ଡିସେମ୍ବର ୧୨ରେ ପ୍ରଥମଥର ରାମ ମନ୍ଦିର ଯିବେ ଅଖିଳେଶ; ଅଯୋଧ୍ୟାର ୪୦୦ ସାଧୁସନ୍ଥଙ୍କ ବିରୋଧ

57 minutes ago 1
ARTICLE AD BOX

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜନୀତିରେ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଅଯୋଧ୍ୟା ଗସ୍ତ । ଆସନ୍ତା ଡିସେମ୍ବର ୧୨ରେ ସେ ରାମ ମନ୍ଦିର ଯିବା ପ୍ରାୟ ନିଶ୍ଚିତ ହୋଇଥିବା ସଙ୍କେତ ଦେଇଛନ୍ତି । ଶୁକ୍ରବାର ଲକ୍ଷ୍ନୌସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅଖିଳେଶ କହିଛନ୍ତି ଯେ ଗସ୍ତର ତାରିଖ ନିର୍ଦ୍ଧାରଣ ପାଇଁ ବ୍ରାହ୍ମଣ ସମ୍ପ୍ରଦାୟର ଅନେକ ସଦସ୍ୟଙ୍କ ସହ ପରାମର୍ଶ କରାଯାଇଛି । ଗ୍ରହ-ନକ୍ଷତ୍ରର ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଛି ।

ଅଖିଳେଶ କହିଥିଲେ, ତାଙ୍କ ଦଳର ନେତା ପବନ ପାଣ୍ଡେ ଅନେକ ବ୍ରାହ୍ମଣଙ୍କ ସହ ଆଲୋଚନା କରିବା ସହ ଜ୍ୟୋତିଷ ଓ ଖଗୋଳ ବିଜ୍ଞାନ ଆଧାରରେ ତାରିଖ ଓ ସମୟ ନିର୍ଦ୍ଧାରଣ କରିଛନ୍ତି । ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସ୍ଥିତିକୁ ମଧ୍ୟ ବିଚାରକୁ ନିଆଯାଇଛି । ନଭେମ୍ବର ୭ରେ ଅଯୋଧ୍ୟାର ପୂର୍ବତନ ବିଧାୟକ ତଥା ଏସ୍‌ପି ନେତା ପବନ ପାଣ୍ଡେ ଘୋଷଣା କରିଥିଲେ ଯେ ଡିସେମ୍ବର ୧୨ରେ ଅଖିଳେଶ ଅଯୋଧ୍ୟା ଯିବେ । ତାଙ୍କ ସହ ପତ୍ନୀ ତଥା ସାଂସଦ ଡିମ୍ପଲ ଯାଦବ ମଧ୍ୟ ଗସ୍ତ କରିବେ । ଉଭୟ ପ୍ରଥମେ ହନୁମାନଗଡ଼ୀ ମନ୍ଦିର ଓ ପରେ ରାମ ଜନ୍ମଭୂମି ମନ୍ଦିରରେ ପୂଜାର୍ଚ୍ଚନା କରିବେ ।

Literature: କବିତା ଶିଶୁ ଦିବସ, ତନୁଜ କୁମାର ମଲଣାଙ୍କ କଲମରୁ ସୃଷ୍ଟ...

ତେବେ ଏହା ଅଖିଳେଶଙ୍କ ପ୍ରଥମ ରାମ ମନ୍ଦିର ଦର୍ଶନ ହେବ । ୨୦୨୪ ଜାନୁଆରିରେ ମନ୍ଦିରର ଉଦ୍‌ଘାଟନ ପରଠାରୁ ସେ ଏଠାକୁ ଯାଇନାହାନ୍ତି । ୨୦୨୬ ଅକ୍ଟୋବରରେ ଅଯୋଧ୍ୟା ଯାଇଥିଲେ ମଧ୍ୟ ମନ୍ଦିର ଦର୍ଶନ କରି ନଥିଲେ । ଏହି ଗସ୍ତକୁ ନେଇ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ରାଜନୈତିକ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି । ରାମ ମନ୍ଦିର ନ ଯିବା ବିଜେପି ଅଖିଳେଶଙ୍କ ଭୋଟ୍‌ବ୍ୟାଙ୍କ ଓ ତୁଷ୍ଟୀକରଣ ରାଜନୀତି ବୋଲି ବିଜେପି ଅଭିଯୋଗ କରିଆସୁଛି । ଅନ୍ୟପକ୍ଷରେ ଅଖିଳେଶ ମନ୍ଦିରର ଦାନ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ କରି ବିଜେପି ଓ ସଂଘ ସଂଗଠନଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି ।

ଏହା ମଧ୍ୟରେ ଅଯୋଧ୍ୟାର ପ୍ରାୟ ୪୦୦ ସାଧୁସନ୍ଥ ଅଖିଳେଶଙ୍କ ପ୍ରସ୍ତାବିତ ଗସ୍ତକୁ ବିରୋଧ କରିଛନ୍ତି । ୧୯୯୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସରକାର ସମୟରେ କରସେବକଙ୍କ ଉପରେ ହୋଇଥିବା ପୁଲିସ ଗୁଳିମାଡ଼ ପାଇଁ ଅଖିଳେଶ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । କ୍ଷମା ନ ମାଗିଲେ ତାଙ୍କୁ ଅଯୋଧ୍ୟାର ପଞ୍ଚକୋଶୀ ସୀମାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି କେତେକ ସନ୍ଥ ଚେତାବନୀ ଦେଇଛନ୍ତି । ଉତ୍ତରପ୍ରଦେଶରେ ୨୦୨୭ରେ ବିଧାନସଭା ନିର୍ବାଚନ ଥିବାରୁ ଅଖିଳେଶଙ୍କ ଏହି ଗସ୍ତକୁ ବିଜେପିର ହିନ୍ଦୁତ୍ୱ ରାଜନୀତିର ମୁକାବିଲା ପାଇଁ ସମାଜବାଦୀ ପାର୍ଟିର ରଣନୀତି ବୋଲି ମଧ୍ୟ ଆଲୋଚନା ହେଉଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.