଫେରିଗଲେ ଉଦ୍ଧାର ୨ ଚୀନ ନାଗରିକ

1 hour ago 2
ARTICLE AD BOX

ଜଗତସିଂହପୁର: ‘ଓସେନ୍ ଵିନର’ ଜାହାଜ ବୁଡ଼ି ଘଟଣାରେ ଉଦ୍ଧାର ୨ ଚୀନ ନାଗରିକ ଆଜି ନିଜ ଦେଶକୁ ଫେରିବା ପାଇଁ ପାରାଦୀପ ଛାଡ଼ିଛନ୍ତି। ଦୁର୍ଘଟଣା ସଂପର୍କରେ ବୟାନ ରେକର୍ଡ କରାଯିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ସେମାନେ ଆଜି ପାରାଦୀପରୁ ଭୁବନେଶ୍ବର ଯାଇ ସେଠାରୁ ବିମାନ ଯୋଗେ କୋଲକାତା ଏବଂ ସେଠାରୁ ଚୀନ ଯିବେ ବୋଲି ଜଣାପଡ଼ିଛି। ୧୭୦ ଘଣ୍ଟାର ଅପରେସନ୍‌ ‌ଶେଷ ହୋଇଥିବା ବେଳେ ଜାହାଜ ବୁଡ଼ି ଘଟଣା ଏବେ ବି ରହସ୍ୟ ଘେରରେ ରହିଯାଇଛି। ଜାହାଜରେ ଅଧିକ ପରିମାଣର ଲୁହାପଥର ଗୁଣ୍ଡ ଲୋଡ୍ ହୋଇଥିଲା କି? ପାଣିରେ ଓଦା ହୋଇଯାଇଥିବା ଲୁହାପଥର ଗୁଣ୍ଡ ବୋଝେଇ ହେବାରୁ ଜାହାଜ ଚାଲିବା ସମୟରେ କାଦୁଅଯୁକ୍ତ ହୋଇ ଗୋଟିଏ ପଟକୁ ଢଳି ଯିବାରୁ ବୁଡ଼ି ଯାଇଥିଲା କି? 

ଜାହାଜରେ କୌଣସି ସ୍ଥାନରେ ଫାଟ ଯୋଗୁ ପାଣି ପଶି ବୁଡ଼ି ଯାଇଥିଲା କି? ଜାହାଜ ଛା଼ଡ଼ିବା ପୂର୍ବରୁ ଠିକ୍ ଭାବେ ଯାଞ୍ଚ ହୋଇଥିଲା କି ନାହିଁ? ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ଜନିତ ନା ମନୁଷ୍ୟକୃତ? ଏ ସବୁ ପ୍ରଶ୍ନ ଅସମାହିତ ହୋଇ ରହିଯାଇଛି। ଏଯାଏଁ କୌଣସି ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଗଲା ନାହିଁ। ଘଟଣାକୁ ନେଇ ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସିବିଆଇ ତଦନ୍ତ ଦାବି ମଧ୍ୟ ଉଠିଲାଣି। କେହି ମୁହଁ ଖୋଲୁ ନ ଥିବାରୁ ରହସ୍ୟ ବଢ଼ିବାରେ ଲାଗିଛି। ମାତ୍ର ୮ ମିନିଟ୍‌ରେ ଜାହାଜ ବୁଡ଼ି ଯାଇଥିବା ବେଳେ ଏହା ବିଶ୍ବର ସାମୁଦ୍ରିକ ଇତିହାସରେ ଏକ ବିରଳତମ ଘଟଣା ବୋଲି କୁହାଯାଉଛି।

ଅଗଷ୍ଟ ୨୦ ତାରିଖ ରାତି ସାଢ଼େ ୧୦ଟାରେ ଜାହାଜ ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଯାଉଥିବା ବେଳେ ପ୍ରାୟ ୨୪୦ ନଟିକାଲ ମାଇଲ୍‌ (୪୪୪ କିଲୋମିଟର) ଦୂର ଆଣ୍ଡାମାନ ନିକଟରେ ଅଗଷ୍ଟ ୨୧ ତାରିଖ ରାତିରେ ବୁଡ଼ି ଯାଇଥିଲା। ଏହା ପରେ କୋଷ୍ଟଗାର୍ଡ, ନୌସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ଚାଲିଥିବା ୧୭୦ ଘଣ୍ଟାର ଅପରେସନ୍‌ ଶନିବାର ଶେଷ ହୋଇଛି। କିନ୍ତୁ ଏଯାଏଁ ଜାହାଜ କିମ୍ବା ଅନ୍ୟ ନିଖୋଜ ୨୨ କର୍ମଚାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଏହି ସର୍ଚ୍ଚ ଅପରେସନ୍‌ରେ କୋଷ୍ଟଗାର୍ଡର ୪ ଜାହାଜ, ଚୀନର ୨ ଜାହାଜ ଓ ନୌସେନାର ବିମାନ ସାମିଲ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.