ARTICLE AD BOX
ଜାପାନର କୁକୁର ‘ହାଚିକୋ’ର ଆନୁଗତ୍ୟ କାହାଣୀ ହୁଏତ ଆପଣ ଶୁଣିଥିବେ, ଯିଏ ନିଜ ମାଲିକର ମୃତ୍ୟୁ ପରେ ବି ବର୍ଷ ବର୍ଷ ଧରି ରେଳ ଷ୍ଟେସନରେ ତାଙ୍କର ଅପେକ୍ଷା କରିଥିଲା। ଏବେ ବୋଲିଭିଆରୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଓ ହୃଦୟସ୍ପର୍ଶୀ କାହାଣୀ ସାମ୍ନାକୁ ଆସିଛି। ଏଠାରେ ମାଲିକଙ୍କ ପ୍ରତି ଅସୀମ ଭଲପାଇବା ଓ ନିଷ୍ଠାର ପ୍ରତୀକ ସାଜିଛି ଏକ ଗଞ୍ଜା ଯାହାର ନାମ ‘ମାର୍ଟିନ୍’। ସୂଚନା ଅନୁଯାୟୀ, ମାର୍ଟିନ୍ର ମାଲିକ କର୍କଟ ରୋଗରେ ପୀଡ଼ିତ ଥିଲେ।
S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର
ଚିକିତ୍ସା ପାଇଁ ସେ ବୋଲିଭିଆର ସାନ୍ତା କ୍ରୁଜ୍ସ୍ଥିତ ଅଙ୍କୋଲୋଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଷ୍ଟର୍ଣ୍ଣ ବୋଲିଭିଆ ହସ୍ପିଟାଲକୁ ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ଦିନଠାରୁ ଆଜିକୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ମାର୍ଟିନ୍ ସେହି ହସ୍ପିଟାଲ ପରିସର ଛାଡ଼ି କୁଆଡ଼େ ଯାଇନାହିଁ। ସେ ପ୍ରତିଦିନ ହସ୍ପିଟାଲ ବାହାରେ ଚଲାବୁଲା କରିବା ସହ ନିକଟସ୍ଥ ଗଛଗୁଡ଼ିକରେ ରହି ନିଜ ମାଲିକର ଫେରିବା ବାଟକୁ ଚାହିଁ ରହିଥାଏ। ସାଧାରଣତଃ ମାଲିକକୁ ନପାଇଲେ ପଶୁପକ୍ଷୀ ଅନ୍ୟତ୍ର ଚାଲିଯାଆନ୍ତି। କିନ୍ତୁ ମାର୍ଟିନର ଏହି ନିଷ୍ଠା ସ୍ଥାନୀୟ ଲୋକ, ହସ୍ପିଟାଲର ଡାକ୍ତର, କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମନକୁ ଛୁଇଁଯାଇଛି। ସ୍ଥାନୀୟ ଦୋକାନୀ ଓ ହସ୍ପିଟାଲ କର୍ମଚାରୀ ତାକୁ ନିୟମିତ ଖାଇବାକୁ ଦିଅନ୍ତି। ତା’ର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ପପ୍କର୍ଣ୍ଣ।
Mallikarjun Kharge: ‘ଭୋଟ୍ ଚୋରି’ ଅଭିଯୋଗରେ ବିଜେପି ଓ ଆର୍ଏସ୍ଏସ୍ ଉପରେ ବର୍ଷିଲେ ଖଡ଼ଗେ

1 day ago
4


