ନେରେଡ଼ି ପ୍ରକଳ୍ପକୁ ନେଇ ଦୁଇ ଜିଲ୍ଲାରେ ତେଜିଲା ରାଜନୀତି: ଜମି କାଶୀନଗରର, ଚିନ୍ତା ଗୁଣପୁରରେ

2 hours ago 1
ARTICLE AD BOX

ପାରଳାଖେମୁଣ୍ଡି: ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍‌ ପାଇଁ ଗଜପତି ଜିଲ୍ଲାରୁ ୧୦୬ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ଓଡ଼ିଶା ଓ ଆନ୍ଧ୍ରର ସମ୍ପୃକ୍ତ ଅଧିକାରୀ ମିଳିତ ଭାବେ ଯୁଗ୍ମ ଯାଞ୍ଚ କରିବେ। ତେବେ ଏହା ପୂର୍ବରୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ରାଜନୀତି ତେଜିବାରେ ଲାଗିଛି। ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳର ଜମି ଯିବାକୁ ଥିବା ବେଳେ ବଂଶଧାରାର ଜଳ ଓ ଜଳସେଚନକୁ ନେଇ ଗୁଣପୁର ଅଞ୍ଚଳରେ ଚିନ୍ତା ବଢ଼ିଛି। ତେବେ ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ନିଜ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ କହିଛନ୍ତି, ବିଜେଡି ଲୋକଙ୍କ ସହ ରହିଛି। ପ୍ରଭାବିତ ଲୋକଙ୍କ ସହ ଆଲୋଚନା ନକରି ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବା ନିନ୍ଦନୀୟ। ଜମି ହରାଇବାକୁ ଥିବା ପରିବାରଙ୍କ ସମସ୍ୟା, କ୍ଷତିପୂରଣ ଓ ଭବିଷ୍ୟତ ଜୀବିକା ନେଇ ପ୍ରଥମେ ସରକାର ଆଲୋଚନା କରିବା ଆବଶ୍ୟକ ବୋଲି ଦଳ ପକ୍ଷରୁ କୁହାଯାଇଛି। 

Horoscope 2026 August 28: ଜାଣନ୍ତୁ ଆଜିର ରାଶିଫଳ...

ଲୋକଙ୍କ ସହ ରହିବୁ: ବିଜେଡି
କ୍ଷତିପୂରଣ ପାଇଁ ଉଦ୍ୟମ ହେବ: ବିଜେପି
ପ୍ରଭାବିତ ଲୋକଙ୍କ ମେଳି

ଅନ୍ୟପକ୍ଷରେ ବିଜେପି ରାଜ୍ୟ ଉପସଭାପତି କେ.ନାରାୟଣ ରାଓ କହିଛନ୍ତି, ପୂର୍ବ ସରକାର ଅମଳରେ ଆବଶ୍ୟକ ଧ୍ୟାନ ଦିଆଯାଇ ନଥିବାରୁ ଆନ୍ଧ୍ର ସପକ୍ଷରେ ଟ୍ରିବ୍ୟୁନାଲ୍‌ଙ୍କ ରାୟ ଆସିଛି। ବର୍ତ୍ତମାନ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇନଗତ ପ୍ରକ୍ରିୟା ପାଳନ ହେବ। ତେବେ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା ପାଇଁ ସରକାରଙ୍କ ସହ ଆଲୋଚନା ହେବ ବୋଲି ଶ୍ରୀ ରାଓ କହିଛନ୍ତି। ସେହିପରି କାଶୀନଗର ବ୍ଲକ୍‌ରେ ବିଭିନ୍ନ ଅଞ୍ଚଳରୁ ପ୍ରଭାବିତ ହେବାକୁ ଥିବା ଲୋକେ ଆଜି ଏକ ବୈଠକରେ ଏକାଠି ହୋଇଥିଲେ। ଗ୍ରାମବାସୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା ନକରି ଜମି ହସ୍ତାନ୍ତର ପାଇଁ ପ୍ରଶାସନିକସ୍ତରରେ ପଦକ୍ଷେପ ନିଆଯାଉଛି। ଆବଶ୍ୟକ ହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମଧ୍ୟ ସେମାନେ ପ୍ରସ୍ତୁତ ହେଉଥିବା କହିଛନ୍ତି। ଅନ୍ୟପକ୍ଷରେ ବ୍ୟାରେଜ୍ ନିର୍ମାଣ ପରେ ରାୟଗଡ଼ା ଜିଲ୍ଲା ଗୁଣପୁରରେ ଖରାଦିନେ ଉପରମୁଣ୍ଡରେ ଜଳାଭାବ ଦେଖାଦେବା ସହ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବ। ବର୍ଷାରେ ବ୍ୟାରେଜ୍‌ରେ ପାଣି ଭର୍ତ୍ତି ହେଲେ ବନ୍ୟା ପରିସ୍ଥିତି ଉପୁଜିବା ସହ ଚାଷଜମି ଜଳମଗ୍ନ ହେବ। ୫୦୦ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଉଛି।

Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍‌ରୁ ଧରାପଡ଼ିଥିଲେ ଅଭିଯୁକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.