ARTICLE AD BOX
କିଙ୍ଗଷ୍ଟନ୍: ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ଜୀବନରେ ଆସିଛି ଏକ ବିଶେଷ ମୁହୂର୍ତ୍ତ। ନିଜ ୪୦ତମ ଜନ୍ମଦିନ ପାର୍ଟିରେ ସେ ଦୀର୍ଘଦିନର ପ୍ରେମିକା କାସି ବେନେଟ୍ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ସରପ୍ରାଇଜ୍ ପ୍ରପୋଜାଲ୍ରେ କାସି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୋଲ୍ଟ ଏବଂ କାସି ଦୀର୍ଘ ୧୩ ବର୍ଷ ଧରି ସମ୍ପର୍କରେ ଅଛନ୍ତି। ଦୁହିଁଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ଏତେ ବର୍ଷର ସମ୍ପର୍କ ପରେ ବୋଲ୍ଟ ଏବେ କାସିଙ୍କୁ ଜୀବନସାଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ବୋଲ୍ଟ ହଠାତ୍ କାସିଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ବସିଥିଲେ। ଏହାପରେ ସେ କାସିଙ୍କୁ ଏକ ହୀରା ମୁଦି ଦେଇ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ମୁହୂର୍ତ୍ତ କାସିଙ୍କ ପାଇଁ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ପରେ କାସି ଏହି ବିଶେଷ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଫଟୋ ସାମ୍ନାକୁ ଆସିବା ପରେ ବୋଲ୍ଟଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ହୀରା ମୁଦି ଦେଇ ବିବାହ ପ୍ରସ୍ତାବ
କାସି ବେନେଟ୍ କିଏ ?
କାସି ବେନେଟ୍ ଜାମାଇକାର ଜଣେ ମଡେଲ୍ ଓ ବ୍ୟବସାୟୀ। ସେ ମାର୍କେଟିଂ ଏବଂ ବ୍ୟବସାୟ ବିକାଶ କ୍ଷେତ୍ରରେ ମଧ୍ୟ ସକ୍ରିୟ ଅଛନ୍ତି। ସେ ଜାମାଇକାର ଏଲିଭେଟ୍ ମାର୍କେଟିଂ ହାଉସ୍ ସହିତ ଜଡ଼ିତ ଅଛନ୍ତି। କାସି ସାମାଜିକ କାର୍ଯ୍ୟରେ ମଧ୍ୟ ଜଡ଼ିତ। ସେ ପ୍ରୋଜେକ୍ଟ କେସିର ପ୍ରତିଷ୍ଠାତା। ଏହି ସଂଗଠନ ପିଲାମାନେ ଓ ବିଭିନ୍ନ ସମ୍ପ୍ରଦାୟ ସହ କାମ କରେ। କାସି ବ୍ୟବସାୟ ପରିଚାଳନାରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।
ବୋଲ୍ଟଙ୍କ ରେକର୍ଡ
ଉସେନ ବୋଲ୍ଟ ଆଥଲେଟିକ୍ସ ଜଗତର ଜଣେ କିମ୍ବଦନ୍ତୀ। ସେ ୮ଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ୱ ଚାମ୍ପିଅନସିପ୍ରେ ମଧ୍ୟ ସେ ୧୪ଟି ପଦକ ହାସଲ କରିଛନ୍ତି। ସେ ୧୧ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି। ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ବୋଲ୍ଟ ଅନେକ ରେକର୍ଡ କରିଛନ୍ତି। ୪×୧୦୦ ମିଟର ରିଲେରେ ମଧ୍ୟ ତାଙ୍କର ସଫଳତା ରହିଛି। ୨୦୦୯ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ବୋଲ୍ଟ ୧୦୦ ମିଟର ଦୌଡ଼କୁ ମାତ୍ର ୯.୫୮ ସେକେଣ୍ଡରେ ଶେଷ କରିଥିଲେ। ଏହି ବିଶ୍ୱ ରେକର୍ଡ ଏବେ ମଧ୍ୟ ଅତୁଟ ରହିଛି।
IND VS SL: ବିଜୟ ଦ୍ବାରରେ ଭାରତ: ଫଲୋଅନ୍ ପରେ ଶ୍ରୀଲଙ୍କା ୨୨୯/୬, ପଞ୍ଚମ ଦିନରେ ଫଳାଫଳ ଆଶା
ବୋଲ୍ଟଙ୍କ ଜନ୍ମଦିନ ଏଥର କେବଳ ଏକ ପାର୍ଟିରେ ସୀମିତ ରହିନାହିଁ। ଏହି ଦିନଟି ତାଙ୍କ ଜୀବନର ଏକ ସ୍ମରଣୀୟ ଦିନ ପାଲଟିଛି। ଦୀର୍ଘଦିନର ପ୍ରେମିକା କାସିଙ୍କୁ ପ୍ରପୋଜ୍ କରି ବୋଲ୍ଟ ନିଜ ସମ୍ପର୍କକୁ ଏକ ନୂଆ ପରିଚୟ ଦେଇଛନ୍ତି।

12 hours ago
6


