Trump Administration: ଟିସିଏସ, ଇନଫୋସିସ ସହ ୮ ପ୍ରମୁଖ ଆଇଟି କମ୍ପାନିର ଗ୍ରୀନ୍ କାର୍ଡ ପ୍ରକ୍ରିୟା ଉପରେ ଟ୍ରମ୍ପ ପ୍ରଶାସନର କଟକଣା

2 weeks ago 3
ARTICLE AD BOX

ୱାସିଂଟନ:  ଗୁରୁବାର ଭାରତର ଟାଟା କନସଲଟେନ୍ସି ସର୍ଭିସେସ (ଟିସିଏସ) ଓ ଇନଫୋସିସ ସମେତ ୮ଟି ପ୍ରମୁଖ ବୈଷୟିକ କମ୍ପାନିର ଗ୍ରୀନ୍ କାର୍ଡ ଆବେଦନ ପ୍ରକ୍ରିୟାକୁ ଆମେରିକାର ଟ୍ରମ୍ପ ପ୍ରଶାସନ ଅଚଳ କରିଦେବା ସହ ପ୍ରସିଦ୍ଧ ୯ଟି ବିଶ୍ୱବିଦ୍ୟାଳୟ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ବିଦେଶୀ କୁଶଳୀ ଶ୍ରମିକ ନିଯୁକ୍ତି କାର୍ଯ୍ୟକ୍ରମରେ ହେଉଥିବା ଠକେଇ ଓ ଆମେରିକୀୟଙ୍କ ଚାକିରି ହରାଇବାକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।

ଆମେରିକା ଶ୍ରମ ସଚିବ କିଥ୍ ସୋଣ୍ଡରଲିଙ୍ଗ ପ୍ରକାଶ କରିଛନ୍ତି ଯେ କୋଗନିଜାଣ୍ଟ, ଇନଫୋସିସ, ଟିସିଏସ, ୱିପ୍ରୋ, ଏଚସିଏଲ ଟେକ୍ନୋଲୋଜିସ, ମାଇକ୍ରୋସଫ୍ଟ, ଅଡୋବ୍ ଏବଂ କ୍ୟାପଜେମିନି ପରି କମ୍ପାନିଗୁଡ଼ିକର କୌଣସି ନୂଆ କିମ୍ବା ବିଚାରାଧୀନ ଥିବା ସ୍ଥାୟୀ ଶ୍ରମ ପ୍ରମାଣପତ୍ର ଆବେଦନ (ପରମ୍) ଗ୍ରହଣ କରାଯିବ ନାହିଁ। ଆମେରିକୀୟ ଶ୍ରମିକଙ୍କ ବେତନ କମାଇ ବିଦେଶୀ ଚାକିରିଆଙ୍କୁ ଶସ୍ତାରେ ନିଯୁକ୍ତି ଦେଇ କମ୍ପାନୀଗୁଡ଼ିକ ମାଲାମାଲ ହେଉଛନ୍ତି ବୋଲି ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି।

ଗ୍ରୀନ୍ କାର୍ଡ ପାଇବାର ସହଜ ମାର୍ଗ ବନ୍ଦ

ଏହା ସହିତ ହାର୍ଭାର୍ଡ, ୟେଲ୍, ଷ୍ଟାନଫୋର୍ଡ, ବ୍ରାଉନ୍ ଓ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ସମେତ ୯ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ 'ଜେ-୧' ଏକ୍ସଚେଞ୍ଜ-ଭିଜିଟର ଭିଜାର ଅପବ୍ୟବହାର କରି ଆମେରିକୀୟଙ୍କ ନିଯୁକ୍ତି ହ୍ରାସ କରୁଥିବା ଅଭିଯୋଗରେ ତଦନ୍ତର ପରିସରଭୁକ୍ତ ହୋଇଛନ୍ତି। ଶ୍ରମ ବିଭାଗର ଇନସପେକ୍ଟର ଜେନେରାଲ ଆନ୍ଥୋନୀ ଡି' ଏସପୋସିଟୋ ଏହି ନୋଟିସ ଜାରି କରିଛନ୍ତି। ଯଦିଓ ଏହି ସ୍ଥଗିତାଦେଶ ‘ଏଚ୍-୧ବି' ଭିଜାଧାରୀଙ୍କୁ ସିଧାସଳଖ ପ୍ରଭାବିତ କରିବ ନାହିଁ। ତଥାପି ଏହା ଦ୍ୱାରା ହଜାର ହଜାର ଭାରତୀୟ ଆଇଟି କର୍ମଚାରୀଙ୍କ ପାଇଁ ସ୍ଥାୟୀ ନାଗରିକତା (ଗ୍ରୀନ୍ କାର୍ଡ) ପାଇବାର ସହଜ ମାର୍ଗ ବନ୍ଦ ହୋଇଯିବ। 

ପ୍ରକାଶଯୋଗ୍ୟ ଯେ ଆମେରିକୀୟ ନିଯୁକ୍ତିଦାତାଙ୍କୁ 'ଏଚ୍-୧ବି' ଭିଜାରୁ ନିବୃତ୍ତ କରିବା ପାଇଁ ଟ୍ରମ୍ପ ପ୍ରଶାସନ ୨୦୨୫ ସେପ୍ଟେମ୍ବରରେ ୧ ଲକ୍ଷ ଡଲାର ଫି'' ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୬ ଅଗଷ୍ଟରେ ଆଉ ୧,୦୩,୨୬୫ ଡଲାରର 'ଏଚ୍-୧ବି' ଭିଜା ଫି' ପ୍ରସ୍ତାବ ଦିଆଯାଇଛି, ଯାହା ବାର୍ଷିକ ୮୫,୦୦୦ କ୍ୟାପ୍ ଭିଜା ଆବେଦନ ଉପରେ ଲାଗୁ ହେବ।

Delhi Police: ସିଜେପିର ପ୍ରତିବାଦ ଆଗରୁ ପୁଲିସର ଚଢ଼ାଉ: ହୋଟେଲ୍, ଗେଷ୍ଟ ହାଉସରେ ଯାଞ୍ଚ, ସନ୍ଦିଗ୍ଧଙ୍କୁ ଜେରା

Read Entire Article
LEFT SIDEBAR AD

Hidden in mobile, Best for skyscrapers.