ARTICLE AD BOX
ମୋଟୋରୋଲା ଏଥର ଏମିତି ଏକ ରାଜର୍ ଫୋନ୍ ଆଣିଛି, ଯାହା ଦେଖିବାକୁ ଯେତିକି ଷ୍ଟାଇଲିସ୍, ସେତିକି ପ୍ରିମିୟମ୍। ବର୍ଲିନ୍ରେ ଚାଲିଥିବା ଆଇଏଫ୍ଏ ୨୦୨୬ ଟେକ୍ନୋଲୋଜି ଏକ୍ସପୋରେ କମ୍ପାନି ସ୍ୱାରୋଭସ୍କି କ୍ରିଷ୍ଟାଲ୍ ଖଞ୍ଜା ହୋଇଥିବା ନୂଆ ରାଜର୍ ଏଡିସନ୍ ଲଞ୍ଚ କରିଛି। ଏହି ଫୋନ୍ର ପଛ ପ୍ୟାନେଲରେ ୩୫ଟି ସ୍ୱାରୋଭସ୍କି କ୍ରିଷ୍ଟାଲ୍ ରହିଛି, ଯାହା ହାତରେ ଖଞ୍ଜାଯାଇଛି। ପାଣ୍ଟୋନ୍ ମିଟିଓରାଇଟ୍ ରଙ୍ଗର ଏହି ଫୋନ୍ ପଛ ପଟେ ଚମଡ଼ା କୁସନ୍ ଡିଜାଇନ୍ ଦିଆଯାଇଛି। ଫୋନ୍ର ମଝି ଭାଗରେ ଏକ ବଡ଼ ରୋଭସ୍କି କ୍ରିଷ୍ଟାଲ୍ ମଧ୍ୟ ରହିଛି। ଏହା ସହିତ ଫୋନ୍କୁ ସୁରକ୍ଷା ଦେବା ପାଇଁ ଏକ ଆକର୍ଷଣୀୟ କଭର୍ ବି ଉପଲବ୍ଧ କରାଯାଉଛି।
Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ
ଫୋନ୍ରେ ୩.୬-ଇଞ୍ଚର ବାହାର ଡିସ୍ପ୍ଲେ ରହିଛି। ଏଥିରେ ନୋଟିଫିକେସନ୍ ଦେଖିବା, ଆପ୍ ଚଲାଇବା ଓ ମେସେଜ୍ର ଉତ୍ତର ଦେବା ଭଳି କାମ କରିହେବ। ଫୋନ୍ ଖୋଲିଲେ ୬.୯-ଇଞ୍ଚର ଏକ୍ସଟ୍ରିମ୍ ଆମୋଲେଡ୍ ଫୋଲ୍ଡିଂ ଡିସ୍ପ୍ଲେ ମିଳିବ। ଏଥିରେ ଦୁଇଟି ୫୦ ଏମ୍ପି ରିଅର୍ କ୍ୟାମେରା ରହିଛି। ଫୋନ୍ରେ ଏଆଇ ଫିଚର୍ ବି ଦିଆଯାଇଛି। ଏହାର ୪,୮୦୦ଏମ୍ଏଏଚ୍ ବ୍ୟାଟେରି ସାଧାରଣତଃ ୩୬ ଘଣ୍ଟାରୁ ଅଧିକ ବ୍ୟାକଅପ୍ ଦେଇପାରିବ ବୋଲି କମ୍ପାନି କହିଛି। ସରଳ ଭାବେ କହିଲେ, ଏହି ରାଜର୍ ଫୋନ୍ର ପ୍ରମୁଖ ବିଶେଷତା ହେଉଛି ଏହାର ସୁନ୍ଦର ଡିଜାଇନ୍ ଓ ସ୍ୱାରୋଭସ୍କି କ୍ରିଷ୍ଟାଲ୍। ଆମେରିକାରେ ଏହାର ଦାମ୍ ୮୯୯.୯୯ ଡଲାର, ଅର୍ଥାତ୍ ପ୍ରାୟ ୮୫ ହଜାର ଟଙ୍କା। ସେପ୍ଟେମ୍ବର ୧୦ରୁ ମୋଟୋରୋଲାର ୱେବ୍ସାଇଟ୍ ଓ ଆମାଜନ୍ରେ ବିକ୍ରି ଆରମ୍ଭ ହେବ। ଭାରତରେ ଏହାର ଦାମ୍ ଓ ଲଞ୍ଚ୍ ତାରିଖ ଜଣାପଡ଼ିନାହିଁ।

3 hours ago
4


