ARTICLE AD BOX
କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ହରିପୁର ଭାରତୀ ବିହାର ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ର ସଂସଦ ପକ୍ଷରୁ ଅଭ୍ୟର୍ଥନା ଗୃହରେ ୩ ଦିନିଆ ଗୁରୁଦିବସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ନନ୍ଦ କିଶୋର ଖଣ୍ଡାଇଙ୍କ ଅଧ୍ୟକ୍ଷତାରେ ଅଭ୍ୟର୍ଥନା ଗୃହରେ ପ୍ରଥମ ଦିନରେ ‘ଭାରତୀୟ ସଂସ୍କୃତି ଓ ଗୁରୁଶିଷ୍ୟ ପରମ୍ପରା’ ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟାପକ ରଞ୍ଜନ କୁମାର ନାୟକ, ମହେନ୍ଦ୍ର କୁମାର ଜେନା, ରୋଶନ କୁମାର ମଲ୍ଲିକ, ରଞ୍ଜନ କୁମାର ମଲ୍ଲିକ, ମନୋରଞ୍ଜନ ସାହୁ, ଶୁଭଶ୍ରୀ ରାଉତ ଓ ଅନିତା ମେହେର ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଇଥିଲେ।
ସୋମବାର ଦ୍ବିତୀୟ ଦିନରେ ‘ବିଦ୍ୟାର୍ଥୀ ଜୀବନ ଗଠନରେ ଶିକ୍ଷକଙ୍କ ଭୂମିକା’ ଶୀର୍ଷକ କର୍ମଶାଳାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ଟିମ୍ ଲିଡର ଡ. ସତ୍ୟ ସ୍ବରୂପ ପଣ୍ଡା ମୁଖ୍ୟବକ୍ତା, ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟାପିକା ବିନିତା କର ଓ ସାମ୍ବାଦିକ ରବି ନାରାୟଣ କର ସମ୍ମାନିତ ଅତିଥି ତଥା ସମ୍ବଳ ଶିକ୍ଷକ ଭାବେ ପ୍ରାଚୀନ ଗୁରୁକୂଳ ପରମ୍ପରା, ବିଦ୍ୟାର୍ଥୀଙ୍କ ଅନ୍ତର୍ଜ୍ଞାନ ଓ ଆଦର୍ଶ ଆଚରଣ ଆଲୋଚନା କରିଥିଲେ।
ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଅଭ୍ୟର୍ଥନା କେନ୍ଦ୍ରରେ ତିନିପଟୁ ପଶିବେ ଭକ୍ତ
ସାମ୍ବାଦିକ ଦୟାନିଧି ମହାନ୍ତ ଅତିଥି ଭାବେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ଅନୁଭୂତି ବଖାଣିଥିଲେ। ଆଜି ଉଦ୍ଯାପନୀ ଦିବସରେ ‘ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଓ ଦର୍ଶନ’ ବର୍ଣ୍ଣନା କରାଯାଇଥିଲା। ଛାତ୍ର ପ୍ରତିନିଧି ଆଶୁତୋଷ ରାଉତ, ଶକ୍ତି ପ୍ରସାଦ ଦାଶ ଓ ମୋହନ ମହାନ୍ତି ଏବଂ ଛାତ୍ରୀ ପ୍ରତିନିଧି ମଧୁସ୍ମିତା ରାଉତ, ସୋନାଲି ମଲ୍ଲିକ, ସାଗରୀକା ଓଝା,ଜ୍ୟୋତିର୍ମୟୀ ପଲେଇ, ଅର୍ପିତା ନାୟକ ପ୍ରମୁଖ ସହଯୋଗ କରିଥିଲେ।

29 minutes ago
1


