ARTICLE AD BOX
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅଧସ୍ଥନ ସେବା ଚୟନ ଆୟୋଗ ପକ୍ଷରୁ ଜୁନିୟର ଇଞ୍ଜିନିୟର ପଦବିରେ ନିଯୁକ୍ତି ପାଇଁ ନଭେମ୍ବର ୩ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୧୫୬ ଜଣ ପ୍ରାର୍ଥୀ ଚୟନ ହେବେ। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୨୫ ସୁଦ୍ଧା ଆବେଦନ କରିପାରିବେ।
ପିଇଟି ସ୍କୋରକାର୍ଡ ବାଧ୍ୟତାମୂଳକ
ଏହି ପଦବି ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ପାଖରେ ପ୍ରାରମ୍ଭିକ ଯୋଗ୍ୟତା ପରୀକ୍ଷା-୨୦୨୫ର ସ୍କୋରକାର୍ଡ ରହିବା ଆବଶ୍ୟକ। ଏଥିସହ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଦରକାର। ଏହା ସହିତ ସମ୍ପୃକ୍ତ ବିଷୟରେ ଡିପ୍ଲୋମାଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ରହିବା ଜରୁରୀ।
ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ସୀମାରେ ରିହାତି ମିଳିବ।
କିପରି ହେବ ପରୀକ୍ଷା?
ପରୀକ୍ଷାରେ ମେସିନ୍ର ସିଦ୍ଧାନ୍ତ ଓ ଡିଜାଇନ୍, ଇଞ୍ଜିନିୟରିଂ ମେକାନିକ୍ସ, ଥର୍ମୋଡାଇନାମିକ୍ସ, ଇଣ୍ଟରନାଲ୍ କମ୍ବସନ୍ ଇଞ୍ଜିନ୍, ଷ୍ଟିମ୍ ଇଞ୍ଜିନିୟରିଂ, ପାୱାର ପ୍ଲାଣ୍ଟ ଇଞ୍ଜିନିୟରିଂ, ରେଫ୍ରିଜରେସନ୍ ଓ ଏୟାର କମ୍ପ୍ରେସନ୍ ଆଦି ବିଷୟରୁ ପ୍ରଶ୍ନ ଆସିବ। ଏଥିସହ ଉତ୍ତରପ୍ରଦେଶ ସମ୍ପର୍କିତ ସାଧାରଣ ଜ୍ଞାନରୁ ମଧ୍ୟ ପ୍ରଶ୍ନ ପଚରାଯିବ। ପରୀକ୍ଷା ମୋଟ ୧୦୦ ମାର୍କର ହେବ। ଏଥିପାଇଁ ୧୨୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି। ଭୁଲ୍ ଉତ୍ତର ପାଇଁ ଏକ-ଚତୁର୍ଥାଂଶ ମାର୍କ କଟିବ। ପରୀକ୍ଷାରେ ସଫଳ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଦସ୍ତାବିଜ ଯାଞ୍ଚ ପାଇଁ ଡକାଯିବ।
ଆବେଦନ ଶୁଳ୍କ
ଏହି ପଦବି ପାଇଁ ସମସ୍ତ ବର୍ଗର ପ୍ରାର୍ଥୀଙ୍କ ଆବେଦନ ଶୁଳ୍କ ୨୫ ଟଙ୍କା ରଖାଯାଇଛି। ତେଣୁ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି।
କ୍ଷତିପୂରଣ ରାଶି ମଞ୍ଜୁର କରିବା ବଦଳରେ ୫.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ

57 minutes ago
1


