ARTICLE AD BOX
ନବେ ଦଶକର ବଲିଉଡ୍ ଷ୍ଟାର୍ ରବିନା ଟଣ୍ଡନ୍ ଆଜି ବି ନିଜର ସୌନ୍ଦର୍ଯ୍ୟ ଓ ଫିଟ୍ନେସ୍ ପାଇଁ ଜଣାଶୁଣା। ତାଙ୍କର ସହଜ, ସରଳ ଓ ସାଧାରଣ ସ୍ବାସ୍ଥ୍ୟକର ଜୀବନଶୈଳୀକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ସମର୍ଥନ କରିଛି। ରବିନାଙ୍କ ଫିଟ୍ନେସ୍ର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି, ଏଥିପାଇଁ ସେ କୌଣସି କଠିନ କ୍ରାସ୍ ଡାଏଟ୍ କିମ୍ବା ଦାମୀ ସୁପର୍ଫୁଡ୍ ଗ୍ରହଣ କରିନାହାନ୍ତି। ରବିନାଙ୍କ କହିବା ଅନୁଯାୟୀ, ତାଙ୍କ ଦୈନନ୍ଦିନ ମଧ୍ୟାହ୍ନ ଭୋଜନ ଅତ୍ୟନ୍ତ ସାଧାରଣ। ସେ ଡାଲି, ସବୁଜ ପରିବା ଓ ଦହି ଖାଇଥାନ୍ତି, ଯାହା ପେଟକୁ ପୂରା ରଖିବା ସହ ଶରୀରକୁ ପ୍ରଚୁର ପରିମାଣରେ ପ୍ରୋବାୟୋଟିକ୍ସ ଯୋଗାଇଥାଏ।
PV Sindhu: ବିଡବ୍ଲ୍ୟୁଏଫ୍ ମାନ୍ୟତା: ଷଷ୍ଠକୁ ଉଠିଲେ ସିନ୍ଧୁ
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଡାଲିଜାତୀୟ ଖାଦ୍ୟରୁ ଉଦ୍ଭିଦ ଆଧାରିତ ପ୍ରୋଟିନ୍, ଋତୁକାଳୀନ ପରିବାରୁ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଓ ଫାଇବର୍ ଏବଂ ଦହିରୁ ଗଟ୍-ହେଲ୍ଥ ବା ପାଚନ ପ୍ରକ୍ରିୟା ପାଇଁ ଉପକାରୀ ଜୀବାଣୁ ମିଳିଥାଏ। ରବିନା ନିଜ ଘରେ କେତେକ ନିୟମ ପାଳନ କରନ୍ତି। ଯେପରି ‘ନୋ ସୋଡା’ ନିୟମ ଅନୁସାରେ ସେ ଓ ତାଙ୍କ ପରିବାର ଅତ୍ୟଧିକ ଚିନିଯୁକ୍ତ ପାନୀୟଠାରୁ ଦୂରେଇ ରହନ୍ତି।
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି
ନିଜ ଫାର୍ମରୁ ମିଳୁଥିବା ଜୈବିକ ହଳଦୀ, ଜୁଆଣି, ଲବଙ୍ଗ, ଗୋଲମରିଚ, ଅଦା ଓ ଶୁଦ୍ଧ ଘିଅ ମିଶାଇ ରବିନା ଏକ ସ୍ବାସ୍ଥ୍ୟକର କାଢ଼ା ପ୍ରସ୍ତୁତ କରନ୍ତି, ଯାହାକୁ ସେ ନିୟମିତ ପିଅନ୍ତି ଓ ପିଲାମାନଙ୍କୁ ମଧ୍ୟ ପିଇବାକୁ ଦିଅନ୍ତି। ଫିଟ୍ନେସ୍ ପାଇଁ ଜିମ୍ରେ ଘଣ୍ଟା ଘଣ୍ଟା ଝାଳ ବୁହାଇବା କିମ୍ବା ଓଜନିଆ ଜିନିଷ ଉଠାଇବା ତାଙ୍କ ପସନ୍ଦ ନୁହେଁ। ସେ ପହଁରିବା, ଯୋଗ, ଚାଲିବା ଓ ଦୌଡ଼ିବାକୁ ପ୍ରାଧାନ୍ୟ ଦିଅନ୍ତି। ବୟସ ବଢ଼ିବା ସହ ତ୍ବଚାର ଶୁଷ୍କତା ଦୂର କରିବା ପାଇଁ ସେ ନିୟମିତ ତେଲ ମାଲିସ୍ କରନ୍ତି। ସାଧାରଣ ଘରୋଇ ଖାଦ୍ୟ, ସତେଜ ଜୀବନଶୈଳୀ ଓ ପସନ୍ଦର ବ୍ୟାୟାମ ହିଁ ରବିନାଙ୍କ ଫିଟ୍ନେସ୍ ଓ ସୌନ୍ଦର୍ଯ୍ୟର ସୂତ୍ର।

45 minutes ago
2


