ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଅନିଲ ଚକ୍ରବର୍ତ୍ତୀଙ୍କୁ ବିଶ୍ବର ପ୍ରମୁଖ ସଫ୍ଟୱେର କମ୍ପାନି ଆଡୋବ୍ର ନୂଆ ସିଇଓ ଭାବେ ନିଯୁକ୍ତ କରାଯାଇଛି। ସେ ଦୀର୍ଘ ୧୮ ବର୍ଷ ଧରି କମ୍ପାନି ସିିଇଓ ଭାବେ କାର୍ଯ୍ୟ କରିଥିବା ଅନ୍ୟତମ ଭାରତୀୟ ଶାନ୍ତନୁ ନାରାୟଣଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଆସନ୍ତା ଡିସେମ୍ବର ୧ରୁ ଚକ୍ରବର୍ତ୍ତୀ ଦାୟିତ୍ବ ଗ୍ରହଣ କରିବେ। ନାରାୟଣ ଏହାପରେ ଆଡୋବ୍ର ଏକ୍ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ରହିବେ। ଶ୍ରୀ ଚକ୍ରବର୍ତ୍ତୀ ଭାରତର ଆଇଆଇଟି ବାରାଣସୀରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିଛନ୍ତି। ଏହାପରେ ଆମେରିକାର ପ୍ରତିଷ୍ଠିତ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏଆଇଟି)ରୁ ମାଷ୍ଟର୍ସ ଓ ପିଏଚ୍ଡି ଡିଗ୍ରି ହାସଲ କରିଥିଲେ।
ଟେକ୍ନୋଲୋଜି କ୍ଷେତ୍ରରେ ଚକ୍ରବର୍ତ୍ତୀଙ୍କ ଦୀର୍ଘ ଅଭିଜ୍ଞତା ରହିଛି। ସେ ଇନ୍ଫର୍ମାଟିକାର ସିଇଓ ଭାବେ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ କାମ କରିଥିଲେ। ଏହା ପୂର୍ବରୁ ସିମାଣ୍ଟେକ୍ ଓ ଅନ୍ୟାନ୍ୟ ପ୍ରମୁଖ ପ୍ରଯୁକ୍ତି କମ୍ପାନିରେ ବରିଷ୍ଠ ପଦବିରେ ରହିଥିଲେ। ସେ ୨୦୨୦ରେ ଆଡୋବ୍ରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ କମ୍ପାନିର ‘କଷ୍ଟମର ଏକ୍ସପିରିଏନ୍ସ ଅର୍କେଷ୍ଟ୍ରେସନ୍’ ବ୍ୟବସାୟର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। କମ୍ପାନିର ବିଶ୍ବବ୍ୟାପୀ ବିକ୍ରି, ଗ୍ରାହକ ସେବା ଓ ଅନ୍ୟାନ୍ୟ କ୍ଷେତ୍ରର ଦାୟିତ୍ବ ମଧ୍ୟ ତାଙ୍କ ଅଧୀନରେ ରହିଛି।

18 hours ago
3


