ଆସାମରେ ନୂଆ ଚମତ୍କାର! IVFରେ ଜନ୍ମ ନେଲା ବିଶ୍ୱର ପ୍ରଥମ ‘ଲଖିମୀ’ ବାଛୁରୀ

2 days ago 5
ARTICLE AD BOX

ନୂଆଦିଲ୍ଲୀ: ଆସାମର ପଶୁପାଳନ କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ନୂଆ ଇତିହାସ । ଆସାମ ଭେଟେରିନାରୀ ଏବଂ ଫିସେରିଜ୍ ୟୁନିଭରସିଟିରେ ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ପ୍ରଯୁକ୍ତି ମାଧ୍ୟମରେ ସ୍ୱଦେଶୀ ‘ଲଖିମୀ’ ପ୍ରଜାତିର ଏକ ମାଈ ବାଛୁରୀ ଜନ୍ମ ନେଇଛି । ଏହି ପ୍ରଜାତିର ବାଛୁରୀ IVF ଜରିଆରେ ଜନ୍ମ ନେବା ଦୁନିଆରେ ପ୍ରଥମ ବୋଲି କୁହାଯାଉଛି। ଦେଶୀ ଗୋପ୍ରଜାତି ସଂରକ୍ଷଣ ସହ କ୍ଷୀର ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏହି ସଫଳତା ଏକ ନୂଆ ଦିଗ ଖୋଲିଦେଇଛି।

Ethanol: ଇଥାନଲ୍‌ର ‘ଗଣିତ’ ନେଇ ପ୍ରଶ୍ନ: ଏଫ୍‌ସିଆଇ ଚାଉଳ କମ୍‌ ଦରରେ ଡିଷ୍ଟିଲରିକୁ ଦେଉଛନ୍ତି ସରକାର

ମୁଖ୍ୟମନ୍ତ୍ରୀଙ୍କ ଖୁସି, କହିଲେ ‘ଐତିହାସିକ ସଫଳତା’
ଏହି ସଫଳତାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଖୁସି ପ୍ରକଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେ ଏହାକୁ ଆସାମ ପାଇଁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ, ଏହି ସଫଳତା ରାଜ୍ୟର ପଶୁପାଳନ ଓ ଡାଏରୀ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ। IVF ଭଳି ଆଧୁନିକ ପ୍ରଜନନ ପ୍ରଯୁକ୍ତି ମାଧ୍ୟମରେ ଦେଶୀ ପ୍ରଜାତିର ସଂରକ୍ଷଣ, ଉନ୍ନତ ପ୍ରଜନନ, ରୋଗ ନିୟନ୍ତ୍ରଣ ଓ କ୍ଷୀର ଉତ୍ପାଦନ ବଢ଼ାଇବା ସମ୍ଭବ ହୋଇପାରେ। ଏହା ସହିତ ଚାଷୀଙ୍କ ଆୟ ବଢ଼ିବାରେ ମଧ୍ୟ ସହାୟତା ମିଳିପାରେ। ଏହି ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ବୈଜ୍ଞାନିକ ଓ ପଶୁ ଚିକିତ୍ସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.