ARTICLE AD BOX
ଭଦ୍ରକ: ସାଳନ୍ଦୀ ଓ ବୈତରଣୀ ବନ୍ୟାରେ ଭଦ୍ରକ ସହ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍ ପ୍ରଭାବିତ ହୋଇଛି। ୫ଟି ବ୍ଲକ୍ର ୬୦ଟି ପଞ୍ଚାୟତ ଅଧୀନ ୨୦୦ରୁ ଊର୍ଦ୍ଧ୍ବ ଗାଁର ୧,୯୬,୨୪୦ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସାଳନ୍ଦୀ ଓ ବୈତରଣୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ଆଗାମୀ ଦୁଇଦିନ ବଡ଼ ବର୍ଷା ଆଶଙ୍କା ଥିବାରୁ ନଦୀଗୁଡ଼ିକର ଜଳସ୍ତର ପୁଣି ବଢ଼ିପାରେ ବୋଲି ବିଭାଗ ଆକଳନ କରିଛି।
Accident: ହରିୟାଣାରେ ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍
ଭଦ୍ରକ ରାଜଘାଟଠାରେ ସାଳନ୍ଦୀର ବିପଦ ସଙ୍କେତ ୧୭ ଫୁଟ୍ ଥିବାବେଳେ ସନ୍ଧ୍ୟାରେ ଜଳସ୍ତର ୧୬.୪୦ ଫୁଟ ଉଚ୍ଚରେ ପ୍ରବାହିତ ହେଉଥିଲା। ସେହିପରି ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ରାତି ୮ଟା ସୁଦ୍ଧା ୧୮.୩୮ ମିଟରରେ ପାଣି ପ୍ରବାହିତ ହେଉଥିଲା। ସାଳନ୍ଦୀ ଓ ବୈତରଣୀରେ ଚଳିତ ବର୍ଷର ତୃତୀୟ ବନ୍ୟା ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକ୍ର ହଜାର ହଜାର ଲୋକଙ୍କୁ ଜଳବନ୍ଦି କରିଛି। ସାଳନ୍ଦୀ ବନ୍ୟାରେ ଭଦ୍ରକ ସହର ସମେତ ଭଦ୍ରକ ବ୍ଲକ୍ର ୮ଟି ପଞ୍ଚାୟତ, ତିହିଡ଼ିର ୧୦ଟି ପଞ୍ଚାୟତ, ଭଣ୍ଡାରିପୋଖରୀର ୧୦ ଟି ପଞ୍ଚାୟତ, ଧାମନଗରର ୨୫ଟି ପଞ୍ଚାୟତ ଓ ଚାନ୍ଦବାଲିର ୭ଟି ପଞ୍ଚାୟତ ଜଳମଗ୍ନ ହୋଇଛି। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି ବୋଲି ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କହିଛନ୍ତି। ଆଗାମୀ ଦୁଇଦିନ ବଡ଼ ବର୍ଷା ଆଶଙ୍କା ଥିବାରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ କର୍ମଚାରୀମାନେ ନିୟୋଜିତ ଅଛନ୍ତି।
India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି
ଉଦ୍ଧାର କାର୍ଯ୍ୟ ପାଇଁ ୧୨ଟି ଡଙ୍ଗା ରଖାଯାଇଥିବାବେଳେ ୨ଟି ଏନ୍ଡିଆର୍ଏଫ୍, ୪ଟି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀର ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧,୦୭,୭୭୩ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୩୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ୩୫,୧୯୧ ଜଣଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବାବେଳେ ପ୍ରଭାବିତ ଅଞ୍ଚଳର ୯୦ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ହଜାର ହଜାର ହେକ୍ଟର ଚାଷଜମି ବୁଡ଼ି ରହିଛି। ବନ୍ୟା ପରବର୍ତ୍ତୀ ସମ୍ଭାବ୍ୟ ରୋଗ ସଂକ୍ରମଣ ରୋକିବା ପାଇଁ ୨୬ଟି ମେଡିକାଲ୍ ଟିମ୍ ଓ ୪ଟି ପ୍ରାଣୀ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି।

1 week ago
4


