What a Wonder: କିମାଶ୍ଚର୍ଯ୍ୟମ୍‌: ହାଇଡିଙ୍କ କଟା ହାତ ଅବତାର

1 hour ago 1
ARTICLE AD BOX

ହାଲୋୱିନ୍‌ ଆସିଲେ ଅଜବ ଓ ଭୟଙ୍କର ରୂପ ଧାରଣ କରି ଚର୍ଚ୍ଚାକୁ ଆସନ୍ତି ଜର୍ମାନ ସୁପରମଡେଲ୍‌ ହାଇଡି କ୍ଲମ୍‌। ପ୍ରତି ବର୍ଷ ନିଜର ନିଆରା ରୂପରେ ପ୍ରଶଂସକଙ୍କୁ ଚକିତ କରୁଥିବା ହାଇଡି ଏଥର ମଧ୍ୟ ସମସ୍ତଙ୍କୁ ହତଭମ୍ବ କରିଦେଇଛନ୍ତି। ଗଲା ୩୧ ତାରିଖ ହାଲୋୱିନ୍‌ ଅବସରରେ ସେ ଏକ ବିଶାଳ କଟା ହାତର ରୂପ ଧାରଣ କରି ବାହାରିଥିଲେ। ରକ୍ତ ଜୁଡୁବୁଡୁ ଏହି ହାତରେ ଲମ୍ବା ନାଲି ନଖ, ମୁଦି ଏବଂ କଟା ମଣିବନ୍ଧରୁ ଝୁଲି ରହିଥିବା ମାଂସପେଶୀ ଓ ଶିରା ଦେଖି ବିଶ୍ବାସ ହେବ ନାହିଁ ଯେ ତା’ ଭିତରେ ଜଣେ ମଣିଷ ଅଛନ୍ତି।  ତେବେ ନିରିଖିବା ପରେ ଯାଇ ହାତର ପାପୁଲି ଭିତରୁ ତାଙ୍କ ମୁହଁ ଆଂଶିକ ଭାବେ ଠଉରାଇ ହେଉଛି।

Education: ବିଜେଇଏମ୍ ସ୍କୁଲ୍-୨ରେ ‘ସୃଜନ ସଙ୍ଗମ’ ବାର୍ଷିକ ପ୍ରଦର୍ଶନୀ

ନ୍ୟୁୟର୍କରେ ଆୟୋଜିତ ବାର୍ଷିକ ହାଲୋୱିନ୍‌ ପାର୍ଟିରେ ଏହି ଅବତାରରେ ପହଞ୍ଚିଥିଲେ ୫୩ ବର୍ଷୀୟା ହାଇଡି। ଏହି ପୋଷାକ ପ୍ରସ୍ତୁତି ପାଇଁ ଅନେକ ମାସ ଲାଗିଥିବାବେଳେ ଏହାକୁ ପିନ୍ଧିବା ପାଇଁ ତାଙ୍କୁ ପ୍ରାୟ ୫ରୁ ୬ ଘଣ୍ଟା ସମୟ ଲାଗିଥିଲା। ପୋଷାକଟି ଏତେ ଭାରୀ ଥିଲା ଯେ ଏହାକୁ ବୋହି ଚାଲିବା ସବୁଠାରୁ କଷ୍ଟକର କାମ ଥିଲା ବୋଲି ସେ କହିଛନ୍ତି। ଏହି ପୋଷାକର ଆଉ ଏକ ବିଶେଷତ୍ୱ ହେଉଛି ଏହା ହାଇଡିଙ୍କ ନିଜ ବାମ ହାତର ଅବିକଳ ପ୍ରତିରୂପ। ଏଥିରେ ତାଙ୍କ ବିବାହ ମୁଦି, ହାତର ରେଖା ଏବଂ ସ୍ୱାମୀ ଟମ୍‌ କାଉଲିଜ୍‌ଙ୍କ ନାମର ଟାଟୁ ମଧ୍ୟ ରହିଛି। ହାଲୋୱିନ୍‌ ପୋଷାକକୁ ନେଇ ହାଇଡିଙ୍କ ଏହି ପ୍ରୟୋଗ ନୂଆ ନୁହେଁ। ୨୦୨୨ରେ ସେ ଏକ ବିଶାଳ କୀଟ ରୂପ ଧାରଣ କରି ଚର୍ଚ୍ଚାକୁ ଆସିଥିଲେ। ଏହାବ୍ୟତୀତ ମେଡୁସା, ମୟୂର ଓ ଟ୍ରାନ୍ସଫର୍ମର ଭଳି ରୂପରେ ମଧ୍ୟ ସେ ନଜର ଆସିଛନ୍ତି। ନିଜର ଅଭିନବ ପରିକଳ୍ପନା ଓ ସାହସିକ ପୋଷାକ ପାଇଁ ସେ ଏବେ ‘ହାଲୋୱିନ୍‌ କୁଇନ୍‌’ ଭାବେ ସୁପରିଚିତ। 

Horoscope 2026 November 2: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.