Death: ବନ୍ୟାଜଳରେ ଭାସି ଜଣେ ମୃତ, ୩ ଦିନ ପରେ ମିଳିଲା ମୃତଦେହ

1 week ago 4
ARTICLE AD BOX

ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଘୁରୁଡିଆ ନାଳ ବନ୍ୟାଜଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କରଦାଙ୍ଗି ଆମ୍ବତଇଳା ସାହିର ସ୍ବର୍ଗତ ଜଗବନ୍ଧୁ ମହନ୍ତଙ୍କ ପୁଅ ଭକ୍ତବନ୍ଧୁ ମହାନ୍ତ(୫୪ )। ସେ ଗତ ଶନିବାର ଅପରାହ୍ନ ୧୨ ଟା ବେଳେ ଘୁରୁଡିଆ ନାଳ ନିକଟସ୍ଥ ହାଟୁଆବାଟ ଚାଷ ଜମିକୁ ଆସିଥିଲେ। ତା'ପରେ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ନିଖୋଜ ନେଇ ତେଲକୋଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା।

ତେବେ ଆଜି ସକାଳୁ ଘଟଣା ସ୍ଥଳରୁ ୮୦୦ ମିଟର ଦୂର ଘୁରୁଡିଆ ନାଳ ପାତ୍ରସାହି ତୁଠ ନିକଟରେ ଶବ ଗଛ ବୁଦାରେ ଲାଖି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଘୁରୁଡିଆ ନାଳରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଛି

ଏଠାରେ ସୂଚନାଯୋଗ୍ୟ ଯେ ଲଘୁଚାପଜନିତ ଲଗାଣ ବର୍ଷାରେ ଘୁରୁଡିଆ ନାଳରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଛି। ଚାଷ ଜମି ବୁଲାବୁଲି ସାରି ନାଳକୁ ଗାଧୋଇବା ପାଇଁ ଆସିଥିବା ବେଳେ ବନ୍ୟାଜଳରେ ଭାସିଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ତେଲକୋଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି।

Wall collapse: କାନ୍ଥ ପଡ଼ି ଆଈ ଓ ନାତି ମୃତ, ନାତୁଣୀ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.