ARTICLE AD BOX
ଭୁବନେଶ୍ବର: ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ର ପଟାବେଡା ଲୌହ ଖଣି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ବଣାଇ ବନଖଣ୍ଡର ଡିଭିଜନାଲ ଫରେଷ୍ଟ ଅଫିସର ଯଶବନ୍ତ ସେଠୀ, ସହକାରୀ ବନ ସଂରକ୍ଷକ ଦୁର୍ଯ୍ୟୋଧନ ଜେରାଇ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ କୋଇଡା ବନାଞ୍ଚଳ ରେଞ୍ଜର ଅସିତ କୁମାର ସାହୁ ଓ ଫରେଷ୍ଟର ସେନାପତି ପାତ୍ର, ଏମ୍ଜିଏମ୍ ମିନେରାଲ୍ସର ବରିଷ୍ଠ ମହାପ୍ରବନ୍ଧକ (ଖଣି) ହିମାଂଶୁ ଶେଖର ପଟ୍ଟନାୟକ, ଖଣି ପରିଚାଳକ ଚତୁର୍ଭୁଜ ସାହୁ ଓ ଏଜିଏମ୍ (ଖଣି) ସତ୍ୟଜିତ ପଣ୍ଡା ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବା ସହ ସ୍ଥାନୀୟ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରାଯାଇଥିଲା। ପରିବେଶ ସଂରକ୍ଷଣ, ବନୀକରଣ ଓ ସବୁଜ ପରିବେଶ ସୃଷ୍ଟିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବନ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇଥିଲେ।
Vrindaban Mahoschav: ବୃନ୍ଦାବନ ମହୋତ୍ସବ : ପଦ୍ମଶ୍ରୀ ହରିହରନଙ୍କ ଗଜଲରେ ଦର୍ଶକ ମନ୍ତ୍ରମୁଗ୍ଧ

1 month ago
18


