Alternative World: ବିକଳ୍ପ ବିଶ୍ବ: ପିମ୍ପୁଡ଼ି, ଅସରପା ଓ କୀଟପତଙ୍ଗ ନାଁରେ ରାଜନୀତି

5 days ago 3
ARTICLE AD BOX

ଜନ୍ତରମନ୍ତରରେ ପ୍ରଶ୍ନପତ୍ର ପ୍ରଘଟ ନେଇ କ୍ରମାଗତ ଛାତ୍ର ଆନ୍ଦୋଳନ ଓ ଶେଷରେ ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୈତିକ ଇସ୍ତଫା ପରେ ଏବେ ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜ୍ବଳ ଭୂୟଁାଙ୍କ ଏକ ମନ୍ତବ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଚି। କଲେଜିୟମ ଦ୍ବାରା ବିଚାରପତି ଚୟନର ଅସ୍ବଚ୍ଛ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଜଷ୍ଟିସ ଭୂୟଁା କହିଛନ୍ତି ଯେ ଏହି ପ୍ରକ୍ରିୟାରେ ଏଭଳି ଲୋକ ନ୍ୟାୟ ବ୍ୟବସ୍ଥାକୁ ପ୍ରବେଶ କରୁଛନ୍ତି ଯେଉଁମାେନ ଜନସମୁଦାୟକୁ ‘ପିମ୍ପୁଡ଼ି’ କହୁଛନ୍ତି। ଏହା ସଂପୂର୍ଣ୍ଣ ଅସାମ୍ବିଧାନିକ। ଏହା ଦ୍ବାରା ଯୋଗ୍ୟ ବ୍ୟକ୍ତିମାନେ ବିଚାରପତି ଚୟନରୁ ଦୂରେଇ ରହୁଛନ୍ତି। ସାଧାରଣ ଲୋକେ ବିଚାର ବ୍ୟବସ୍ଥାର ସୁଫଳ ପାଉନାହାନ୍ତି। ‘ଜୁଡିସିଆଲ ଟ୍ରନ୍‌ସପରେନ୍‌ସି ଇଣ୍ଡେକ୍‌ସ’ ପୁସ୍ତକ ଉନ୍ମୋଚନ ଅବସରରେ ବିଚାରପତି ଭୂୟଁାଙ୍କ ଏପରି ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ବିଚାରପତିମାନଙ୍କ ଚୟନ, ପଦୋନ୍ନତି ଓ ଗୋପନୀୟତା କେତେ ଯୁକ୍ତିଗତ ତାହା ପ୍ରଶ୍ନ କରିଛନ୍ତି ବିଚାରପତି ଭୂୟଁା। ଏ ବିଷୟରେ ସୂଚନାଭିତ୍ତିକ ଆଲୋଚନା ଆବଶ୍ୟକ। ସୋସିଆଲ ମିଡିଆରେ ପ୍ରଶ୍ନ ହେଲାଣି- ଲୋକଙ୍କୁ ପିମ୍ପୁଡ଼ି କହୁଥିବା, ଭାବୁଥିବା ଲୋକେ କେମିତି ଓ କିପରି ବିଚାରପତି ହେଉଛନ୍ତି?

Education: ନିସ୍‌ ଇନଷ୍ଟିଚ୍ୟୁଟ୍‌ର ସ୍ବାଗତ ଉତ୍ସବ

ଦେଶର ବିଭିନ୍ନ କୋର୍ଟ କଚେରିରେ ଏ ପର୍ଯ୍ୟନ୍ତ ପ୍ରାୟ ଛ’ କୋଟିରୁ ଅଧିକ କେସ୍ ଫଇସଲା ନ ହୋଇ ପଡ଼ିରହିଚି। ଅନେକ କ୍ଷେତ୍ରରେ କେସ୍ ବିଚାର କରୁଥିବା ଓକିଲ, ମହକିଲ, ଏପରିକି ବିଚାରପତିମାନେ ବିଦାୟ ନେଲେଣି। ତେଣୁ ଏମାନଙ୍କୁ ଜନ୍ଦା, ପିମ୍ପୁଡ଼ି, କୀଟପତଙ୍ଗ କହି ତୁଚ୍ଛ ତାତ୍ସଲ୍ୟ କଲେ ଅବସ୍ଥା ସୁଧୁରିବ ନାହିଁ। ଗତ ଦଶ ବର୍ଷ ମଧ୍ୟରେ କୋର୍ଟ କଚେରିମାନଙ୍କରେ ଜମା ହେଲାଣି ଲକ୍ଷ ଲକ୍ଷ କେସ୍। ଯେଉଁମାନେ ଲୋକଙ୍କୁ ପିମ୍ପୁଡ଼ି କହୁଥିଲେ, ଏବେ ଲୋକେ ସେମାନଙ୍କୁ ଓଲଟା ପ୍ରଶ୍ନ ପଚାରିଲେଣି। ପିମ୍ପୁଡ଼ି ଏକ କୀଟପତଙ୍ଗ ଜାତୀୟ ପ୍ରାଣୀ, ଅତ୍ୟନ୍ତ ବଳଶାଳୀ, ତା’ର ଦୁଇଟା ପେଟ, ଲିଭର ନ ଥାଏ, ଶ୍ରବଣ ଶକ୍ତି ବି ନ ଥାଏ। କିନ୍ତୁ ପିମ୍ପୁଡ଼ି ଏକ ସାମାଜିକ ଜୀବ, ଗୋଷ୍ଠୀ ଜୀବନ ଭଲପାଏ, ସେ ଏକ ଶୃଙ୍ଖଳିତ କୀଟ। ପିମ୍ପୁଡ଼ି ଜୀବନରୁ ଆମେ ଅନେକ ଭଲ ଗୁଣ ଶିକ୍ଷା କରେ। ସେ କେବେହେଲେ ବାଟ ଭାଙ୍ଗି ଚାଲେନାହିଁ। ସେ ସଦା ଆତ୍ମନିର୍ଭରଶୀଳ, ଆତ୍ମସଂଯମର ପ୍ରତୀକ।

ଏବେ ଅଳ୍ପ ଦିନ ହେଲା ଏକ ବ୍ୟଙ୍ଗାତ୍ମକ, ଯୁବକୈନ୍ଦ୍ରିକ, ସାମାଜିକ ଓ ନୂଆ ରାଜନୈତିକ ଦଳ ସୃଷ୍ଟି ହେଇଚି। ତା’ ନାଁ ରଖାଯାଇଚି କକ୍ରୋଚ ଜନତା ପାର୍ଟି। ସାରା ଦେଶରେ ଏ ବିଷୟରେ ଚର୍ଚ୍ଚା ଆରମ୍ଭ ହେଲାଣି। ଏହାର ସ୍ଲୋଗାନ ହେଲା ‘ମୁଁ ବି କକ୍ରୋଚ’। ପ୍ରଥମେ, ସୋସିଆଲ ମିଡିଆରେ ଏହାକୁ ଏକ ପ୍ରତିବାଦ ଆନ୍ଦୋଳନ ଭାବରେ ଆରମ୍ଭ କରାଯାଇଚି। ସମର୍ଥକମାନେ ଏହାକୁ ଅସନ୍ତୁଷ୍ଟ ଯୁବପିଢ଼ିର ପ୍ରତିବାଦର ସ୍ବର ବୋଲି କହୁଛନ୍ତି। ଏହା ଥିଲା ବେକାରି ଓ ପ୍ରଚଳିତ ପରୀକ୍ଷା ବ୍ୟବସ୍ଥା ପ୍ରତି ଅସନ୍ତୋଷ ବ୍ୟକ୍ତ କରିବାର ଏକ ମାଧ୍ୟମ। ଆନ୍ଦୋଳନକାରୀମାନେ ଜନଆନ୍ଦୋଳନ ଭାବରେ ପରିଚାଳନା ଉଦ୍ୟମ ସତ୍ତ୍ବେ ଏହା ନିଜକୁ ଦଳୀୟ ରାଜନୀତି ଠାରୁ ଦୂରେଇ ରଖିପାରିଲା ନାହିଁ। ଏହାଛଡ଼ା ପୁଲିସ ଓ ପ୍ରତିବାଦକାରୀ ମଧ୍ୟରେ ଉତ୍ତେଜନା, ସଂଘର୍ଷ ଓ କେତେକ ରାଜନୈତିକ ଦଳଙ୍କର ପ୍ରବେଶ ଫଳରେ, ଆନ୍ଦୋଳନ ନିଜର ନିରପେକ୍ଷତା ହରାଇଲା। ବିଦ୍ୟାର୍ଥୀମାନେ ବୋଧହୁଏ ଆନ୍ଦୋଳନକୁ ଶିକ୍ଷା ସଂସ୍କାରକୈନ୍ଦ୍ରିକ ରଖିପାରିଲେ ନାହିଁ। ମନ୍ତ୍ରୀ ଭାବରେ ପଦ ତ୍ୟାଗ ପରଦିନ ଶ୍ରୀ ପ୍ରଧାନଙ୍କୁ ଉତ୍ସାହର ସହ ପାର୍ଲାମେଣ୍ଟରେ ସ୍ବାଗତ କରାଯାଇଥିଲା। ଏହା ଦ୍ବାରା ମାନ୍ୟବର ସଦସ୍ୟମାନେ ନିଜ ନିଜର ରାଜନୈତିକ ପରିପକ୍ବତା ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ଉଚିତ ପଦକ୍ଷେପ ହେବ ଶିକ୍ଷାମନ୍ତ୍ରୀ ବିଭିନ୍ନ ଶିକ୍ଷା ବିଶେଷଜ୍ଞ, ପଲିସି ବିଶାରଦଙ୍କୁ ଡାକି ବିଚାର ଆଲୋଚନା କରନ୍ତୁ ଓ ସମୟାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ। ପାର୍ଲାମେଣ୍ଟ ଲାଇବ୍ରେରି ଗବେଷଣାଗାରମାନଙ୍କରେ ବର୍ଷ ବର୍ଷ ଧରି ଏ ରିପୋର୍ଟ, ପଲିଟି ପେପର ପଡ଼ି ରହିଚି।

ଏବେ ପ୍ରଶ୍ନ ହେଲାଣି ଲୋକଙ୍କୁ ‘ପିମ୍ପୁଡ଼ି’ କହୁଥିବା ବ୍ୟକ୍ତି କେମିତି ଉଚ୍ଚ ନ୍ୟାୟାଳୟମାନଙ୍କରେ ବିଚାରପତି ହେଉଛନ୍ତି। ସେମିତି କକ୍ରୋଚ ଜନତା ପାର୍ଟି କ’ଣ ନିର୍ବାଚନ କମିସନରେ ପଞ୍ଜୀକୃତ ଏକ ରାଜନୈତିକ ଦଳ? ଭାରତ ନିର୍ବାଚନ କମିସନ ଅନୁସାରେ ଆମ ଦେଶରେ ଏବେ ଅଛନ୍ତି ଛ’ଟି ବଡ଼ ଜାତୀୟ ରାଜନୈତିକ ଦଳ, ୨୦ଟି ରାଜ୍ୟସ୍ତରୀୟ ଦଳ ଓ ପ୍ରାୟ ୨୦୦ରୁ ଅଧିକ ପଞ୍ଜୀକୃତ ଦଳ। ତା’ ମଧ୍ୟରେ କକ୍ରୋଚ ଜନତା ଦଳର ନଁା ନାହିଁ। ତେଣୁ କେବଳ ଜନ୍ତରମନ୍ତର ବା ମାଷ୍ଟରକ୍ୟାଣ୍ଟିନ ଛକରେ ହଙ୍ଗାମା, ହୋହଲ୍ଲା କଲେ ଚଳିବ ନାହିଁ। ଉପଯୁକ୍ତ ତାଲିମ ଦେଇ ଏକ ସଂଗଠିତ ଢାଞ୍ଚା ଗଢ଼ିବାକୁ ହେବ। ନ ହେଲେ କିଛି ବର୍ଷ ପରେ ଏହା ଜନମାନସରୁ ଅପସରିଯିବ। ସ୍ବାଧୀନତା ପରେ ଭାରତରେ ଅନେକ ନୂଆ ରାଜନୈତିକ ଦଳଙ୍କର ଅପମୃତ୍ୟୁ ଘଟିଚି। ଓଡ଼ିଆ ଭାଷାରେ ‘କକ୍‌ରୋଚ’କୁ କହନ୍ତି ଅସରପା, ଘରେ ଘରେ ବୁଲୁଥାନ୍ତି। ବିଶେଷ କରି ରୋଷେଇ ଘରେ ଓ ଗାଧୁଆ ଘରେ। ପୃଥିବୀକୁ ଆସିଲେଣି ୩୦ ଲକ୍ଷ ବର୍ଷ ପୂର୍ବରୁ। ଛ’ଟା ଗୋଡ଼, ଦି’ଟା ଶୃଙ୍ଗ, ସଂଯୁକ୍ତ ଚକ୍ଷୁ ଓ ଅତି କ୍ଷୁଦ୍ର ଆଣ୍ଟେନା। ଅସରପାର ବାସସ୍ଥାନଗୁଡ଼ିକ ହେଲା- ଜଙ୍ଗଲ, ମରୁଭୂମି, ପାହାଡ଼ ଗୁମ୍ଫା, ପଡ଼ିଆ, ପଦର, ସହର ନଗର। କେବଳ ଆଣ୍ଟାର୍କଟିକା ଛଡ଼ା ଅସରପା ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଥାନ୍ତି। ତେଣୁ ବେଳେବେଳେ, ଜୀବବିଜ୍ଞାନୀମାନେ ଅସରପାକୁ ଏକଦା ଓ ଏବେ ବି ଲୁପ୍ତ ସବୁଠାରୁ ବିଶାଳକାୟ ପ୍ରାଣୀ ଡାଇନୋସର ସହ ତୁଳନା କରିଥାନ୍ତି। ଏହି ସରୀସୃପ ପ୍ରାୟ ୨୦ କୋଟି ବର୍ଷ ପୂର୍ବେ ପୃଥିବୀପୃଷ୍ଠର ପ୍ରାଣୀ ଜଗତରେ ବିଚରଣ କରୁଥିଲା ବୋଲି ବିଶ୍ବାସ କରାଯାଏ। ଏହା ଥିଲା ସବୁଠୁ ବିଶାଳକାୟ ଶାକାହାରୀ ପ୍ରାଣୀ। ଏହାର ବିଶାଳ ଆକାର ୪୦ ମିଟରରୁ ଅଧିକ ଥିଲା। କିନ୍ତୁ ଏହା ଅଣ୍ଡା ଦେଉଥିଲା। ଏକ ଅପ୍ରାକୃତିକ ଓ ଅପ୍ରତ୍ୟାଶିତ ବିପର୍ଯ୍ୟୟ ଫଳରେ ଅତି ବିଶାଳକାୟ ଡାଇନୋସର ପୃଥିବୀ ପୃଷ୍ଠରୁ ସବୁଦିନ ପାଇଁ ଲୋପ ପାଇଗଲା। ସମାଜବିଜ୍ଞାନୀମାନେ ପ୍ରଶ୍ନ କରନ୍ତି ଡାଇନୋସର ଏତେ ବିରାଟ ପ୍ରାଣୀ ହୋଇ କିପରି ଏତେ ଚଞ୍ଚଳ ଲୋପ ପାଇଗଲା, ଅଥଚ ତା’ଠାରୁ କ୍ଷୁଦ୍ରାତିକ୍ଷୁଦ୍ର ଅସରପା ବିଘଟନ ପ୍ରକ୍ରିୟାରୁ ବର୍ତ୍ତିଗଲା? ଏହା ଏବେ ବି ରହସ୍ୟମୟ। ଅସରପା ଜନତା ପାର୍ଟି ସଭ୍ୟମାନେ ଏ ସଂପର୍କରେ ଅଧିକ ବିଚାର ଆଲୋଚନା, ଗବେଷଣା କରନ୍ତୁ।

Protest: ଯନ୍ତର-ମନ୍ତରରେ ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ

ପ୍ରାୟ ଛ’ କୋଟି ବର୍ଷ ପୂର୍ବେ ଡାଇନୋସର ସହ ପୃଥିବୀର ପ୍ରାୟ ୭୫ ଭାଗ ପ୍ରଜାତି ବିଲୁପ୍ତ ହୋଇ ଯାଇଥିଲେ। ଅସରପା ଓ ଅନ୍ୟାନ୍ୟ ଜୀବମାନେ ପରିବର୍ତ୍ତନର ବେଗ ‌ସହ ତାଳଦେଇ ନିଜର ଆକାର, ଆଚାର ବ୍ୟବହାର ପରିବର୍ତ୍ତନ କରି ବଞ୍ଚିଗଲେ। ଏଥିପାଇଁ ସେମାନେ ନିଜର ଖାଦ୍ୟ ଅଭ୍ୟାସ, ପ୍ରଜନନ କ୍ଷମତା ଓ ପରିବେଶ ସହ ଖାପ ଖୁଆଇ ସଂଘର୍ଷ କୌଶଳ ଶିଖିଲେ। ଏହି ପ୍ରକ୍ରିୟାରେ ବୃହତ୍‌କାୟ ଡାଇନୋସର ଲୋପ ପାଇଗଲା, ଜନ୍ଦା, ପିମ୍ପୁଡ଼ି, ଅସରପା ଓ କ୍ଷୁଦ୍ର କୀଟପତଙ୍ଗ ବଞ୍ଚିଗଲେ। ବିବର୍ତ୍ତନବାଦର ବିଜୟ ହେଲା। ପ୍ରସିଦ୍ଧ ଅର୍ଥନୀତିଜ୍ଞ ଇ. ଏଫ୍. ସୁମାକର ଲେଖିଲେ- ସ୍ମଲ୍ ଇଜ ବିଉଟିଫୁଲ। କ୍ଷୁଦ୍ର ହିଁ ସୁନ୍ଦର। ଏହି କ୍ଷୁଦ୍ରତା ଭିତରେ ଏକ ବିଶାଳ ଦର୍ଶନ ରହିଚି। ଅଭିଜିତ ଦିପ୍‌କେ ଓ ତାଙ୍କ ସାଥି ସହଯୋଗୀ ଓ ଆମେ ସମ‌ସ୍ତେ ଅସରପାକୁ ଏକ ସାଧାରଣ କୀଟ ବଦଳରେ ଏକ ଜୀବନ ରାଜନୈତିକ ଦର୍ଶନ ଭାବରେ ଗ୍ରହଣ କରିବା ଠିକ୍ ହେବ। ପ୍ରଶ୍ନପତ୍ର ପ୍ରଘଟ ଏକ ବ୍ୟବସ୍ଥାଗତ ବିଫଳତା। ୧୯୬୮ ମସିହାରୁ ଭାରତରେ ବାରମ୍ବାର ନୂଆ ଶିକ୍ଷାନୀତି ପ୍ରଣୟନ ହେଲାଣି। ୧୯୯୨ରୁ ପ୍ରଥମ ଥର ପାଇଁ ପ୍ରୋଗ୍ରାମ ଅଫ ଆକ୍‌ସନ ତିଆରି ସରିଲାଣି। ୨୦୨୦ରେ ସରକାର ନୂଆ ପଲିସି ଖସଡ଼ା ତିଆରି କରିସାରିଲେଣି। ଏ ଭିତରେ ଅସରପା ରାଜନୀତି ଓ ଶିକ୍ଷାମନ୍ତ୍ରୀଙ୍କ ବିଦାୟ। କୋଡ଼ିଲେ ଯେତିକି, ମାଡ଼ିଲେ ସେତିକି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୨୭୦୧୭

Read Entire Article
LEFT SIDEBAR AD

Hidden in mobile, Best for skyscrapers.