ARTICLE AD BOX
ଯୋରନ୍ଦା: ଢେଙ୍କାନାଳଜିଲ୍ଲା ଗଁଦିଆ ଥାନା କରମୂଳ ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ଅବସରପ୍ରାପ୍ତ ସେନା ଯବାନ ବେଣୁଧର ସାମଲ(୫୨)ଙ୍କର ଆଜି ଅପରାହ୍ନରେ ବାଇକ୍ ଦୁର୍ଘଟଣାରେ ପରଲୋକ ହୋଇଯାଇଛି।
ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ୪ଟା ସମୟରେ ସ୍ୱର୍ଗତ ସାମଲ ନିଜ ଗ୍ରାମରୁ ବାହାରି ତାଳଚେର ଅଞ୍ଚଳରେ ନିଜ କର୍ମସ୍ଥଳୀକୁ ଯାଉଥିବା ସମୟରେ କରମୂଳ-ଯୋରନ୍ଦା ରାସ୍ତାର ଖଙ୍କର ଡଉଁରୀ ପୋଲ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଗଛରେ ଯୋରରେ ବାଡ଼େଇ ହୋଇଥିଲେ। ଫଳରେ ସେ ଗୁରୁତର ହୋଇଥିଲେ।
ଖବର ପାଇ ଯୋରନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବେଲଟିକିରି ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୂଖ୍ୟଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କର ବିଧବା ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କର ଅକାଳ ମୃତ୍ୟୁରେ ଯୋରନ୍ଦା ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।

1 week ago
8


