ରକ୍ଷାବନ୍ଧନ ନିଶାମୁକ୍ତି ଅଭିଯାନ

6 hours ago 5
ARTICLE AD BOX

ଘ. ଉଦୟଗିରିରେ ରକ୍ଷାବନ୍ଧନ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସାଂସ୍କୃତିକ ମଣ୍ଡପରେ ସମ୍ବାଦ ପ୍ରତିନିଧି ତଥା ଆମ ଓଡ଼ିଶା ର ସଂଯୋଜକ ସମୀର କୁମାର ପାଢ଼ୀଙ୍କ ସଂଯୋଜନାରେ ରକ୍ଷାବନ୍ଧନ ଅବସରରେ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ରକ୍ଷାବନ୍ଧନ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଡ଼ ନଳିନୀ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ, ଆଇ ପି ମହିଳା କଲେଜ ଅଧ୍ୟକ୍ଷ ଶିବରାମ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗୋଲକ ପଟ୍ଟନାୟକ, ରଟିଙ୍ଗିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ, ଯୁବ ସମାଜସେବୀ ତଥା ସ୍ୱାକ ର ସଭାପତି ଆମନ ଚନ୍ଦ୍ର ନାୟକ, ସମ୍ପାଦକ ହୃଷିକେଶ ପ୍ରଧାନ, ସାମ୍ବାଦିକ ଚିନ୍ମୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.