ARTICLE AD BOX
ନୂଆଦିଲ୍ଲୀ: ୟୁପିଏସସି ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ସହାୟକ ଭବିଷ୍ୟନିଧି ପାଣ୍ଠି କମିଶନର ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବିଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୦୨୬ ଅଗଷ୍ଟ ୨୨ରୁ ଆରମ୍ଭ ହୋଇ ଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୟୁପିଏସସିର ସରକାରୀ ୱେବସାଇଟରେ ଆବେଦନ ଫର୍ମ ପୂରଣ କରିପାରିବେ। ଆବେଦନ ଦାଖଲ କରିବାର ଶେଷ ତାରିଖ ୨୦୨୬ ସେପ୍ଟେମ୍ବର ୧୧ ରହିଛି।
ଏପିଏଫସି ପଦବି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରି କରିଥିବା ଆବଶ୍ୟକ। ଆବେଦନକାରୀଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମା ସାଧାରଣ ବର୍ଗ ପାଇଁ ୩୫ ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ ୩୮ ବର୍ଷ ଏବଂ ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି।
ଆବେଦନ ଫି
ପ୍ରାର୍ଥୀମାନଙ୍କୁ ପଞ୍ଜିକରଣ ଫି ଦେବାକୁ ପଡିବ। ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୫ଟଙ୍କା ରଖାଯାଇଥିବା ବେଳେ ଏସସି/ଏସଟି ପ୍ରାର୍ଥୀ, ମହିଳା ଏବଂ ପିଡବ୍ଲୁଡିଙ୍କ ପାଇଁ ଆବେଦନ ଶୁଳ୍କ ମାଗଣା ରହିଛି। ଏପିଏଫସି ପଦବି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ନିମ୍ନରେ ଉଲ୍ଲେଖିତ ପଦକ୍ଷେପଗୁଡ଼ିକ ଅନୁସରଣ କରି ଆବେଦନ କରିପାରିବେ।
ପ୍ରଥମେ ସରକାରୀ ୱେବସାଇଟକୁ ଯାଆନ୍ତ। ୱେବସାଇଟର ହୋମପେଜ୍ରେ ଉପଲବ୍ଧ ଅନଲାଇନ୍ ପଞ୍ଜିକରଣ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ବିବରଣୀକୁ ସତର୍କତାର ସହ ପ୍ରବେଶ କରନ୍ତୁ। ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକର ସ୍କାନ କପି ଅପଲୋଡ୍ କରନ୍ତୁ ଏବଂ ପଞ୍ଜିକରଣ ଫି ପ୍ରଦାନ କରନ୍ତୁ। ଶେଷରେ, ଆପଣଙ୍କ ରେକର୍ଡ ପାଇଁ ଆବେଦନର ଏକ ପ୍ରିଣ୍ଟଆଉଟ୍ ନିଜ ପାଖରେ ସାଇତି ରଖନ୍ତୁ।’

3 days ago
4


