Beef Smuggler Arrested: ଗୋମାଂସ ବୋଝେଇ ସ୍କୁଟି ଜବତ, ଚାଲାଣକାରୀ ଗିରଫ

1 month ago 20
ARTICLE AD BOX

ରାଉରକେଲା: ରାଉରକେଲାରେ ଗୋମାଂସ ବୋଝେଇ ସ୍କୁଟି ଜବତ l ଚାଲାଣକାରୀ ଗିରଫ। ସୂଚନା ଅନୁଯାୟୀ, ଆଜି ସକାଳେ ଜଣେ ଲୋକ ଏକ ବଡ଼ ବ୍ୟାଗରେ ଗୋମାଂସ ଭର୍ତ୍ତି କରି  ସ୍କୁଟି ଯୋଗେ ତରବରିଆ ହୋଇ ଆସୁଥିଲା। ସେ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ବେଳେ ଏକ ସାଇକେଲକୁ ଧକ୍କା ଦେଇଥିଲା। ଏହାଫଳରେ ସ୍କୁଟିଟି ତଳେ ପଡ଼ିଯାଇଥିଲା ଏବଂ ବ୍ୟାଗ୍ ଛାଡ଼ି ପଳାଉଥିଲା। ସ୍ଥାନୀୟ ଲୋକେ ତାକୁ ଧରିବା ପରେ ବ୍ୟାଗ୍ ଖୋଲିବାରୁ ସେଥିରେ ଗୋମାଂସ ଥିବା ଦେଖିବାକୁ ପାଇଥିଲେ।

ଗୋମାଂସ ଚାଲାଣକାରୀକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ୍ ଜିମା ଦେଇଥିଲେ

ଏହାପରେ ଉତ୍ତ୍ୟକ୍ତ ଲୋକେ ଗୋମାଂସ ଚାଲାଣକାରୀକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ୍ ଜିମା ଦେଇଥିଲେ। ଛେଣ୍ଡ ଥାନା ପୁଲିସ ଚାଲାଣକାରୀକୁ ଗିରଫ କରିଛି। ଏହାଛଡ଼ା ରାଉରକେଲାରେ ଗୋମାଂସ ଚାଲାଣ ନେଇ ଅଧିକ ତଥ୍ୟ ସଂଗ୍ରହ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Accident: କାରକୁ ଧକ୍କା ଦେଲା ଟ୍ରେଲର୍, ଜଣେ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.