Andhra elections: ଆନ୍ଧ୍ର ନିର୍ବାଚନକୁ ସହ‌ଯୋଗ କଲେ ଗିରଫ: ଜିଲ୍ଲାପାଳ

53 minutes ago 1
ARTICLE AD BOX

କୋରାପୁଟ: କୋଟିଆରେ ଆନ୍ଧ୍ର ଏଜେଣ୍ଟଙ୍କୁ ନିୟନ୍ତ୍ରଣ ପାଇଁ ସବୁ ଗାଁ’ରେ ବିଏନ୍‌ଏସ୍‌ ୧୬୩ ଧାରା ଲାଗୁ ହେବ। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ କମିବା ପରେ ସମସ୍ତ ଗାଁ’ରେ ଏହି ଧାରା ଲାଗୁ କରାଯିବ। ଆନ୍ଧ୍ର ନିର୍ବାଚନକୁ ସହଯୋଗ କରୁଥିବା ବ୍ୟକ୍ତି ଏବଂ ବିଶୃଙ୍ଖଳକାରୀଙ୍କୁ ଆବଶ୍ୟକ ପଡ଼ିଲେ ଗିରଫ କରାଯିବ। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆର ଫାଟୁସିନେରୀ, ଫଗୁଣସିନେରୀ ଓ ନେରେଡ଼ିୱାଲସାରେ ୩ଟି ଚେକ୍‌ପୋଷ୍ଟ କରାଯାଇ ଆନ୍ଧ୍ର ଏଜେଣ୍ଟ, ସେଠାକାର ରାଜନୈତିକ କର୍ମୀ ଓ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। କୌଣସି ପରିସ୍ଥିତିରେ ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ କରାଇ ଦିଆଯିବ ନାହିଁ। ଆଜି ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଏହି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ।

Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ

‌ସର୍ବଦଳୀୟ ବୈଠକରେ ନେତା, ଅଧିକାରୀ ଏକାଠି
କୋଟିଆ ବିକାଶ ପାଇଁ ଗଠନ ହେବ ସ୍ବତନ୍ତ୍ର କମିଟି
ଆନ୍ଧ୍ରକୁ ଭୋଟ ଦେଲେ ଓଡ଼ିଶା ମାଟି ଛାଡ଼: ତାରା
ବାତ୍ୟା ପରେ ସବୁ ଗାଁ’ରେ ୧୬୩ ଧାରା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ପରେ ଜିଲ୍ଲାପାଳ କହିଛନ୍ତି ଯେ ଏସ୍‌ଆଇଆର୍‌ରେ କୋଟିଆର ୫୩୦୦ ଭୋଟର ଓଡ଼ିଶାର ମତଦାତା ତାଲିକାରେ 
ଅଛନ୍ତି। କୋଟିଆବାସୀ ଯେପରି ଆନ୍ଧ୍ର ମତଦାନରୁ ବିରତ ରହିବେ ସେ ନେଇ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରାଯାଇଛି। ସାମୂହିକ ଭାବେ ଆନ୍ଧ୍ର ନିର୍ବାଚନକୁ ବିରୋଧ କରିବାକୁ ସହମତି ମିଳିଛି। ବୈଠକରେ ଯୋଗ ଦେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋଟିଆ ପ୍ରସଙ୍ଗରେ କଠୋର ହୋଇଛନ୍ତି। ସେ କହିଛନ୍ତି ଯେ ଆନ୍ଧ୍ର ପ୍ରଲୋଭନରେ ଯେଉଁମାନେ ଭୋଟ ଦେବେ ସେମାନେ କୋଟିଆ ଛାଡ଼ି ଚାଲିଯା‌ଆନ୍ତୁ। ସେମାନଙ୍କର ଓଡ଼ିଶାରେ ରହିବାର କୌଣସି ଅଧିକାର ନାହିଁ।  କଂଗ୍ରେସ ବିଧାୟକ ଦଳ ନେତା ତଥା ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି, ଆନ୍ଧ୍ରର ଅନୁପ୍ରବେଶକୁ କଡ଼ା ବିରୋଧ କରାଯିବ। ଆନ୍ଧ୍ରକୁ ଓଡ଼ିଶାରେ ପଶି ମତଦାନ କରାଇବାକୁ ସୁଯୋଗ ଦିଆଯିବ ନାହିଁ। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ କହିଛନ୍ତି, ସବୁ ଦଳ ଏକ ହୋଇ କୋଟିଆ ମାଟିର ସୁରକ୍ଷା ପାଇଁ ଲଢ଼ିବେ। ଇ‌‌ଞ୍ଚେ ଅଞ୍ଚଳ ବି ଆନ୍ଧ୍ରକୁ ଦିଆଯିବ ନାହିଁ। ପୂର୍ବତନ ସାଂସଦ ଝିନ ହିକକା କହିଛନ୍ତି, କୋଟିଆ ଓଡ଼ିଶାର। ଆନ୍ଧ୍ରର କୌଣସି ହକ୍‌ ନାହିଁ ଏ ମାଟି ଉପରେ। 

US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନକୁ ଭଣ୍ଡୁର ସହ କୋଟିଆରେ ବିକାଶକୁ ତ୍ବରାନିତ କରିବା ପାଇଁ ପ୍ରତି ଗାଁରେ ଉନ୍ନୟନ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। କମିଟି ଗାଁ’ରେ କାହାର କ’ଣ ସମସ୍ୟା ରହିଛି, କ’ଣ ଆବଶ୍ୟକତା ରହିଛି ତାକୁ ଆଧାର କରି ରିପୋର୍ଟ ଦେବ।  କାମ ପାଇଁ ସ୍ଥାନୀୟ ଯୁବକ ନିଯୁକ୍ତି ପାଇବେ। ପ୍ରଶାସନ ପ୍ରତି ଆସ୍ଥା କିପରି ବଢ଼ିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମହାଜନ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି, ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକଙ୍କ ସମେତ ବିଭିନ୍ନ ଦଳର ନେତା ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.