ଭୁବନେଶ୍ବର ବଜାରରେ ଅପମିଶ୍ରିତ ଛେନା: ନଷ୍ଟ କରାଗଲା ୧ କ୍ବିଣ୍ଟାଲ ଛେନା

6 days ago 3
ARTICLE AD BOX

ଭୁବନେଶ୍ୱର: ଭୁବନେଶ୍ବର ବଜାରରେ ବିକ୍ରି ହେଉଛି ଅପମିଶ୍ରିତ ଛେନା ଓ ପନିର। ପୁରୀ, କଟକ ଜିଲ୍ଲାରୁ ପ୍ରବଳ ମାତ୍ରାରେ ଏହା ଭୁବନେଶ୍ବରକୁ ଆସୁଛି। ଯାହାକୁ ଓମ୍‌ପେଡ୍‌ ପାର୍ଲରଠାରୁ ଆରମ୍ଭ କରି ନାନାଦି ରିଟେଲର୍‌ ଦୋକାନରେ ବିକ୍ରି କରାଯାଉଛି। ଖାଦ୍ୟ ନିରାପତ୍ତା ଟିମ୍‌ ଆଜି ଏହା ଉପରେ ଚଢ଼ଉ କରିଛନ୍ତି। ଯାଞ୍ଚ ବେଳେ ଅପମିଶ୍ରିତ ଛେନାକୁ ଧରିଛନ୍ତି। ଘଟଣାସ୍ଥଳରେ ପରୀକ୍ଷା ପରେ ପ୍ରାୟ ୧ କ୍ବିଣ୍ଟାଲ ଛେନା ନଷ୍ଟ କରାଯାଇଛି। ଅପରପକ୍ଷେ ୧୨ଟି ସ୍ଥାନରୁ ପନିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏହି ଅପମିଶ୍ରିତ ଛେନା ଓ ପନିର ବିକ୍ରି କରୁଥିବା ୧୨ଟି ଦୋକାନକୁ ନୋଟିସ୍‌ ଜାରି କରାଯାଇଛି।

Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଓମ୍‌ଫେଡ୍‌ ପାର୍ଲର ସହ ୧୨ ରିଟେଲର୍‌ରେ ଚଢ଼ଉ

ରାଜ୍ୟରେ ଅପମିଶ୍ରିତ ଛେନା, ପନିର ବିକ୍ରି ନେଇ ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଚଢ଼ଉ ଆରମ୍ଭ ହୋଇଛି। ଗତକାଲି କଟକରୁ ବହୁ ଅପମିଶ୍ରିତ ଛେନା ଓ ପନିର ନଷ୍ଟ କରାଯାଇଥିଲା। ଆଜି ରାତିରେ ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ରଙ୍କ ନେତୃତ୍ବରେ ବିଏମ୍‌ସି ଅଞ୍ଚଳରେ ଛେନା ଓ ପନିର ବିକ୍ରି କରୁଥିବା ଦୋକାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ରବୀନ୍ଦ୍ର ମଣ୍ଡପ ନିକଟରେ ଏକ ଓମ୍‌ଫେଡ୍‌ ପାର୍ଲରରୁ ନକଲି ଛେନା ମିଳିଥିଲା। ଏହାକୁ ନଷ୍ଟ କରାଯାଇଛି। ସେହିଭଳି ବିଏମ୍‌ସିର ସାଉଥ୍‌-ଇଷ୍ଟ ଜୋନ୍‌ ଅଞ୍ଚଳରେ ଥିବା ବାପୁଜୀନଗର, ୟୁନିଟ୍‌-୪, ଡାକ୍ତରଖାନା ଛକ, ଜୟଦେବ ବିହାର ଆଦି ସ୍ଥାନରେ ଥିବା ରିଟେଲର ଦୋକାନରେ ଚଢ଼ଉ କରାଯାଇଥିଲା। ଶ୍ରୀମତୀ ଦାସମହାପାତ୍ର କହିଛନ୍ତି, ଚଢ଼ଉ ବେଳେ ଜନୈକ ବ୍ୟକ୍ତି ଦୋକାନରେ ଛେନା ଓ ପନିର ଦେଉଥିବା ବେଳେ ଧରା ପଡ଼ିଥିଲେ। ଘଟଣାସ୍ଥଳରେ କେମିକାଲ୍‌ ପରୀକ୍ଷାରୁ ଏହି ଛେନା କଳା ପଡ଼ି ଯାଇଥିଲା। ଅପମିଶ୍ରିତ ବୋଲି ଜଣାପଡ଼ିବା ପରେ ଏହାକୁ ବିଏମ୍‌ସି ଅଳିଆ ଗାଡ଼ିରେ ପକାଇ ଦିଆଯାଇଥିଲା। ଏହି ଚଢ଼ଉ ଜାରି ରହିବ। କେଉଁ କେଉଁ ଅଞ୍ଚଳରୁ ଏହି ଛେନା, ପନିର ସବୁ ଆସୁଛି, ତା’ ଉପରେ ନଜର ରଖାଯାଇଛି। ପ୍ରାଥମିକ ସୂଚନାରୁ ଏହା ନିଆଳି, ନିମାପଡ଼ା, ବଳଙ୍ଗା ଆଦି ଅଞ୍ଚଳରୁ ଆସୁଥିବା ଜଣାପଡ଼ିଛି। ଏ ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି। ଯେଉଁ ସ୍ଥାନରୁ ଏହା ପ୍ରସ୍ତୁତ ହେଉଛି, ସେଠାରେ ଚଢ଼ଉ କରିବାକୁ ଯୋଜନା କରାଯାଉଛି। ପନିର ପରୀକ୍ଷା ପାଇଁ ପଠାଇଛୁ। ଏହାର ରିପୋର୍ଟ ଆସିଲେ, ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ, ସବୁ ଦୋକାନକୁ ବି ସିଲ୍‌ କରିବୁ। କିନ୍ତୁ ଆଜି କୌଣସି ଦୋକାନ ସିଲ୍‌ କରାଯାଇନି, କେବଳ ନୋଟିସ୍‌ କରାଯାଇଛି ବୋଲି ଶ୍ରୀମତୀ ଦାସମହାପାତ୍ର କହିଛନ୍ତି।

Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବରରେ ଆଜି ବିଭିନ୍ନ ହୋ‌ଟେଲରେ ଚଢ଼ଉ କରାଯାଇଛି। ସନ୍ଦେହ ହେବାରୁ ୧୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ୧୦ କେଜିରୁ ଅଧିକ ବାସି ରନ୍ଧାଖାଦ୍ୟ ନଷ୍ଟ କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ କହିଛନ୍ତି, ଆଜି ଜୟଦେବ ବିହାର, ପଟିଆ, କିଟ୍‌ ଆଦି ଅଞ୍ଚଳରେ ହୋଟେଲରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ରଙ୍ଗମିଶା ଓ ବାସି ଖାଦ୍ୟକୁ ଜବତ କରାଯାଇଛି ଓ ନଷ୍ଟ କରାଯାଇଛି। ନିୟିମିତ ଏହି ଚଢ଼ଉ ଜାରି ରହିଥିବା ଶ୍ରୀ ପଟେଲ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.