Bhitarkanika National Park: ଭିତରକନିକା ଜାତୀୟ ଉଦ୍ୟାନରେ ନିଆରା ପରମ୍ପରା: ଘଞ୍ଚ ଜଙ୍ଗଲରେ ମା’ ବନଦେବୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା

1 week ago 7
ARTICLE AD BOX

ରାଜନଗର (ସୂର୍ଯ୍ୟନାରାୟଣ ଲେଙ୍କା): ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ମା’ ବନଦେବୀଙ୍କ ମନ୍ଦିରରେ ମହାଷ୍ଟମୀ ତିଥିରେ ମା’ଙ୍କୁ ସ୍ବତନ୍ତ୍ର ଭାବେ କନିକା ରାଜପରିବାର ପକ୍ଷରୁ ପୂଜାର୍ଚ୍ଚନାର ପରମ୍ପରା ରହି ଆସିଛି। ଆଜି କନିକା ରାଜପରିବାର ପକ୍ଷରୁ ପୂଜକଙ୍କଠାରୁ ଆରମ୍ଭ କରି ସେବାୟତଙ୍କ ଯାଏଁ ୧୫ଜଣ ଚାଲିଚାଲି ଘଞ୍ଚ ଜଙ୍ଗଲରେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଜଙ୍ଗଲରେ ପ୍ରସାଦ ସହିତ ମାଛଘାଣ୍ଟ ଭୋଗ ମା’ଙ୍କୁ ଲାଗି କରାଯାଇଛି।

Horoscope 2026 October 19: ଜାଣନ୍ତୁ ଆଜିର ରାଶିଫଳ

ଏହି ଜାତୀୟ ଉଦ୍ୟାନର ଭିତରକନିକା ମୌଜାର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ମା’ ବନଦେବୀଙ୍କ ମନ୍ଦିର। ବର୍ଷତମାମ ବନ କର୍ମଚାରୀ ମା’ଙ୍କୁ ପୂଜା କରିଥା’ନ୍ତି। ମାତ୍ର ମହାଷ୍ଟମୀ ତିଥିରେ ମା’ ବନଦେବୀଙ୍କୁ କନିକା ରାଜପରିବାର ପକ୍ଷରୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଏ। ଆଜି କନିକା ରାଜପରିବାରର ବିଶୋଇ ସୁବାସ ଦାସଙ୍କ ନେତୃତ୍ବରେ ପୂଜକ, ସେବାୟତ, ରୋଷେୟା, ଟହଲିଆ ପ୍ରମୁଖ ୧୫ଜଣ ସେବାୟତ ବନଦେବୀଙ୍କ ନିକଟରେ ପହଞ୍ଚିଥିଲେ। ବୋଟ୍‌ରେ ଭିତରକନିକା ଫରେଷ୍ଟ ବ୍ଲକ୍‌ ପଟେ ଓହ୍ଲାଇ ୩ କିଲୋମିଟର ଚାଲିଚାଲି ସେମାନେ ମନ୍ଦିର ନିକଟରେ ପହଞ୍ଚିଥିଲେ। ମା’ଙ୍କୁ ବର୍ଷକରେ ଥରେ ବ୍ରାହ୍ମଣ ପୂଜା କରିଥା’ନ୍ତି।

Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା

ମନ୍ଦିରରେ ମା’ ବନଦେବୀଙ୍କ ମୁଗୁନି ପଥର ମୂର୍ତ୍ତି ଓ ମୁଗୁନି ପଥରରେ ତିଆରି ହରପାର୍ବତୀ ମୂର୍ତ୍ତି ରହିଛି। ଆଜି ମା’ ବନଦେବୀଙ୍କ ସହିତ ହରପାର୍ବତୀଙ୍କୁ ମହାସ୍ନାନ କରାଯାଇଥିଲା। ପୂଜା ପରେ ଭାତ ଓ ମାଛ ଘାଣ୍ଟ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା। ଘଞ୍ଚ ଜଙ୍ଗଲରେ ୧୨୦୦ ଖ୍ରୀଷ୍ଟାବ୍ଦରେ କନିକା ରାଜା ଭୁଜବଳ ଭଞ୍ଜ ମା’ଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ। କୌଣସି ରାଜ୍ୟକୁ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ମା’ ବନଦେବୀଙ୍କୁ ରାଜା ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରୁଥିଲେ। ଭିତରକନିକାକୁ ଜାତୀୟ ଉଦ୍ୟାନ ଘୋଷଣା ହୋଇଥିଲେ ମଧ୍ୟ ଏବେ ବି ମନ୍ଦିର ଥିବା ସ୍ଥାନ କନିକା ରାଜପରିବାର ନାମରେ ରହିଛି। ଶ୍ରୀ ନାୟକ ବାବୁ ବିଜେ, ଭିତରକନିକା ସେବାୟତ ଟ୍ରଷ୍ଟ ବା ରବୀନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ନାଁରେ ୧୧ଏକର ୪୨ ଡେସିମିଲ୍‌ ଜମି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.