ARTICLE AD BOX
ଓଡ଼ିଆ ଯାତ୍ରାମଞ୍ଚର ଜଣାଶୁଣା ଖଳନାୟିକା ପ୍ରତିମା ବେହେରା କଳାକୁ ଭଲପାଇ ଯାତ୍ରାକୁ ଆସିଥିଲେ। ଇତି ମଧ୍ୟରେ ସେ ୨୫ ବର୍ଷ ଅଭିନୟରେ ଅତିବାହିତ କରିସାରିଲେଣି। ପ୍ରତିମାଙ୍କର ଅଭିନୟ ଯିଏ ଦେଖିଛି, ସେ ହିଁ କହିପାରିବ ତାଙ୍କ ଦକ୍ଷତା କେତେ। ପ୍ରଥମେ ଶ୍ରୀକୃଷ୍ଣ ଅପେରା, ପରେ ବାଣେଶ୍ୱରୀ ଗଣନାଟ୍ୟ, ବୀଣାପାଣି କଳାକୁଞ୍ଜ, ଓଡ଼ିଶା ଅପେରା, ଶିବାନୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ଇଷ୍ଟର୍ଣ୍ଣ ରେଡ୍, ଇଷ୍ଟର୍ଣ୍ଣ ବ୍ଲୁ ଓ ତାରିଣୀ ଗଣନାଟ୍ୟରେ ଅଭିନୟ ଜୀବନ ବିତାଇ ଦୁଇ ବର୍ଷ ହେବ ସେ ରାଜ ଦରବାରରେ ଅଭିନୟ କରୁଛନ୍ତି।
କଳାକାର ଜୀବନର ସଫଳତା ସମ୍ପର୍କରେ ପ୍ରତିମା କହନ୍ତି, ‘‘ମୋ ଅଭିନୀତ ‘କାଖରେ କଳସୀ ମୁଣ୍ଡରେ ଗରା’, ‘ଧନରେ ଗେଲ କରିବାକୁ ମନ’, ‘ବାଃ ବାଃରେ କ୍ୟାପିଟାଲ’, ‘ବୁଢା ଶଙ୍ଖାରି’, ‘ରଙ୍ଗଲତା ରୁଷିଛି’, ‘ବଜରଙ୍ଗୀ ଭାଇଜାନ୍’, ‘ସଲାମ୍ ସରକାର’, ‘ସାତଟଙ୍କାର ସାନବୋହୂ’, ‘ମୃତ୍ୟୁଦଣ୍ଡ’, ‘ତୋ ନାଁରେ ମୋ ନାଁ ଦେଇଛି ଯୋଡ଼ି’, ‘ଆଖି ପଲକରେ ଖୋଜୁଛି ତୋତେ’, ‘କେତେ କନ୍ଦାଇବୁ କଳା ସାଆନ୍ତ’, ‘ପୁଅ ଜନ୍ମ କରି ପାପ କରିଛି’ ଆଦି ନାଟକରେ ଦର୍ଶକ ମତେ ତାରିଫ କରିଛନ୍ତି। ଏହି ସଫଳତା ପଛରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ନିର୍ଦ୍ଦେଶକ ସୀତାକାନ୍ତ ମହାନ୍ତି, ଲାଲା ବୀରେନ୍ ରାଏ, ବିନୋଦ ରାଏ, ଆଶୁତୋଷ ମହାପାତ୍ର ଓ ପ୍ରଦୀପ ବେହେରା। ଯାତ୍ରା ନାଟ୍ୟକାରମାନେ ଏମିତି ଚରିତ୍ର ସୃଷ୍ଟି କରନ୍ତୁ, ଯେମିତି ମୋ ଭଳି ଅଭିନେତ୍ରୀଙ୍କୁ ଦର୍ଶକ ଚିରଦିନ ପାଇଁ ମନେ ରଖିବେ।’’
-ନାରାୟଣ କୁମାର ରାଉତରାୟ

6 days ago
5


