Bus Accident: ଓଲଟିଲା ଯାତ୍ରୀବାହୀ ବସ୍, ୩ ଯାତ୍ରୀ ଗୁରୁତର

2 months ago 17
ARTICLE AD BOX

ନୟାଗଡ଼: ନୟାଗଡ଼ ବାଇପାସରେ ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବାଇପାସ ରାସ୍ତାରେ ଓଲଟି ପଡ଼ିଥିଲା।

 କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର 

ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ବସ୍‌ଟି ଓଲଟିବା ପରେ ଯାତ୍ରୀମାନେ ଭିତରେ ଫସି ରହିଥିଲେ। ପରେ ବସ୍‌ର ଆଗ କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। 

Schools Closed: ସୁନ୍ଦରଗଡ଼ରେ ଲଗାଣ ବର୍ଷା, ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.