Vaibhav Sooryavanshi: ଟାଇଗର ସଫାରିରେ ବୈଭବ ସୂର୍ଯ୍ୟବଂଶୀ

2 weeks ago 5
ARTICLE AD BOX

ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ ବରିଷ୍ଠ ଦଳରୁ ଖେଳି ଚର୍ଚ୍ଚାରେ ଥିବା ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଏବେ ଟାଇଗର ସଫାରିର ମଜା ନେଇଛନ୍ତି। ଆଇପିଏଲ୍‌ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ପାଇଥିବା ସାମୟିକ ବିରତିରୁ ଫାଇଦା ଉଠାଇ ବୈଭବ ନିଜ ବିହାର ସାଥି ଖେଳାଳିଙ୍କ ସହ ମହାରାଷ୍ଟ୍ରର ରାହାତି ଗେଟ୍‌ସ୍ଥିତ ବୋର ଟାଇଗର ରିଜର୍ଭ ବୁଲିଥିଲେ।

ଇନ୍‌ଷ୍ଟାଗ୍ରାମରେ ଫଟୋ ଭାଇରାଲ୍‌

ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଛାଡ଼ିବା ମାତ୍ରେ ଏହା ତୁରନ୍ତ ଭାଇରାଲ୍‌ ହୋଇଯାଇଥିଲା। ଟାଇଗର ସଫାରି ବୁଲିବା ସମୟରେ ବୈଭବଙ୍କ ସହ ତାଙ୍କ ବିହାର ସାଥି ଖେଳାଳି ନୱାଜ ଖାନ୍‌, ହିମାଂଶୁ ସିଂହ, ସବିର ଖାନ୍‌, ବିପିନ‌ ସୌରଭ ସାମିଲ ଥିଲେ। ଜିମ୍ବାୱେ ଗସ୍ତରେ ଖେଳିଥିବା ୩ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ବୈଭବ ସୂର୍ଯ୍ୟବଂଶୀ ୧୯୬.୧୦ ଷ୍ଟ୍ରାଇକ୍‌ ରେଟ୍‌ରେ ୧୫୧ ରନ୍‌ ସଂଗ୍ରହ କରିଥିଲେ। ଖୁବ୍‌ ଶୀଘ୍ର ବୈଭବ ଦଲିପ ଟ୍ରଫିରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ମଧ୍ୟ ପୂର୍ବାଞ୍ଚଳ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଦଲିପ ଟ୍ରଫିର ପ୍ଲେ ଅଫ୍‌ରେ ଅଗଷ୍ଟ ୨୩ ତାରିଖରୁ ପୂର୍ବାଞ୍ଚଳ ଦଳ ଉତ୍ତର ପୂର୍ବାଞ୍ଚଳ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

Table Tennis: ରାଜ୍ୟ ଅନ୍ତଃସ୍କୁଲ ଟେବୁଲ ଟେନିସ୍‌: ଶ୍ବେତା, ଆୟୁଷ୍ମାନ, ଉର୍ଜା, ସୋମନାଥ ବିଜେତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.