Trump: ଫ୍ଲାଭିଓ ବୋଲସୋନାରୋଙ୍କୁ ଆମେରିକାରେ ଆଶ୍ରୟ ଦେଲେ ଟ୍ରମ୍ପ, ବ୍ରାଜିଲ୍ ନିର୍ବାଚନକୁ କହିଲେ ଲଜ୍ଜାଜନକ

1 hour ago 1
ARTICLE AD BOX

ୱାଶିଂଟନ୍: ବ୍ରାଜିଲ୍ ନିର୍ବାଚନରେ ପରାଜୟ ପରେ ଦେଶ ଛାଡ଼ି ଆମେରିକା ପଳାଇ ଆସିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ଆମେରିକାରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ବଡ଼ ସହାୟତା ପ୍ରଦାନ କରିଛନ୍ତି। ବୋଲସୋନାରୋଙ୍କ ପ୍ରତି ବ୍ରାଜିଲରେ ଅତ୍ୟନ୍ତ ଅନ୍ୟାୟ କରାଯାଇଛି ଏବଂ ସେ ଚାହିଁଲେ ଯେତେଦିନ ପର୍ଯ୍ୟନ୍ତ ଆମେରିକାରେ ରହିପାରିବେ ବୋଲି ଟ୍ରମ୍ପ ରବିବାର ଫ୍ଲୋରିଡାସ୍ଥିତ ନିଜ ମାର୍-ଏ-ଲାଗୋ କ୍ଲବରେ ପ୍ରକାଶ କରିଛନ୍ତି।

ବ୍ରାଜିଲ୍ ଛାଡ଼ିବାରେ ସିଧାସଳଖ କୌଣସି ସହାୟତା କରିନାହିଁ

ବ୍ରାଜିଲରେ ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ନିକଟରୁ ନିର୍ବାଚନ ହାରିବା ପରେ ଫ୍ଲାଭିଓ ବୋଲସୋନାରୋ ନିଜ ପତ୍ନୀ ଫେର୍ନାଣ୍ଡା ଏବଂ ଦୁଇ ଝିଅଙ୍କ ସହ ମିଆମି ପହଞ୍ଚିଛନ୍ତି। ବ୍ରାଜିଲ୍ ପ୍ରଶାସନ ଅନୁଯାୟୀ, ବୋଲସୋନାରୋଙ୍କ ବିରୋଧରେ କ୍ରୀଡ଼ା ବେଟିଂ କାରବାର ଏବଂ ତାଙ୍କ ପିତା ତଥା ପୂର୍ବତନ ରାଷ୍ଟ୍ରପତି ଜେୟାର ବୋଲସୋନାରୋଙ୍କ ଉପରେ ଏକ ସିନେମା ନିର୍ମାଣ ଜନିତ ଅନିୟମିତତାର ତଦନ୍ତ ଚାଲିଛି। ତେବେ ଟ୍ରମ୍ପ ବ୍ରାଜିଲ୍ ନିର୍ବାଚନକୁ ଲଜ୍ଜାଜନକ ବୋଲି କହି ବୋଲସୋନାରୋଙ୍କ ପରିବାରକୁ ରାଜନୈତିକ ଆଶ୍ରୟ ଦେବାକୁ ସମର୍ଥନ ଜଣାଇଛନ୍ତି। ଆମେରିକା ପହଞ୍ଚିବା ପରେ ବୋଲସୋନାରୋ ସୋସିଆଲ ମିଡିଆ ''ଏକ୍ସ'' ରେ କହିଛନ୍ତି ଯେ, ସେ ଆମେରିକାରେ ରହି ବ୍ରାଜିଲର ବିରୋଧୀ ଦଳର ନେତୃତ୍ୱ ନେବେ। ଅପରପକ୍ଷରେ, ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ସ୍ପଷ୍ଟ କରିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ବୋଲସୋନାରୋଙ୍କୁ ବ୍ରାଜିଲ୍ ଛାଡ଼ିବାରେ ସିଧାସଳଖ କୌଣସି ସହାୟତା କରିନାହିଁ। ପୂର୍ବରୁ ତାଙ୍କ ପାଖରେ ବୈଧ ଭିସା ଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି।

Cyclone: ଅର୍ଣ୍ଣବ ପରେ ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା; କ’ଣ କୁହନ୍ତି ପାଣିପାଗ ବିଶେଷଜ୍ଞ

Read Entire Article
LEFT SIDEBAR AD

Hidden in mobile, Best for skyscrapers.