ARTICLE AD BOX
ମୁମ୍ବାଇ: ଅନ୍ଲାଇନ୍ରେ ଚାକିରି ଖୋଜୁଥିବା ଜଣେ ମହିଳା ସାଇବର ଠକଙ୍କ ଜାଲରେ ପଡ଼ି ୯୦ ଲକ୍ଷ ୭୯ ହଜାର ଟଙ୍କା ହରାଇଛନ୍ତି। ଡାଟା ଏଣ୍ଟ୍ରି ଚାକିରି ଦେବାର ପ୍ରଲୋଭନ ଦେଖାଇ ଠକମାନେ ପ୍ରଥମେ ତାଙ୍କଠାରୁ ପଞ୍ଜୀକରଣ ଓ ଜିଏସ୍ଟି ବାବଦରେ ଟଙ୍କା ନେଇଥିଲେ। ପରେ ତାଙ୍କ ଫଟୋକୁ ବିକୃତ କରି ଅଶ୍ଳୀଳ ରୂପ ଦେବା ଏବଂ ସମ୍ପର୍କୀୟଙ୍କ ନିକଟକୁ ପଠାଇବାର ଧମକ ଦେଇ ଦୀର୍ଘ ସମୟ ଧରି ଟଙ୍କା ଆଦାୟ କରିଚାଲିଥିଲେ। ମୁମ୍ବାଇର ଭାଣ୍ଡୁପ୍ ଅଞ୍ଚଳର ଏହି ମହିଳାଙ୍କ ଅଭିଯୋଗ ଆଧାରରେ ପୂର୍ବ ଆଞ୍ଚଳିକ ସାଇବର ପୁଲିସ ୫ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧ ରେ ମାମଲା ରୁଜୁ କରିଛି।
ଆହୁରି ପଢନ୍ତୁ :Search operation: ମାଓବାଦୀଙ୍କ ୩ଟି ଡ଼ମ୍ପ ଠାବ; ୧୩୬ଟି ବିଜିଏଲ ସେଲ ଓ ୧୪୦୦ ଫୁଟ କୋଡେକ୍ସ ତାର ଜବତ
ପୁଲିସରେ ଦାଖଲ ହୋଇଥିବା ଏତଲା ଅନୁସାରେ, ୨୦୨୩ରେ ମହିଳା ଜଣକ ଅନ୍ଲାଇନ୍ରେ ଚାକିରି ଖୋଜୁଥିବାବେଳେ ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ଏକ ବିଜ୍ଞାପନ ଦେଖିଥିଲେ। ସେଥିରେ ଆଗ୍ରହ ପ୍ରକାଶ କରିବା ପରେ ତାଙ୍କୁ ଏକ ଫର୍ମ ପଠାଯାଇଥିଲା। ଚାକିରି ପାଇବାକୁ ହେଲେ ପଞ୍ଜୀକରଣ ଶୁଳ୍କ ଓ ଜିଏସ୍ଟି ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏହି ଅର୍ଥ ଫେରସ୍ତଯୋଗ୍ୟ ନୁହେଁ ବୋଲି ମଧ୍ୟ ତାଙ୍କୁ ଜଣାଇ ଦିଆଯାଇଥିଲା।
ପ୍ରଥମ ଥର ଟଙ୍କା ଦେବାର ତିନି ଦିନ ପରେ ଜଣେ ମହିଳା ତାଙ୍କୁ ହ୍ୱାଟ୍ସଆପ୍ରେ ଫୋନ୍ କରି ନିଜକୁ ସଂସ୍ଥାର ମାଲିକ ବୋଲି ପରିଚୟ ଦେଇଥିଲେ। କମ୍ପାନିର ନିୟମ ଅନୁସାରେ ଆହୁରି ଟଙ୍କା ଦେବାକୁ ପଡ଼ିବ ବୋଲି କହିବା ସହ ଟଙ୍କା ନ ଦେଲେ ପୁଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ଭୟଭୀତ ହୋଇ ମହିଳା ଜଣକ ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଦେଇଥିଲେ।
ଆହୁରି ପଢନ୍ତୁ :Shooting in Manipur: ମଣିପୁରରେ ଦୁଇଟି କାର୍ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼, ୪ ମୃତ
୨୦୨୫ରେ ଆଉ ଜଣେ ମହିଳା ତାଙ୍କୁ ଯୋଗାଯୋଗ କରି ପୁଣି ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ତାଙ୍କ ଫଟୋକୁ ବିକୃତ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ସହ ପରିବାର ଓ ଫୋନ୍ରେ ଥିବା ସମ୍ପର୍କୀୟଙ୍କ ନିକଟକୁ ପଠାଇଦେବାକୁ ଧମକ ଦିଆଯାଇଥିଲା। ଏହିଭଳି ଭାବେ ମହିଳାଙ୍କଠାରୁ ୯୦.୭୯ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ଏତେ ଟଙ୍କା ଦେବା ପରେ ମଧ୍ୟ ଠକମାନେ ଅଧିକ ଅର୍ଥ ଦାବି କରିବାରୁ ସେ ଶେଷରେ ନିଜ ବାପାଙ୍କୁ ସବୁ କଥା ଜଣାଇଥିଲେ। ଏହାପରେ ଠକେଇ ଘଟଣା ପଦାକୁ ଆସିଥିଲା। ପୁଲିସ କହିଛି, ଏହି ଠକ ଗୋଷ୍ଠୀ ଏକାଧିକ ମହିଳାଙ୍କୁ ଏଭଳି ଉପାୟରେ ଟାର୍ଗେଟ୍ କରିଛନ୍ତି। ଚାକିରିର ପ୍ରଲୋଭନ ଦେଖାଇ ବ୍ୟକ୍ତିଗତ ତଥ୍ୟ ଓ ଫଟୋ ହାସଲ କରିବା ପରେ ତାହାକୁ ବିକୃତ କରି ବ୍ଲାକ୍ମେଲ୍ କରାଯାଉଛି। ମହିଳାଙ୍କ ଅଭିଯୋଗ ପରେ ବୁଧବାର ମାମଲା ରୁଜୁ ହୋଇଛି। ଟଙ୍କା ଯେଉଁ ଖାତାଗୁଡ଼ିକୁ ପଠାଯାଇଛି, ସେହି କାରବାରର ତଥ୍ୟ ଆଧାରରେ ଅଭିଯୁକ୍ତମାନଙ୍କୁ ଠାବ କରିବାକୁ ପୁଲିସ ତଦନ୍ତ ଚଳାଇଛି।

1 hour ago
1


