COVID positive: ଜଣେ କୋଭିଡ୍‌ ପଜିଟିଭ୍, ଅନ୍ୟ ୨ଜଣ ସନ୍ଦେହରେ

1 month ago 11
ARTICLE AD BOX

ବ୍ରହ୍ମପୁର/ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ୩ଜଣ କୋଭିଡ୍‌ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ପଜିଟିଭ୍‌ ରହିଥିବା ସ୍ପଷ୍ଟ ହୋଇଛି। ଆକ୍ରାନ୍ତ ମହିଳା(୫୦)ଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନା ଅଧୀକ୍ଷକ ଡା. ପ୍ରଫେସର ସୁଦୀପା ଦାଶ ସୂଚନା ଦେଇଛନ୍ତି। ଡା. ଦାଶ କହିଛନ୍ତି, ଆକ୍ରାନ୍ତ ଜଣକ ଅନ୍ୟ ରୋଗ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ହୁଏତ କୋଭିଡ୍‌ ପରୀକ୍ଷା ପାଇଁ ପରାମର୍ଶ ଦେଇଥିବେ। ତେବେ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କର ଚିକିତ୍ସା ଚାଲିଛି ଓ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସଂପର୍କରେ କିଛି ସୂଚନା ନାହିଁ। ଅନ୍ୟ ୨ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଓ ଅନ୍ୟ ଜଣେ ଗଞ୍ଜାମର। ସେମାନେ ଘରେ ସଙ୍ଗରୋଧରେ ରହିଛନ୍ତି। ସେମାନଙ୍କର କୋଭିଡ୍‌ ପରୀକ୍ଷା ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ପାଗ ବଦଳୁଥିବାରୁ ବର୍ତ୍ତମାନ ସମସ୍ତଙ୍କଠାରେ ଥଣ୍ଡା, କାଶ ଓ ଜ୍ବରର ଲକ୍ଷଣ ଦେଖାଯାଉଛି। ତେଣୁ ଜନସାଧାରଣ କୋଭିଡ୍‌ ନିୟମାବଳୀ ପାଳନ କରନ୍ତୁ। 

କୋଭିଡ୍‌ ନେଇ କୌଣସି ସୂଚନା ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଏହାକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକ ନାହିଁ। ଅପର ପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌କୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏମ୍‌କେସିଜି ମେଡିକାଲରେ କୌଣସି ବ୍ୟକ୍ତି କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ନେଇ କୌଣସି ସୂଚନା ନ ଥିବା କହିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ରବୀନ୍ଦ୍ର ନାଥ ମିଶ୍ର। ଡା. ମିଶ୍ର କହିଛନ୍ତି, ଏମ୍‌କେସିଜିକୁ ଏଥିପାଇଁ ଯୋଗାଯୋଗ କରାଯାଇଥିଲା। ହେଲେ କୋଭିଡ୍‌ ପଜିଟିଭ୍‌ ସଂପର୍କରେ ବିଭାଗକୁ କୌଣସି ସୂଚନା ଆସିନାହିଁ। ମେଡିକାଲର ଅଧୀକ୍ଷକଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଥିଲା। ସୂଚନା ମିଳିବା ପରେ ସବୁକିଛି ସ୍ପଷ୍ଟ ହେବ। ଉଲ୍ଲେଖ ଯେ ଆନ୍ଧ୍ରର କଡ଼ପ୍ପା ଜିଲ୍ଲାରେ ୨୦ରୁ ଅଧିକ କୋଭିଡ୍‌ରେ ଆକ୍ରାନ୍ତ ହେବା ଓ ଏଥିରେ ୨ରୁ ଅଧିକଙ୍କ ମୃତ୍ୟୁ ହେବା ପରେ ଓଡ଼ିଶାରେ ଛନକା ପଶିଛି। ବିଶେଷକରି ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ଏହାକୁ ନେଇ ସତର୍କ ରହିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.