Yaduguda shiva temple: ଶିବ ମନ୍ଦିରର ବିକାଶ ଓ ଉନ୍ନତୀକରଣ ପାଇଁ ୧୨ କୋଟି ଦାବି କଲେ ବିଧାୟକ

2 weeks ago 5
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାର ଅନନ୍ୟ ତୀର୍ଥସ୍ଥଳୀ ଯଦୁଗୁଡ଼ା ଶିବ ମନ୍ଦିରର ବିକାଶ ଓ ଉନ୍ନତୀକରଣ ପାଇଁ ୧୨.୫୦ କୋଟି ଟଙ୍କାର ଅନୁଦାନ ମଞ୍ଜୁରୀ ପାଇଁ  ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଦାବି କରିଛନ୍ତି ବିଧାୟକ ନରସିଂହ ମାଡକାମୀ। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟି ଯଦୁଗୁଡ଼ା ଶିବ ମନ୍ଦିର ଓ ଏହା ପାଖରେ ଥିବା ଇକୋ-ଟୁରିଜମ କ୍ଷେତ୍ରର ବ୍ୟାପକ ପୁନଃର୍ବିକାଶ ପାଇଁ ୧୨.୫୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। 

WhatsApp Image 2026-08-11 at 18.54.22

ବିଧାୟକ ମାଡ଼କାମି ଏହି ସାକ୍ଷାତରେ ଏକ ଲିଖିତ ପ୍ରସ୍ତାବ ସମେତ ଏକ ଡିପିଆର ମଧ୍ୟ ଦାଖଲ କରି କହିଛନ୍ତି ଯେ ଯଦୁଗୁଡ଼ା ଶିବ ମନ୍ଦିର ସ୍ଥାନୀୟ ଲୋକଙ୍କ ପାଇଁ ଧାର୍ମିକ, ପୌରାଣିକ ତଥା ସାଂସ୍କୃତିକ ଗୁରୁତ୍ୱ ବହନ କରୁଛି। ଏହା ପାଖରେ ଥିବା ପ୍ରାକୃତିକ ପରିବେଶକୁ ଇକୋ-ଟୁରିଜମ କେନ୍ଦ୍ର ଭାବେ ବିକଶିତ କଲେ ଏହା ମାଲକାନଗିରି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ, ସାଂସ୍କୃତିକ ଓ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ ଭାବେ ଉଭା ହୋଇପାରିବ। ବର୍ତ୍ତମାନ ସେଠାରେ ଥିବା ମୌଳିକ ସୁବିଧା ଓ ପର୍ଯ୍ୟଟକ ସୁବିଧାଗୁଡ଼ିକର ଉନ୍ନତି ଆବଶ୍ୟକ। ଏଥିସହ ମନ୍ଦିର ପରିସରର ସୌନ୍ଦର୍ଯ୍ୟବର୍ଦ୍ଧନ, ଯାତ୍ରୀଙ୍କ ରହିବା ସୁବିଧା,ରାସ୍ତା ଓ ପାକିଂ ବ୍ୟବସ୍ଥା,କମ୍ୟୁନିଟି ହଲ୍ ଓ ଦୋକାନ, ପ୍ରକୃତି ପଥ, ଦୃଶ୍ୟପଟ, ପାନୀୟ ଜଳ, ସ୍ୱଚ୍ଛତା, ବିଦ୍ୟୁତ୍, ଆଲୋକ ବ୍ୟବସ୍ଥା, ସାଇନବୋର୍ଡ, ପର୍ଯ୍ୟଟକ ସୂଚନା କେନ୍ଦ୍ର, ସୁରକ୍ଷା ଓ ବର୍ଜ୍ୟ ପରିଚାଳନା ଆଦି କାର୍ଯ୍ୟ କରାଯିବା ପାଇଁ ପ୍ରସ୍ତାବିତ ରହିଛି। 

WhatsApp Image 2026-08-11 at 18.54.21

Temple Theft: କୁମୁଦେଶ୍ୱର ଶିବ ମନ୍ଦିରରୁ ଚୋରି: ଲୁଟିନେଲେ ଅଷ୍ଟଧାତୁର ଚାରି ବିଗ୍ରହ ମୂର୍ତ୍ତି

ଏହି ପ୍ରକଳ୍ପ ରୂପାୟନ ହେଲେ ପର୍ଯ୍ୟଟକଙ୍କ ଅନୁଭୂତି ବଢ଼ିବା ସହିତ ଯଦୁଗୁଡ଼ା ଆଧ୍ୟାତ୍ମିକତା, ପ୍ରକୃତି ଓ ଆଦିବାସୀ ସଂସ୍କୃତିର ସମନ୍ୱୟରେ ଏକ ବିଶିଷ୍ଟ ଗନ୍ତବ୍ୟ ସ୍ଥଳ ଭାବେ ପରିଚିତ ହେବ। ଏହା ସ୍ଥାନୀୟ ଯୁବକ, ମହିଳା, କାରିଗର ଓ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ନିଯୁକ୍ତି ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଜିଲ୍ଲାର ଆର୍ଥିକ-ସାମାଜିକ ବିକାଶରେ ସହାୟକ ହେବ। ବିଧାୟକ ଶ୍ରୀ ମାଡକାମି ଉପମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ଉପରେ ଶୀଘ୍ର ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି। ଏହି ବିଷୟରେ ମୁଖ୍ୟମନ୍ତ୍ରୀ, ବିକାଶ କମିଶନର, ପର୍ଯ୍ୟଟନ ବିଭାଗ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.