ARTICLE AD BOX
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିଜସ୍ତାନର ବିଶକେକ୍ରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ସମ୍ମିଳନୀ ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଏମ୍ଇଏ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନ ଗସ୍ତ କରିବେ । ଏହାପରେ ସେ କିର୍ଗିଜସ୍ତାନ ଯାଇ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବିଶକେକ୍ରେ ଅନୁଷ୍ଠିତ ଏସ୍ସିଓ ସମ୍ମିଳନୀରେ ଯୋଗଦେବେ ।
ଯୌତୁକ ମୃତ୍ୟୁ ଓ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟଙ୍କ ୧୦ ନିର୍ଦ୍ଦେଶ
ଉଲ୍ଲେଖଯୋଗ୍ୟ, ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ନିକଟରେ ଦୁଇଦିନିଆ ରୁଷ୍ ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଥିଲେ । ସେହି ସମୟରେ ପୁଟିନ କହିଥିଲେ ଯେ ଏସ୍ସିଓ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ପରବର୍ତ୍ତୀ ବୈଠକ ହେବ ବୋଲି ସେ ଆଶା କରୁଛନ୍ତି । ସେ ଜୟଶଙ୍କରଙ୍କ ମାଧ୍ୟମରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହି ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଆର୍ଥିକ ସହଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବାର ଆଶା ରହିଛି ।
ଜୟଶଙ୍କରଙ୍କ ସହ ବୈଠକ ସମୟରେ ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ଭାରତକୁ ଏନର୍ଜି ଓ ସାରର ନିରନ୍ତର ଯୋଗାଣ ଜାରି ରହିବ ବୋଲି ଆଶ୍ୱାସନା ଦେଇଥିଲେ । ପୁଟିନ କହିଛନ୍ତି, ୨୦୨୫ରେ ସାମାନ୍ୟ ହ୍ରାସ ପରେ ଚଳିତ ବର୍ଷ ଭାରତ ଓ ରୁଷ୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବଢ଼ିଛି । ଭାରତକୁ ରୁଷ୍ରୁ ସାର ଯୋଗାଣ ମଧ୍ୟ ବଢ଼ାଯାଉଛି ବୋଲି ସେ କହିଥିଲେ ।

1 hour ago
1


