ARTICLE AD BOX
କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ବାରସୁଆଁ ଲୌହଖଣିରେ ଆଜି ସକାଳ ୬:୩୦ମିନିଟରେ ଜଣେ ଠିକା ଶ୍ରମିକ ତରୁଣ ଭୁମିଜ ଖଣି ଭେଲି ପଏଣ୍ଟରୁ ନମୁନା ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଲୁହା ପଥର ଧସି ପଡ଼ିଥିଲା।
A contract worker dies Photograph: (sambad.in)କୋଇଡା: କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ବାରସୁଆଁ ଲୌହଖଣିରେ ଆଜି ସକାଳ ୬:୩୦ମିନିଟରେ ଜଣେ ଠିକା ଶ୍ରମିକ ତରୁଣ ଭୁମିଜ ଖଣି ଭେଲି ପଏଣ୍ଟରୁ ନମୁନା ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଲୁହା ପଥର ଧସି ପଡ଼ିଥିଲା। ଏହାଫଳରେ ସେ ସେହି ଲୁହା ପଥର ତଳେ ଦାବି ଯାଇଥିଲେ l ନିକଟରେ କାର୍ଯ୍ୟରତ ଶ୍ରମିକ ଦେଖି ତାଙ୍କୁ ଉଦ୍ଧାର କାରିଥିଲେ l
ଶବ ରଖି ପ୍ରତିବାଦ
ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଟେନସା ହସ୍ପିଟାଲକୁ ପଠା ଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ନ୍ୟାୟ ଦାବିରେ ତାଙ୍କ ପରିବାର ଲୋକଙ୍କ ସହିତ ଠିକା ଶ୍ରମିକମାନେ ବାରସୁଆଁ ଲୌହଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ପ୍ରତିବାଦ କରିଛନ୍ତି l
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
4


