ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଗତ କିଛି ବର୍ଷ ହେଲା ଲଗାତାର ବୈତରଣୀ ନଦୀରେ ବନ୍ୟା ଯୋଗୁଁ ବହୁ ଧନ ଜୀବନ ଯାଇଥିବା ବେଳେ ନଦୀକୂଳ ଲଂଘିବା କାରଣରୁ ୨୧ ପରିବାର ନଦୀ ଗର୍ଭରେ ଲୀନ ହୋଇଗଲାଣି। ଅନେକ ଲୋକଙ୍କ ଜୀବନ ବି ଗଲାଣି। ଏପଟେ ସରକାର ପ୍ରତିବର୍ଷ ନଦୀବନ୍ଧ ସୁରକ୍ଷା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ବାସହରା ୨୧ଟି ପରିବାରଙ୍କୁ କିଛି ସରକାରୀ ଅହାୟତା ମିକିମୋଟି ନାହିଁ।
୫୬ ବର୍ଷରେ ଉଜୁଡ଼ିଲାଣି ୨୧ ପରିବାର। ନଦୀ ବନ୍ଧ ପାଇଁ ମାଷ୍ଟର ପ୍ଲାନିଂ କାର୍ଯ୍ୟକାରୀ କେବେ ହେବ ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁମାନଙ୍କର ଘର ଦ୍ବାର ଉଜୁଡି ଯାଇଛି ସେମାନେ ସ୍ଥାୟୀ ଭାବେ ଥଇଥାନ ହୋଇନାହାନ୍ତି। ନିଜ ଭିଟାମାଟି ଛାଡ଼ି ସବୁଦିନ ପାଇଁ ଚାଲିଯାଇଥିବା ୨୧ଟି ପରିବାର ଲୋକଙ୍କ ତଥ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଖାତାରୁ ମିଳିଛି।
Flood In Odisha: ରାତିରେ ମାଡ଼ି ଆସିଲା ସାଳନ୍ଦୀ, ବୈତରଣୀ ନଦୀର ବନ୍ୟାଜଳ
୧୯୭୧ ମସିହା ନଭେମ୍ବର ମାସରେ ଆସିଥିଲା ଲୁଣା ଜୁଆର। ଏହି ଜୁଆରରେ ଧାମରା ଗାଁ ସବୁଦିନ ପାଇଁ ନିଶ୍ଚିହ୍ନ ହେବାକୁ ବସିଥିଲା। ହେଲେ ମା' ଧାମରାଈଙ୍କ କୃପାରୁ ଏହି ଗ୍ରାମ ବର୍ତ୍ତି ଯାଇଥିବା ଅଞ୍ଚଳବାସୀ କହନ୍ତିI ତେବେ ସେହି କାଳରାତ୍ରି କଥା ମନେ ପଡ଼ିଲେ ଦେହ ଶିହରି ଉଠେ। ବଙ୍ଗୋପସାଗର ମୁହାଣରୁ ଜୁଆର ମାଡି ଆସି ବୈତରଣା ପାଦଦେଶରେ ଥିବା ୫/୬ ଫୁଟ ଉଚ୍ଚତାରେ ଆସିଥିବା ଲୁଣା ପାଣିରେ ଧାମରା ଗ୍ରାମର ଅପର୍କିତ ଭାବରରେ ବୈରାଗୀ ଧାମରା ଗାଁ ପ୍ରଥମ ଶିକାର ହୋଇଥିଲା ତରେଇ, ବଡହରି ଭାଗର ସେ ସାମଲ, ସାମଲ, ମହେନ୍ଦ୍ର ସାମଲ, ହରି ବେହେରା, କୃପାସିନ୍ଧୁ ମାଝୀ, ଏକାଦଶୀ ମାଝୀ, ରସାଧର ବେହେରା, ଭବନ ବେହେରା, ଶନାଚନ ବଳେଇ ମୁଳି ଦଳେଇ, ମୁରଲୀ ସାହୁ କ୍ଷେତ୍ରବାସୀ ମାଝୀ, ଗୁମ ମାଝୀ, ବିଶ୍ବନାଥ ମାଝୀ, ମୁଟୁରା ମାଝୀ, ନନ୍ଦ ମାଝୀ ଏବଂ ହାଡି ମାଝାଙ୍କ ଘର ସମ୍ପୂର୍ଣ ଧସଂ ପାଇଥିଲା। କାଳକ୍ରମେ ଏହି ପରିବାର ଅନ୍ୟ ସ୍ଥାନରେ ଘର କରି ଚନ୍ଧିଥିଲେ।
ସେବେଠୁ ବୈତରଣୀ ପ୍ରତିବର୍ଷ କୂଳ ଲଂଘି ଗତ ୫.୬ ବର୍ଷ ମଧ୍ୟରେ ଏକ ଶବ୍ଦ ମିଟର ଓସାରର ୨ କିମି ପର୍ଯ୍ୟନ୍ତ କୂଳ ଖାଇଲାଣି। ଫଳରେ ଦିନକୁ ଦିନ ଧାମରା ଗ୍ରାମର ଆୟତନ କମିବା ସହ ଗୌଗୋଳିକ ମାନଚିତ୍ରରେ ମଧ୍ୟ ପରିବର୍ତନ ଘଟିଚାଲିଛି। ଏନେଇ ଜଳସମ୍ପଦ ବିଭାଗ ତରଫରୁ ନଦୀବନ୍ଧ ସୁଦୃଢ଼ାବରଣ ଦିଗରେ କୌଣସି ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ହୋଇପାରି ନାହିଁ I ତେବେ ବିଭାଗୀୟ ଯନ୍ତ୍ରୀ ମୁଖ୍ୟ ନଦୀବନ୍ଧର ଅନୁଧ୍ୟାନ କରି ଏହାର ସ୍ଥିତି ବିଷୟରେ ଅବଗତ ଅଛନ୍ତି, ଅନୁଦାନ ଆସିଲେ ସହ ନଦୀବନ୍ଧ ଧାମରା ଗ୍ରାମର ମଧ୍ୟ ସୁରକ୍ଷା ହୋଇପାରିବ ବୋଲି ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସୂଚାରୁ ଜେନା କହିଛନ୍ତିI

12 hours ago
6


