BDA: ରାଜସ୍ବ ଅଧିକାରୀଙ୍କ ସହ ବିଡିଏର ବୈଠକ: ‘ଭୂଲେଖରେ ତ୍ରୁଟିଶୂନ୍ୟ ରେକର୍ଡ ଦିଅ’

1 week ago 4
ARTICLE AD BOX

ଭୁବନେଶ୍ବର: ରାଜସ୍ବ ବିଭାଗର ଅଧିକାରୀଙ୍କ ସହ ବିଡିଏର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତ୍ରୁଟିଶୂନ୍ୟ ଭୂଲେଖ ରେକର୍ଡ ଅପ୍‌ଲୋଡ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଟେଲ୍‌ମେଣ୍ଟ ରେକର୍ଡ ସହ ଭୂଲେଖ ରେକର୍ଡ ତାଳମେଳ ରହୁ ନଥିବାରୁ ଅନେକ ସରକାରୀ ପ୍ରକଳ୍ପ ବାଧାପ୍ରାପ୍ତ ହେଉଛି। ଆଗକୁ ଯେଭଳି ସେଟେଲ୍‌ମେଣ୍ଟ ରେକର୍ଡ ସହ ଭୂଲେଖ ରେକର୍ଡର ମେଳକ ରହିବ, ତାକୁ ଗୁରୁତ୍ବ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Editorial: ରାଷ୍ଟ୍ରହିତ ଚିନ୍ତା

ଭୁବନେଶ୍ବରରେ ରାଜ୍ୟବାସୀଙ୍କ ରହିବାର ଇଚ୍ଛାକୁ ପୂରଣ କରିବା, ଜନସଂଖ୍ୟା ବୃଦ୍ଧିର ଚାପକୁ କମାଇବା ସହ ଭୁବନେଶ୍ବର ସହରାଞ୍ଚଳ କ୍ଷେତ୍ରର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ଭୁବନେଶ୍ବର ସହରକୁ ଲାଗି ୪୫ଟି ଟାଉନ୍‌ ପ୍ଲାନିଂ(ଟିପି) ଯୋଜନା କରୁଛନ୍ତି। ଇତିମଧ୍ୟରେ କେତେକ ଟିପି ପ୍ରକଳ୍ପର ଗେଜେଟ୍‌ ବିଜ୍ଞପ୍ତି ବାହାରିବା ସହ ବିକାଶ କାମ ବି ଚାଲିଛି। କିନ୍ତୁ ଜମି ବିବାଦ ଏଥିରେ ପ୍ରତିବନ୍ଧକ ସାଜିଛି। ବିଡିଏ ଡେପୁଟି କମିସନର୍‌(ଟାଉନ୍‌ ପ୍ଲାନିଂ) ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ମଳିପଡ଼ା ଓ ଦାସପୁର ମୌଜାକୁ ନେଇ ବିକଶିତ ହେଉଥିବା ଟାଉନ୍‌ ପ୍ଲାନିଂ ଯୋଜନା ୫, ୬ ଓ ୭ ଏବଂ ବିଜିପୁର, ଭଗବାନପୁର, କାଶିପୁର, ପାତ୍ରପଡ଼ା ଓ ବାଲିଆପଡ଼ା ମୌଜାକୁ ନେଇ ବିକଶିତ ହେଉଥିବା ୪୨ରୁ ୪୫ ନମ୍ବର ଟାଉନ୍‌ ପ୍ଲାନିଂ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅଞ୍ଚଳ ସହ ସଂପୃକ୍ତ ଭୁବନେଶ୍ବର ତହସିଲ୍‌ର ଅଧିକାରୀ, ପ୍ଲାନିଂ ଅଧିକାରୀ, ଫିଲ୍ଡ ଇନ୍ସପେକ୍ଟର, ସର୍ଭେ ଏଜେନ୍ସି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ଜୁଲାଇ ୧୦ରେ ରାଜ୍ୟ ସରକାର ଟିପି ୫, ୬, ୭, ୪୨, ୪୩, ୪୪ ଓ ୪୫ ସଂପର୍କିତ ଗେଜେଟ୍‌ ବିଜ୍ଞପ୍ତି ଜାରି କରି ଜମି ମାଲିକଙ୍କୁ ଫର୍ମ-୪ ଆଧାରରେ ସେମାନଙ୍କ ଜମିଜମାର ସମସ୍ତ କାଗଜପତ୍ର ଘାଟିକିଆ କେ-୭ ବିଡିଏ ଟାଉନ୍‌ ପ୍ଲାନିଂ କାର୍ଯ୍ୟାଳୟରେ ଦାଖଲ କରିବାକୁ କହିଛନ୍ତି। ସେପ୍ଟେମ୍ବର ୧୦ କାଗଜପତ୍ର ଦାଖଲର ଶେଷ ତାରିଖ।

India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି

କାଗଜପତ୍ରର ସବିଶେଷ ଯାଞ୍ଚ କରି ସ୍ବଚ୍ଛ ଓ ବ୍ୟବସ୍ଥିତ ପ୍ରକ୍ରିୟାରେ ଜମି ମାଲିକଙ୍କ ଜମିଜମାର ବିବରଣୀ ପ୍ରସ୍ତୁତ କରିବାକୁ କୁହାଯାଇଛି। କିନ୍ତୁ ସେଟେଲ୍‌ମେଣ୍ଟ ଜମିଜମା ତଥ୍ୟ ଓ ଭୂଲେଖ ତଥ୍ୟ ମେଳ ଖାଉ ନଥିବାରୁ ଯାଞ୍ଚ ସମୟରେ ଅସୁବିଧା ହେଉଛି ବୋଲି ବୈଠକରେ ସଂପୃକ୍ତ ଅଧିକାରୀମାନେ ଅଭିଯୋଗ କରିଥିଲେ। ଯାଞ୍ଚ ବେଳେ ସେଟେଲ୍‌ମେଣ୍ଟରେ କମ୍‌ ଜମି ଥିଲେ, ଭୂଲେଖରେ ଅଧିକ ଜମି ଦେଖାଉଛି। ବେଳେବେଳେ ଭୂଲେଖରେ କମ୍‌ ଜମି ଥିଲେ, ସେଟେଲ୍‌ମେଣ୍ଟରେ ଅଧିକ ଜମି ଦେଖାଉଛି ବୋଲି ଅଭିଯୋଗ ଉଠିଥିଲା। ଏଣୁ ସମନ୍ବୟ ଭିତ୍ତିରେ ଭୂଲେଖ ତଥ୍ୟ ତ୍ରୁଟିଶୂନ୍ୟ ସଂଶୋଧନ ପାଇଁ ରାଜସ୍ବ ଅଧିକାରୀଙ୍କୁ କୁହାଯାଇଥିଲା। ବୈଠକରେ ଜମି ଅଧିକାରୀ ଲିପ୍ସା ରୟ, ଅତିରିକ୍ତ ଜମି ଅଧିକାରୀ ପ୍ରଭାତ ତରାଇ, ଅତିରିକ୍ତ ତହସିଲଦାର  ପ୍ରିୟଙ୍କା ନହଙ୍କ, ଅତିରିକ୍ତ ତହସିଲଦାର ଗୁପ୍ତେଶ୍ବର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସିଦ୍ଧାର୍ଥ ଦାସ, ଆସୋସିଏଟ୍‌ ପ୍ଲାନର୍‌ ସୁପର୍ଣ୍ଣା ସୁରୋଭିତା ଦାସ, ଆସିଣ୍ଟାଣ୍ଟ ଟାଉନ୍‌ ପ୍ଲାନର୍‌ ମାନସୀ ମହାନ୍ତି, ଏମ୍‌ଆଇ ଶୁଭ୍ରୋଜିତ ପାଣିଗ୍ରାହୀ, ସୌମ୍ୟ ପ୍ରକାଶ, ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.